OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 7th November 2023

Odia Rashiphala

Odia Rashiphala

ଆଜି ପ୍ରତ୍ୟେକ କ୍ଷେତ୍ରରେ ଗରମ ମିଜାଜ୍‌ରେ କାମ କରିବାକୁ ପଡ଼ିବ। କୃତ୍ତିକା ନକ୍ଷତ୍ର କାଯ୍ୟ ହାସଲ କରିବାରେ ସଫଳ ହେବେ ନାହିଁ | ବନ୍ଧୁମାନଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହେବେ । ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ ।
ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ମୃଗଶିରା ନକ୍ଷତ୍ର ସନ୍ତାନଙ୍କ ଗୌରବରେ ଗୌରବାନ୍ଵିତ ହୋଇପାରନ୍ତି । ଅସମ୍ପୂର୍ଣ୍ଣ କାମରୁ ପୂର୍ଣ୍ଣାଙ୍ଗ କରିବାରେ ସାବଧାନତା ଅବଲମ୍ବନ କରିବା ଭଲ। ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହୋଇପାରେ|
ଗତକାଲିର ଅଟକି ରହିଥିବା କାମକୁ ଆଜି ପୂର୍ଣ୍ଣାଙ୍ଗ ହି କରିବେ। ବିବାଦୀୟ ଘଟଣାକୁ ନେଇ ମନ ଅସ୍ଥିର ରହିବ। ଆରଦ୍ରା ନକ୍ଷତ୍ର ଅନ୍ୟର କଥା ଶୁଣି ବ୍ୟସ୍ତତା ଅନୁଭବ କରିପାରିବେ। ବାଧ୍ଯବାଧକତାରେ କେତେକ କାମ କରିବାକୁ ବାଧ୍ୟ ହେବେ। ସାମାଜିକ ସ୍ତରରେ ସହମତିରେ କାମକଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।
ପୁନର୍ବସୁ ନକ୍ଷତ୍ର କର୍ମକ୍ଷେତ୍ରରୁ ଅର୍ଥ ଓ ସମ୍ମାନ ଲାଭ କରି ଉତ୍‌ଫୁଲିତ ହେବେ। ବାଣିଜ୍ୟ, ବ୍ୟବସାୟରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ଅଶ୍ଳେଷା ନକ୍ଷତ୍ର କିନ୍ତୁ ସଙ୍ଗଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି ।
ଆଜି ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ମଘା ନକ୍ଷତ୍ର ସକାଶେ ଆଜିର ସକାଳ ସମୟଟି ପ୍ରାୟତଃ ଭଲ ରହିବ।
ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ଯ ସୁଯୋଗର ସଦ୍‌ ବ୍ୟବହାର କରିପାରିବେ ନାହିଁ। ଚିତ୍ରା ନକ୍ଷତ୍ର ସ୍ଥଗିତା କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ । ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇଯିବେ ଓ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳିନେବେ |
ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ତର୍କବିତର୍କ କାରଣରୁ ସାୟାହ୍ନେ ମନ ଭଲ ରହିବ ନାହିଁ। ସ୍ବାତୀ ନକ୍ଷତ୍ର ଆଜିର ଫେରନ୍ତା ରାସ୍ତାରେ ମିତ୍ରତାର ବନ୍ଧନରେ ଆବଦ୍ଧ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ ।
ଆଜି ଯେଉଁ କାମରେ ହାତ ଦେବେ ସାହାଯ୍ୟର ଅଭାବ ରହିବ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହେବ।ଜ୍ୟୋସ୍ନା ନକ୍ଷତ୍ର କୁଟନୈତିକ କାର୍ଯ୍ୟାନୁସରଣରେ ସାମାଜିକ ପ୍ରତିଷ୍ଠା ବଢ଼ିବ। ଉପସ୍ଥିତ ବୁଦ୍ଧ ଯୋଗୁ ବିପଦ ମୁକ୍ତ ହେବେ । ଉଚ୍ଚବର୍ଗଙ୍କ ସହାୟତା ପାଇ ଆଶ୍ବସ୍ତି ଲାଭ କରିବେ।
ମୂଳା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ‌ ହୋଇପାରେ। ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀମାନଙ୍କ ସହଯୋଗ ପାଇ କାମ ହାସଲ କରିବାରେ ସମର୍ଥ ହେବେ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ସମସ୍ୟା ଲାଗି ରହିବା କାରଣରୁ ସହଜରେ କାମ ହାସଲ ହେବା କଷ୍ଟକର ହୋଇପାରେ।
ଗତକାଲିର ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତି ନେବେ। ସଭାସମିତି, ସଙ୍ଗଠନ ଓ ରାଜନୀତିରେ ନେତୃତ୍ବ ନେଇ ପ୍ରଶଂସିତ ହେବେ। ଶ୍ରବଣା ନକ୍ଷତ୍ରର ସ୍ନାୟବିକ ଦୁର୍ବଳତା ଦେଖାଦେଇପାରେ। ବନ୍ଧୁମାନଙ୍କ ଶ୍ରଦ୍ଧା ଓ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ ।
ବିଭିନ୍ନ ପ୍ରକାର ପାରିବାରିକ ବିଷୟକୁ ନେଇ ମନ ଭାରାକ୍ରାନ୍ତ ରହିବ। ଶିକ୍ଷା କ୍ଷେତ୍ର, ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ । ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଶତଭିଷା ନକ୍ଷତ୍ର ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ ।
କର୍ମକ୍ଷେତ୍ର ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ପୂର୍ବଭାଦ୍ରପଦ ନକ୍ଷତ୍ର ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। ଯେତେ ଭଲ କାମ କଲେ ମଧ୍ଯ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments