![]() | କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଥିଲେ ମଧ୍ଯ ନୂତନ ଯୋଜନା ସକାଶେ ମନ ବଳାଇବେ। ସ୍ଥିର ମନ ନେଇ କାମକଲେ ସମସ୍ୟା ସମାଧାନ ସମ୍ଭାବନା ରହିଛି। ପାରିବାରିକ ଅଶାନ୍ତି ଲାଗି ରହିଥିଲେ ମଧ୍ଯ କୃତ୍ତିକା ନକ୍ଷତ୍ର ମନକୁ ବୁଝାଇ ରହିବାକୁ ବାଧ୍ଯ ହେବେ । |
ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ରୋହିଣୀ ନକ୍ଷତ୍ର କଳା, ସାହିତ୍ୟରେ ଉନ୍ନତି କରି ପ୍ରଶଂସିତ ହେବେ। ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । | |
ସାବଧାନତା ସହକାରେ କାମ ନ କଲେ ପରିସ୍ଥିତି ବଦଳିଯାଇପାରେ। ବନ୍ଧୁଙ୍କ ମନକୁ ପରଖି ଆଗକୁ ବଢ଼ନ୍ତୁ , ଅନ୍ୟଥା କଳହର କାରଣ ହୋଇପାରେ । ମୃଗଶିରା ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରି କାମ କରିବା ଭଲ ହେବ। ପଡ଼ୋଶୀମାନେ ବାକ୍ ଚାତୁରୀ କଥା କହି କାର୍ଯ୍ୟ ହାସଲର ଅପଚେଷ୍ଟା କରିପାରନ୍ତି। | |
କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ଯରୁ ଉପକୃତ ହେବେ। ଅନ୍ୟମାନଙ୍କୁ ସାହାଯ୍ୟ କରିବା ପରିପ୍ରେକ୍ଷୀରେ ନିଜେ ହଇରାଣରେ ପଡ଼ିପାରନ୍ତି। ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ଭୁଲ୍ ବୁଝିବେ। ମଘା ନକ୍ଷତ୍ର ପରୋକ୍ଷ ଶତ୍ରୁତାରୁ ମନ ଠିକ୍ ରହିବ ନାହିଁ | | |
କର୍ମକ୍ଷେତ୍ର ଭଲ ରହିଲେ ମଧ୍ଯ ପାରିବାରିକ ବିବାଦ କାରଣରୁ ମନ ଅସ୍ଥିର ରହିବ। ଇଚ୍ଛା ନ ଥିଲେ ମଧ୍ୟ ଏ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ଅଶାନ୍ତ ମନା ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ଶାନ୍ତ ହେବ ଓ ମାନସିକ ସ୍ଥିତି ଠିକ୍ ରହିବ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିମ୍ବା ସନ୍ତାନଙ୍କ ବିଶୃଙ୍ଖଳିତ କାମ ସକାଶେ ଅପମାନିତ ହୋଇପାରନ୍ତି | |
ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୁରାଇବା ଭଲ। ମନୋଭାବ ବଦଳିଯିବା କାରଣରୁ ପ୍ରିୟ ବନ୍ଧୁଟି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ମଧ୍ଯ ପାଖ ମାଡ଼ିବେ ନାହିଁ। ବ୍ୟବସାୟରେ କ୍ରମଶଃ ଲାଭ ଅପେକ୍ଷା କ୍ଷତି ଅଧିକ ହେବା ଅଶଙ୍କା ରହିଛି। କୌଣସି ଗୁରୁତ୍ବପୂର୍ଣ୍ଣ କାରଣ ନ ଥାଇ ମଧ୍ଯ ଯାତ୍ରା ସମୟରେ ଝଗଡ଼ା ଲାଗିପାରେ । | |
ଆଜି ସାଙ୍ଗସାଥୀଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି। ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କୀ ପଇସା ହଜିଯାଇପାରେ। କିନ୍ତୁ ଅନୁରାଧା ନକ୍ଷତ୍ର କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। ସାହିତ୍ୟ,ରଚନାତ୍ମକ କାର୍ଯ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ। | |
ଆଜିର ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ ହେବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ, କିନ୍ତୁ ଏଥିପାଇଁ ବହୁ ଟଣାଓଟରା ଲାଗିବ। ମୂଳା ନକ୍ଷତ୍ର ଯଥା ସମ୍ଭବ ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ। ପରିବାରରେ ପ୍ରିୟ କଥା କହି ସମସ୍ୟା ସୁଧାରିନେବେ । | |
ସାମାନ୍ୟ ଥଣ୍ଡାଜନିତ କାରଣରୁ ଦେହଟା ଭଲ ଲାଗି ନ ପାରେ । ଭଲ କଥା କହିଲେ ମଧ୍ଯ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶ୍ରବଣା ନକ୍ଷତ୍ର ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । | |
ସାମାନ୍ୟ ଥଣ୍ଡା ଜନିତ କାରଣରୁ ଦେହଟା ଭଲ ଲାଗି ନ ପାରେ। ଭଲ କଥା କହିଲେ ମଧ୍ଯ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶ୍ରବଣା ନକ୍ଷତ୍ର ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । | |
ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟକଲେ ଉପକୃତ ହେବେ । ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି । ଶତଭିଷା ନକ୍ଷତ୍ର ଅର୍ଥଲାଭ ଓ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ । | |
ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ବାରା କାମ ହାସଲ କରିବେ। ବିଶେଷ ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶକରି କଟୁ କଥା କହିବାକୁ ପଛାଇବେ ନାହିଁ। ଉତ୍ତରଭାଦ୍ରପର୍ବ ନକ୍ଷତ୍ରର ପରୋକ୍ଷ ଶତ୍ରୁତା ଲାଗି ରହିବ। |
Odia Calender 2023
Comments
comments