OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 18th May 2022

Odia Rashiphala

Odia Rashiphala

ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଆଭା, ପ୍ରଭା, ପ୍ରତିଭାସମ୍ପନ୍ନ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଉଦ୍ୟୋଗୀ ହେବେ।
ଧର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ମୁକାବିଲା କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରି ମଧ୍ୟ କର୍ମପ୍ରବଣ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁପଡବ।
ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ବ୍ରହ୍ମବାଦୀ ହୋଇ ଶୃଙ୍ଖଳିତ ଜୀବନଯାପନ କରିବେ। ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶରେ ଚଳିବେ। ସେବା ମନୋଭାବର ହେବେ।
ବନ୍ଧୁ ସହାୟତା ମିଳିବ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ ପରୋପକାରରେ ବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ମନରେ ଉପଜୁଥିବା ଅହଂ ବିସର୍ଜିତ ହେବ।
ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଅଧ୍ୟୟନ ଉପରେ ଅଧିକ ଧ୍ୟାନ ଦେବେ। ଲିଖିତ ଭାଷାକୁ କମନୀୟ ଓ ନମନୀୟ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହଠାତ୍ କିଛି ପରିବର୍ତ୍ତନ ଘଟିବ।
ପରିଶ୍ରମ ଯେତେ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟାଙ୍କନ ହେବ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ପ୍ରଦୂଷଣମକ୍ତ ରହିବ। ନିଜ କର୍ମବଳରେ ଭାଇମାନଙ୍କ ମଧ୍ୟରେ ଶୀର୍ଷାସନ ଅଳଙ୍କୃତ କରିପାରନ୍ତି।
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଠାକୁରଙ୍କ ଦର୍ଶନାଭିଳାଷୀ ହେବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁଲାଭବାନ୍ ହୋଇପାରନ୍ତି। ଧର୍ମାନୁରାଗୀ ହେବେ। ବିଦ୍ୟାଧ୍ୟାୟୀ ହେବେ।
ତ୍ୟାଗପୂତ ମନୋବୃତ୍ତିର ହେବେ। ମତିମାନ୍ ଓ ବିବିଧ ଧନଯୁକ୍ତ ହେବା ଆଶା କରାଯାଏ। କୀର୍ତ୍ତିଶାଳୀ ହେବେ। ମତିମାନ୍ ହୋଇପାରନ୍ତି। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ।
ଆୟ ବୃଦ୍ଧିର ସୂଚନା ମିଳୁଛି। ବନ୍ଧୁ ବା ସରକାରୀ ସୂତ୍ରରୁ ଧନଲାଭ ହୋଇପାରେ। ପାରିବାରିକ ସ୍ନେହ ଶ୍ରଦ୍ଧାରେ ଘରକୁ ବୈକୁଣ୍ଠ ସମତୁଲ କରିପାରନ୍ତି। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ଚଲାପଥରେ ଉପୁ୍ଜିଥିବା ବିଘ୍ନକୁ ଏଡ଼ାଇ ଆଗସାର ହେବେ। ମଧୁରଭାଷା ଓ ଭଦ୍ରୋଚିତ ବ୍ୟବହାରରେ ପରକୁ ଆପଣାର କରିପାରନ୍ତି। ସଂକଟର ତି ମୁକାବିଲା ପାଇଁ ବହୁ ବ୍ୟୟର ସମ୍ମୁଖୀନ ହେବେ।
ପରାତନ ଶବ୍ଦ ଭଣ୍ଡାରର ପେଡ଼ିଖୋଲି, ରଚନାକୁ ସାବଲୀଳ କରିପାରନ୍ତି। ଞାନ ଭଣ୍ଡାରର ସୁବିନିଯୋଗ କରି ଅଜ୍ଞାନୀମାନଙ୍କୁ ଅନ୍ଧକାରର ପଥ ପ୍ରଦର୍ଶକ ହେବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ।
ଆର୍ଥିକ ସ୍ଥିତିକୁ ଦୃଢ଼ କରିବାରେ ସକ୍ଷମ ହେବେ। ଜ୍ଞାନର ଦୀପ ପ୍ରଜ୍ୱଳନ କରି ଚଲାପଥକୁ ଆଲୋକିତ କରିପାରନ୍ତି। ଦୟାର ସାଗର ହେବେ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସ୍ନେହ, ଶ୍ରଦ୍ଧା ରହିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments