![]() |
ମିତ୍ରଙ୍କଠାରୁ ସହଯୋଗ ମିଳିବ। ଆୟ ବୃଦ୍ଧି ସୂଚନା ମିଳୁଛି। ଦୁଶ୍ଚିନ୍ତା ଦୂର ହେବ। ଅଧ୍ୟୟନରତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୀତିଶିକ୍ଷାର ଗନ୍ତାଘର ହୋଇପାରନ୍ତି। |
ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ବିଭିନ୍ନ ସୂତ୍ର ରୁ ଧନାଗମର ସୂଚନା ମିଳୁଛି। ଯାନବାହନ ସୁଖ ମିଳିପାରେ। ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ରାଜପ୍ରାସାଦ ସଦୃଶ ସଖୈଶୂର୍ଯ୍ୟ ଭୋଗ କରିବେ। | |
ଜନସାଧାରଣଙ୍କ ପ୍ରିୟଭାଜନ ହେବେ। ଧର୍ମ ଧ୍ୱଜାଧାରୀ ହୋଇପାରନ୍ତି। ଚରିତ୍ରବାନ୍ ହେବେ। ନୃତ୍ୟ, ସଙ୍ଗୀତ ପ୍ରିୟ ହେବେ। ସତ୍କର୍ମରେ ନିୟୋଜିତ ହେବେ। ତେଜୀୟାନ୍ ହେବେ। | |
ଉଚ୍ଚ ଆଶା ଫଳବତୀ ହେବ। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ୱୀ ହେବେ। ବିନୀତ ସ୍ୱଭାବ ଓ ଗୁଣବାନ୍ ହେବେ। ସୁସ୍ଥ ଓ ନିରାମୟ ରହିବେ। | |
ଆୟ ବୃଦ୍ଧି ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସୂତ୍ର ରୁ ଲାଭବାନ୍ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉତ୍ତମହେବ। | |
ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ମଧୁରଭାଷା ଓ ଭଦ୍ରୋଚିତ ବ୍ୟବହାର ଦ୍ୱାରା ପରକୁ ଆପଣାର କରିବାରେ ପାରଙ୍ଗମ ହେବେ। ଅତିଥି ସତ୍କାରରେ ଧନ ବ୍ୟୟ କରିବେ। | |
ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ଆତ୍ମସନ୍ତୋଷ ମିଳିବ। ସରକାରୀ ଓ ବେସରକାରୀ ସୂତ୍ର ରୁ ଅର୍ଥପ୍ରାପ୍ତ ହେବେ। ସମ୍ମାନିତ ହେବେ। | |
କର୍ମକ୍ଷେତ୍ରକୁ ଉଜ୍ୱଳମୟ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଆର୍ଥିକ ସ୍ରୋତର ଧାରା ଅବ୍ୟାହତ ରହିବ। ସନ୍ମାର୍ଗରେ ପରିଚାଳିତ ହେବେ। ଶତ୍ରୁ ନିରସ୍ତ୍ର ହୋଇପାରେ। | |
କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ପାଇ ତା’ର ସଦ୍ ବ୍ୟବହାର କରିପାରନ୍ତି। କର୍ମଚଞ୍ଚଳ ରହିବେ। ଆଶା ଫଳବତୀ ହେବାର ସୂଚନା ମିଳୁଛି। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। | |
ଉପୁଜିଥିବା ସମସ୍ୟାର ମୁକାବିଲା କରିବାରେ ପାରଙ୍ଗମ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଜଳଯାତ୍ରା ନ କରିବା ଭଲ। ଦେବପୂଜା ନିରତ ହେବେ। ସତର୍କତାର ଦିନ। | |
ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଧର୍ମୀୟ କାର୍ଯ୍ୟରେ ମନ, ଶରୀର ଓ ଆତ୍ମାକୁ ସମର୍ପଣ କରିପାରନ୍ତି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଦୟାଧର୍ମରେ ଦୀକ୍ଷିତ ହେବେ। | |
ଅଜାତଶତ୍ରୁ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ପରୋପକାରକୁମାନବୀୟ ଧର୍ମଭାବେ ଗ୍ରହଣ କରିବେ। |
Odia Calendar 2022
Comments
comments