![]() | ଆଜି ଶନି ଦୃଷ୍ଟ ଅଷ୍ଟମ ଚନ୍ଦ୍ରଙ୍କ ଯୋଗୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ବିବାଦୀୟ ସ୍ଥିତକୁ ଆଲୋଚନା ମାଧ୍ଯମରେ ହାଲ୍କା କରିବାରେ ସମର୍ଥ ହେବେ । ଲାଗିରହିଥିବା ସମସ୍ୟା ସକାଶେ ଚିନ୍ତା କରିପାରନ୍ତି ସନ୍ତାନ, ଶିକ୍ଷା ତଥା ଅତୀତ ସ୍ମୃତି ରୋମନ୍ଥନ କରି ଭାବବିହ୍ଵଳ ହେବେ। |
ସକାକୁ କିଛି ଘର କଥା, ମତ ମତାନ୍ତର, ରଣବାଡି, ବନ୍ଧୁବର୍ଗଙ୍କ ସମସ୍ୟା ବିଷୟରେ ଚିନ୍ତା କରିବେ। କିନ୍ତୁ କର୍ମକ୍ଷେତ୍ରରେ ସ୍ନେହ, ସହାନୁଭୂତି ଯୋଗୁ ସମସ୍ୟା ଦୁଃଖ ଭୁଲିଯିବେ। ଶନି ଓ ଚନ୍ଦ୍ରଙ୍କ ପ୍ରଭାବରେ ବନ୍ଧୁମହଲରେଅପମାନିତ ହୋଇପାରନ୍ତି। ଅତୀତ ଘଟଣାଗୁଡ଼ିକ ସମାଧାନ ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ। | |
ଷଷ୍ଠସ୍ଥ ଚନ୍ଦ୍ର ହେତୁ କିଏ କିଛି କ୍ଷତି କରିପାରିବେ ନାହିଁ ଆଗରେ ନକହି କେବଳ ପଛରେ କହୁଥବେ। ବୁଝାମଣା ଠିକ୍ ରହିଥିବାରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କାଟିବେ। ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ, କିନ୍ତୁ ଅସୁବିଧା ହେବନି। ମାନସିକ ଦ୍ବନ୍ଦ ହେତୁ ଯେକୌଣସି ନିଷ୍ପତି ନେବାକୁ ସମୟ ଲାଗିପାରେ । | |
ଅଷ୍ଟମସ୍ଥ ଏକାଧିକ ଗ୍ରହଜନିତ ଅଧିକ ଆଶା କରି ନ ପାଇବା କାରଣରୁ ମନ ଅଶାନ୍ତ ରହିବ। ମତାନ୍ତର ହେତୁ ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗି ରହିବ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ବନ୍ଧୁ ସାହାଯ୍ୟ କରିପାରନ୍ତି। ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ଓ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି। | |
ଶୁକ୍ର ଓ ଶନିଙ୍କ ଦୃଷ୍ଟି ରାଶି ଉପରେ ରହିଥିବା କାରଣରୁ ଦିନଟି ଆଶା ନିରାଶା ମଧ୍ଯରେ ବିତାଇବେ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବ ଓ କାମକୁ ମନ୍ଥର କରିପାରେ । ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବା କାରଣରୁ ଘରୁ ଗାଳି ଖାଇ ପାରନ୍ତି। ହଠାତ୍ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। | |
ବୁଧଗ୍ରହ ଶନିକ୍ଷେତ୍ରସ୍ଥ ଯୋଗୁ ଯେତିକି ଭାବୁଥିବେ ସେତିକି ମନଟା ବିଷାଦିତ ରହିବ। ବିଭିନ୍ନ ପ୍ରତିବନ୍ଧକ ହେତୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବ। ଆଜି ସକାଳୁ ବୁଲିବା ସାଙ୍ଗକୁ କିଛି ନୂତନ ଖବର ପାଇବାର ସୁଯୋଗ ଜୁଟିଯିବ। ଆଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। | |
ରାହୁ ଓ କେତୁ ପ୍ରଭାବରୁ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି। କ୍ରନିକ ରୋଗପୀଡ଼ା କର୍ମକ୍ଷେତ୍ରକୁ ମନ୍ତ୍ର କରିପାରେ। ଗତକାଲିର ଯୋଜନା ସମ୍ପନ୍ନ କରିବା ପାଇଁ ବହୁତ ପ୍ରକାରର ଚେଷ୍ଟା କରିପାରନ୍ତି। ଗୃହକୁ ସୌଖୀନା କିମ୍ବା ମୂଲ୍ୟବାନ ପଦାର୍ଥ ଆଣିପାରନ୍ତି। ଯେତେ ଭଲ କାମ କଲେ ମଧ୍ଯ ଟିକିଏ ଟିକିଏ କଥାରେ ଚିହ୍ନା ପଡି ସମାଲୋଚିତ ହେବେ | | |
କର୍ମସ୍ଥାନ ପ୍ରତି ରବି ଓ ଶନିଙ୍କ ଦୃଷ୍ଟିରୁ କୌଣସି କାମରେ ସନ୍ତୋଷ ମିଳିବ ନାହିଁ, ସବୁ କାମ ଦରଖଣ୍ଡିଆ ରହିଯିବ। ଚେଷ୍ଟା ସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ, କିନ୍ତୁ ହାତ ଯୋଡ଼ି ବସି ରହିଲେ ଚଳିବ ନାହିଁ। କିଛି ଅଘଟଣ ଆଶଙ୍କା କରି ଅନୁରାଧା ନକ୍ଷତ୍ରର ମନ ବିବ୍ରତ ରହିପାରେ । | |
କଳହ, ଅନ୍ୟମନସ୍କ କାରଣରୁ ଧନ ହାନୀର ସୂଚନା ରହିଛି। କିନ୍ତୁ ଧନସ୍ଥାନସ୍ଥ ବୁଧ କାରଣରୁ କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିବେ। ଉତ୍ତରାଷାଢ଼ା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ଯ ମନଟା ଭଲ ଲାଗିବ ନାହିଁ। ସୁଯୋଗ ପାଇଲେ ମଧ୍ଯ ସଦ୍ବ୍ୟବହାର କରିବା କାଠିକର ପାଠ ହୋଇପାରେ । | |
ଆଜିର ଯାତ୍ରା ଶୁଭପ୍ରଦ ଏବଂ କାମ ଆଶାନୁରୂପ ହେବାରୁ ମନ ଖୁସୀ ହୋଇଯିବ। ଧନସ୍ଥାନସ୍ଥ ଶନିଙ୍କ ଯୋଗୁ ବନ୍ଧୁଙ୍କ ଆଗମନରେ ତାହାଙ୍କର ମତିଗତି ଓ କାର୍ଯ୍ୟ କଳାପ ସେତିକି ଅସନ୍ତୁଷ୍ଟ ହେବେ। ଅନ୍ୟ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି। ବାଣିଜ୍ୟ,କାରିଗରି, ସାମନା କରିବେ। | |
ଆବଶ୍ୟକତା ପୂରଣ ସକାଶେ ପରିସ୍ଥିତିରେ ପଡି ଧାର କରଜ କରିବାକୁ ବାଧ୍ଯ ହେବେ।ଚନ୍ଦ୍ର ବୃଶ୍ଚିକ ରାଶିସ୍ଥ ଯୋଗୁଁ ଅଫିସରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଯେତେ ଭଲ କାମ କଲେ ମଧ୍ଯ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ଯାତ୍ରା,ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ | | |
ଗୁରୁ ରାଶିରେ ଥିବାରୁ ସାହାଯ୍ୟ, ସହଯୋଗ ସାଙ୍ଗକୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବ୍ୟବସାୟ, ପରିବହନ, ସଭାସମିତି, ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ ପରିବାର ଭିତରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ସ୍ବାଭାବିକ ଭାବରେ ଦିନଟି କଟାଇବାର ସୌଭାଗ୍ୟ ଲାଭ କରିବେ। |
Odia Calender 2023
Comments
comments