OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 13th December 2023

Odia Rashiphala

Odia Rashiphala

ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଯାତ୍ରା, ବନ୍ଧୁମିଳନଜନିତ ଦିନଟି ଉପଭୋଗ୍ୟ ରହିବ । ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ବିକ ପରିସ୍ଥିତିରେ ଅନୁକୂଳତା ପ୍ରାପ୍ତ ହେବ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା ଓ ବନ୍ଧୁଙ୍କ ସୁପରାମର୍ଶ ମନୋବଳ ବୃଦ୍ଧିରେ ସହାୟକ ହେବ | ଅଶ୍ଵିନୀ ନକ୍ଷତ୍ର ମନ ବ୍ରୁଝିଲା ଭଳି କଥା କହି ପରିସ୍ଥିତି ସୁଧାରି ନେବେ।
ମାନସିକ ସ୍ଵାସ୍ଥ୍ୟହାନି ଓ ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତାରେ ବ୍ୟସ୍ତତା ପରିଲକ୍ଷିତ ହେବ। ବନ୍ଧୁଙ୍କ ସହ ଆଲୋଚନା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ କିନ୍ତୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି।
ଦୈହିକ ସ୍ବାସ୍ଥ୍ୟରେ ଉନ୍ନତି ଓ ଆର୍ଥିକ ଅଭିବୃଦ୍ଧି ମାନସିକ ସ୍ଥିତିକୁ ମଜ୍‌ଭୁତ ରଖିବ। ଭାବୁଥିବେ ଗୋଟେ କଥା କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ଯ ହେବେ। ମେଶିନାରି ଜିନିଷ ତଥା ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି ।
ଦ୍ବନ୍ଦ୍ବରେ ପଡ଼ି କ’ଣ କରିବେ କିମ୍ବା ନ କରିବା ଉଚିତ ହେବ ତାହା ଠିକ୍‌ କରିପାରିବେ ନାହିଁ। ତଥାପି ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇପାରେ। ଏଣୁ ସାବଧାନତା ଆବଶ୍ୟକ | ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ।
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ଯ ଉପସ୍ଥିତ ବୁଦ୍ଧ ସହ ପ୍ରୟୋଗ କରି କାର୍ଯ୍ୟ ସାଧନ କରିପାରନ୍ତି। ଆଲୋଚନା ପରିସରରେ ଉଚ୍ଚବର୍ଗରଙ୍କ ଦ୍ବାରା ସହଯୋଗ ପାଇବେ। ବହୁତ ଦିନରୁ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ ଫଳରେ ଆନନ୍ଦର ସୀମା ଲଙ୍ଘନ କରିବ। କାମ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ |
ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ କିନ୍ତୁ କୌଣସି କାମ ଅଟକିବ ନାହିଁ। ଅପୂରଣୀୟ ଆଶା ପୂରଣ କ୍ଷେତ୍ରରେ ବନ୍ଧୁଙ୍କ ସହଯୋଗରୁ ଉତ୍ସାହିତ ହେବେ। କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି। ଘର ଲୋକଙ୍କୁ ଉପେକ୍ଷା କରି ପରକଥାରେ ଭୁଲ ମାର୍ଗ ଅନୁସରଣ କରିପାରନ୍ତି।
ବିଭିନ୍ନ କାମରେ ସଫଳତା ହାସଲ ଯୋଗୁ ମାନସିକ ସ୍ଥିତି ଭଲ ରହିବ। କେତେକ କ୍ଷେତ୍ରରେ ବନ୍ଧୁଙ୍କ ୦ ସମ୍ମୁଖରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ।
ବିଭିନ୍ନ ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। କଥାରେ ବାକ୍‌ବିଳାସର ଶୃତିରୋଚକତା ପରିବେଶକୁ ଆହ୍ଲାଦିତ କରିବ। ଅପରିହାର୍ଯ୍ୟ ଆବଶ୍ୟକତା ଉପଲବ୍ଧ କରି ବନ୍ଧୁଙ୍କୁ ଅନୁନୟ ବିନୟ ପୂର୍ବକ ଧାରକରଜ କରି ଆବଶ୍ୟକତା ଚଳାଇ ନେବେ। କଳା, ସଙ୍ଗୀତ, ଚଳଚିତ୍ର କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ ।
ଆଜି ପାରିବାରିକ, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବାରୁ ପରିବାରରେ ଅଶାନ୍ତି ଦେଖାଦେଇପାରେ । ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ସଙ୍ଗଠନ, ନିର୍ମାଣ, ସଭାସମିତି ତଥା ରାଜନୀତିରେ ନେତୃତ୍ବ ନେଇ ପ୍ରଶଂସିତ ହେବେ।
ଆଜି ଘରର କେତେକ ଅତ୍ୟାବଶ୍ୟକ ଜିନିଷ ଆଣିବାକୁ ଭୁଲିଯାଇ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖା ଦେଇଥିବା କାରଣରୁ ମନ ବିଚଳିତ ଅବଶ୍ୟ ରହିବ। ଅଫିସ୍‌ କାମରେ ବିଭିନ୍ନ ସମସ୍ୟା ନିରାକରଣ ପାଇଁ ଚେଷ୍ଟିତ ହେବେ। ଯାତ୍ରା, ମାଙ୍ଗଳିକ କାମ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ।
ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବାରେ ବନ୍ଧୁବର୍ଗଙ୍କ ସାହାଯ୍ୟ, ସହଯୋଗ ଅବଶ୍ୟ କରିବେ। କିନ୍ତୁ କୌଣସି ଆତ୍ମୀୟଙ୍କ ନକାରାତ୍ମକ ଚିନ୍ତାଧାରା ମନକୁ ସାମୟିକ ବ୍ରିତ କରିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ ।
ସକାଳୁ ସକାଳୁ ଦୂରଯାତ୍ରା ସକାଶେ ପ୍ରସ୍ତୁତିପର୍ବ ଶେଷ କରିବାକୁ ବାଧ୍ଯ ହେବେ। କୌଣସି ବନ୍ଧୁଙ୍କର ଆସିବାର ବିଳମ୍ବତାକୁ ଲକ୍ଷ୍ୟକରି ବିଚଳିତବୋଧ କରିପାରନ୍ତି। ଏଣେ ଜମା ଭଲ ପଡ଼ୁ ନ ଥିବା ପାଖ ପଡ଼ୋଶୀଙ୍କ ଟିକାଟିପ୍ସଣୀ ମନକୁ ଦ୍ବିଧାଗ୍ରସ୍ଥ କରିପାରେ। ଅର୍ଥ ସମ୍ପର୍କକୁ ନନେଇ ନିଜର ଲୋକ ମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments