![]() |
ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଆଭା, ପ୍ରଭା, ପ୍ରତିଭାସମ୍ପନ୍ନ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଉଦ୍ୟୋଗୀ ହେବେ। |
ଧର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ମୁକାବିଲା କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରି ମଧ୍ୟ କର୍ମପ୍ରବଣ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁପଡବ। | |
ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ବ୍ରହ୍ମବାଦୀ ହୋଇ ଶୃଙ୍ଖଳିତ ଜୀବନଯାପନ କରିବେ। ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶରେ ଚଳିବେ। ସେବା ମନୋଭାବର ହେବେ। | |
ବନ୍ଧୁ ସହାୟତା ମିଳିବ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ ପରୋପକାରରେ ବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ମନରେ ଉପଜୁଥିବା ଅହଂ ବିସର୍ଜିତ ହେବ। | |
ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଅଧ୍ୟୟନ ଉପରେ ଅଧିକ ଧ୍ୟାନ ଦେବେ। ଲିଖିତ ଭାଷାକୁ କମନୀୟ ଓ ନମନୀୟ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହଠାତ୍ କିଛି ପରିବର୍ତ୍ତନ ଘଟିବ। | |
ପରିଶ୍ରମ ଯେତେ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟାଙ୍କନ ହେବ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ପ୍ରଦୂଷଣମକ୍ତ ରହିବ। ନିଜ କର୍ମବଳରେ ଭାଇମାନଙ୍କ ମଧ୍ୟରେ ଶୀର୍ଷାସନ ଅଳଙ୍କୃତ କରିପାରନ୍ତି। | |
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଠାକୁରଙ୍କ ଦର୍ଶନାଭିଳାଷୀ ହେବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁଲାଭବାନ୍ ହୋଇପାରନ୍ତି। ଧର୍ମାନୁରାଗୀ ହେବେ। ବିଦ୍ୟାଧ୍ୟାୟୀ ହେବେ। | |
ତ୍ୟାଗପୂତ ମନୋବୃତ୍ତିର ହେବେ। ମତିମାନ୍ ଓ ବିବିଧ ଧନଯୁକ୍ତ ହେବା ଆଶା କରାଯାଏ। କୀର୍ତ୍ତିଶାଳୀ ହେବେ। ମତିମାନ୍ ହୋଇପାରନ୍ତି। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। | |
ଆୟ ବୃଦ୍ଧିର ସୂଚନା ମିଳୁଛି। ବନ୍ଧୁ ବା ସରକାରୀ ସୂତ୍ରରୁ ଧନଲାଭ ହୋଇପାରେ। ପାରିବାରିକ ସ୍ନେହ ଶ୍ରଦ୍ଧାରେ ଘରକୁ ବୈକୁଣ୍ଠ ସମତୁଲ କରିପାରନ୍ତି। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। | |
ଚଲାପଥରେ ଉପୁ୍ଜିଥିବା ବିଘ୍ନକୁ ଏଡ଼ାଇ ଆଗସାର ହେବେ। ମଧୁରଭାଷା ଓ ଭଦ୍ରୋଚିତ ବ୍ୟବହାରରେ ପରକୁ ଆପଣାର କରିପାରନ୍ତି। ସଂକଟର ତି ମୁକାବିଲା ପାଇଁ ବହୁ ବ୍ୟୟର ସମ୍ମୁଖୀନ ହେବେ। | |
ପରାତନ ଶବ୍ଦ ଭଣ୍ଡାରର ପେଡ଼ିଖୋଲି, ରଚନାକୁ ସାବଲୀଳ କରିପାରନ୍ତି। ଞାନ ଭଣ୍ଡାରର ସୁବିନିଯୋଗ କରି ଅଜ୍ଞାନୀମାନଙ୍କୁ ଅନ୍ଧକାରର ପଥ ପ୍ରଦର୍ଶକ ହେବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। | |
ଆର୍ଥିକ ସ୍ଥିତିକୁ ଦୃଢ଼ କରିବାରେ ସକ୍ଷମ ହେବେ। ଜ୍ଞାନର ଦୀପ ପ୍ରଜ୍ୱଳନ କରି ଚଲାପଥକୁ ଆଲୋକିତ କରିପାରନ୍ତି। ଦୟାର ସାଗର ହେବେ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସ୍ନେହ, ଶ୍ରଦ୍ଧା ରହିବ। |
Odia Calendar 2022
Comments
comments