OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Wednesday 11th January 2023

Odia Rashiphala

Odia Rashiphala

ଆଜି ବିଶ୍ରାମହୀନ କାମ କରିବାକୁ ପଡ଼ିପାରେ । ସାଧାରଣ କଥାରେ ଭୁଲ୍‌ମଣା କାରଣରୁ ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହିତ କଳହର ସମ୍ଭାବନା ଦେଖାଦେଇପାରେ । ସ୍ଵାସ୍ଥ୍ୟ ଓ ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ।
ଘରେ ଅସାବଧାନତାବଶତଃ ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବ । ଅଯାଚିତ ଭାବରେ ପଡ଼ୋଶୀଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ବରାନ୍ନିତ କରିପାରନ୍ତି। ସାହିତ୍ୟ ଓ ସଂଗୀତ ପ୍ରତିଯୋଗିତାରେ ସୁନାମ ଅର୍ଜନ କରିବାର ଯୋଗ ରହିଛି|ବିବାଦୀୟ ସ୍ଥିତିରେ କ’ଣ କରିବେ କିମ୍ବା ନକରିବେ ଏହି ଦ୍ବନ୍ଦରେ ପଡି କିଛି ବି କରିପାରିବେ ନାହିଁ |
ବନ୍ଧୁମିଳନ ସାଙ୍ଗକୁ ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କରିପାରନ୍ତି। ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତି ନେବେ। ଗତକାଲିର କୌଣସି ଘଟଣା ସକାଶେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ବିବାଦୀୟ କଥାକୁ ନେଇ ଅନ୍ୟର କଥା ଶୁଣି ବ୍ୟସ୍ତତା ଅନୁଭବ କରିପାରନ୍ତି ।
ଯେଉଁ ଆଶା ନେଇ ଅନ୍ୟମାନଙ୍କ ପାଇଁ କିଛି କରିବେ ପ୍ରତିବଦଳରେ କିଛି ପାଇବେ ନାହିଁ। କର୍ମକ୍ଷେତ୍ରରେ କୌଣସି ଶୁଭ ଖବର ମନକୁ ଆମୋଦିତ କରିବାର ଆଶା ରହିଛି । ପ୍ରତ୍ୟୁଷ ସମୟରେ ଭ୍ରମଣ କାଳରେ
ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବନ୍ଧୁଙ୍କ ସହ ସାଧାରଣ ଯୁକ୍ତିତର୍କରୁ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।
ଯେତେ ମନଧରି କାମ କଲେ ମଧ୍ଯ ନିକଟସ୍ଥ ବ୍ୟକ୍ତି ସମାଲୋଚନା କରିପାରନ୍ତି। ତରବରିଆ କାମରେ ସତର୍କ ନ ରହିଲେ ଗୋଡ଼ରେ ଆଘାତ ଲାଗିପାରେ । ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରି ପ୍ରଶଂସିତ
ହେବେ। ପିଲାମାନଙ୍କ ଅସଂଯତ କାର୍ଯ୍ୟକଳାପ ପାଇଁ ନିଜ ଲୋକମାନଙ୍କଠାରୁ ମଧ୍ଯ ସମାଲୋଚିତ ହେବାର ଆଶଙ୍କା ରହିଛି ।
ମନରେ ସନ୍ଦେହ ଜାତ ହେବା କାରଣରୁ ଅନ୍ୟ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ଅବଶ୍ୟ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି,ତାହା ବିଳମ୍ବିତ ସମୟରେ ନିଶ୍ଚୟ ପାଇବେ । ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ଗତକାଲି ଖୋଜୁଥିବା ଜିନିଷଟି ଆଜି ଅପରାହ୍ନରେ ପାଇଯିବେ।
ଆଦୌ ଚିନ୍ତା କରନ୍ତୁ ନାହି, ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଭୋଗବିଳାସରେ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ବାଧାବିଘ୍ନ ଘଟିପାରେ । ଅଫିସ ଭିତରେ ସାଧାରଣ କଥାକୁ ନେଇ
ତର୍କ ବିତର୍କ ଲାଗିବାର ଆଶଙ୍କା ରହିଛି । କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ହେବ।
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି, ସବୁ ସୁବିଧାରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସହାୟତା ଲାଭକରି ଆଶ୍ଵସ୍ତି ଲାଭ କରିବେ। ରୋଗ,ରଣରୁ ରକ୍ଷା ପାଇବାର ନୂତନ ଯୋଜନାର ପରିକଳ୍ପନା କରିପାରନ୍ତି। ରାଜନୀତିରେ ଲୋକ ସମ୍ପର୍କ ବଢ଼ାଇବା ସକାଶେ ପଦକ୍ଷେପ ନେବା ପାଇଁ ଚେଷ୍ଟା ଅବ୍ୟାହତ ରହିବ ।
ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ହେତୁ ମନ ବିଚଳିତ ରହିପାରେ । ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ଵରାନ୍ନିତ କରିବ। ପରିସ୍ଥିତିକୁ ଲକ୍ଷ୍ୟକରି ମନକୁ ନ ପାଇଲେ ମଧ୍ଯ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। କେତେକ କ୍ଷେତ୍ରରେ ନିଜ ସହ ଅନ୍ୟମାନଙ୍କୁ ତୁଳନା କରି ଅଯଥା ମନକୁ ଭାରାକ୍ରାନ୍ତ କରିପାରନ୍ତି।
ଦୀର୍ଘଦିନ ହେଲା ଭାବୁଥିବା କାମଟି ଆଜି ବାସ୍ତବରେ କରିପାରିବେ ନାହିଁ। ବିଶେଷ ଭାବରେ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ବନ୍ଧୁଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ଦୁଶ୍ଚିନ୍ତା ସୃଷ୍ଟି ହୋଇପାରେ । ବେଳକାଳ ଉଣ୍ଡି ଠିକଣା ସମୟରେ ଉଚିତ ପଦକ୍ଷେପ ନେବାକୁ ଭୁଲନ୍ତୁ ନାହିଁ।
ଆଜି ପରିବାରରୁ ପୂର୍ଣ୍ଣ ସହଯୋଗ ଓ ସମର୍ଥନ ଲାଭକରି ଗୁରୁତ୍ବପୂର୍ଣ କାମ ହାସଲ କରିବେ। ବନ୍ଧୁଙ୍କ କାର୍ଯ୍ୟକଳାପକୁ ନେଇ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବା ସ୍ଵାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ସାମଯିକ ଆଶ୍ବସ୍ତି ଅନୁଭବ କରିବେ। ସକାଳୁ ସକାଳୁ ସମ୍ପର୍କୀୟ ଜଣେ ବନ୍ଧୁ ଆଜି ମଧ୍ୟାହ୍ନରେ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ଆଜିର ପ୍ରତ୍ଯୁଷ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ । ଦୀର୍ଘଦିନର ସୁପରିକଳ୍ପିତ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। ପାରିବାରିକ ସ୍ତର୍ରେ ଯେତେ ଭଲ କାମ କଲେ ମଧ୍ଯ ଅନ୍ୟମାନେ ଦୋଷ
ଖୋଜି ବୁଲିବେ। ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ ।
For daily odia rashiphala visit our website daily in the morning. This is compiled from a trusted source.

Odia Calender 2023

Comments

comments