![]() | ଆଜି କୃତ୍ତିକା ନକ୍ଷତ୍ର କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାର ସୁଯୋଗ ପାଇବେ |ଆଜକୁ କେତେଦିନ ହେଲା ମନେ ମନେ ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିସିଧାରେ ପାଇଯିବେ। ପ୍ରତିବନ୍ଧକଜ୍ଜନିତ ବ୍ୟବସାୟ,ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ।ସାମାଜିକ ସ୍ତରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ | |
ମୃଗଶିରା ନକ୍ଷତ୍ର ଘରୋଇ ଝମେଲା କାରଣରୁ ମନ ଓ ଭଲ ରହିବ ନାହିଁ। ଯେଉଁ କାମରେ ହାତ ଦେଇଛନ୍ତି ତାହାକୁ ଯେକୌଣସି ପ୍ରକାରେ କରିବାରେ ସମର୍ଥ ହେବେ। ବାଣିଜ୍ୟ, ପରିବହନ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଆଲୋଚନା ପରିସରରେ ବନ୍ଧୁଙ୍କ ପ୍ରତି ସ୍ନେହ ପ୍ରଦର୍ଶନକରି ପ୍ରଶଂସିତ ହେବେ। | |
ଆଜି ଚନ୍ଦ୍ରଶୁଦ୍ଧି ହେତୁ ମନ ଭଲ ରହିବ ଏବଂ ବହୁ ଦିନରୁ ଅଟକି ରହିଥିବା କାମ ସୁବିଧାରେ ହୋଇଯିବ। ପୁନର୍ବସୁ ନକ୍ଷତ୍ରର କାମ କରିବାର ସ୍ପୃହା ଥିଲେ ମଧ୍ଯ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ ।ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କର୍ମମୁଖର ହେବେ ।ଶିଳ୍ପ ବ୍ୟବସାୟ ଓ ପରିବହନରେ ଲକ୍ଷ୍ୟ ହାସଲରେ ସମର୍ଥ ହେବେ। | |
ଦୁସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ଯୋଗୁ ଆଜି ହସଖୁସିରେ ସମୟ କଟାଇବେ ଏବଂ ବନ୍ଧୁଙ୍କ ସାହାଯ୍ୟରେ କାମ ହାସଲ କରିବେ। ଅଶ୍ଳେଷା ନକ୍ଷତ୍ର ଅତୀତ କଥାକୁ ଚିନ୍ତାକରି ପରିସ୍ଥିତିକୁ ଯେତେ ଜଟିଳ ମନେକରୁଛନ୍ତି ସେମିତି କିଛି ହେବନି । ଶିଳ୍ପ,ବ୍ୟବସାୟ, ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । | |
ଦୁଃସ୍ଥାନସ୍ଥ ଚନ୍ଦ୍ର ହେତୁ ବ୍ୟୟବୃଧି ଜନିତ ମାନସିକ ସ୍ଥିରତା ରହି ନ ପାରେ। ଅବଶ୍ୟ ପ୍ରଶାସନ, ଆଇନ, ଏ ଅଦାଲତ ଓ ପ୍ରତିଦ୍ବନ୍ଦିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଆଲୋଚନା ପରିସରରେ ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ଚକ୍ଷୁଶୂଳ ହୋଇପାରନ୍ତି।ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ହାସଲରେ ସମର୍ଥ ହେବେ। | |
ତୃତୀୟରେ କେତୁ ଥିବାରୁ ମାଗଣାରେ କୌଣସି କାମ କରିବା ସମ୍ଭବପର ହେବ ନାହିଁ। ଆଜି ଯେତିକି ପାଇବେ ତା’ଠାରୁ ଅଧକ ବ୍ୟୟ କରିବେ। ପୂର୍ବ ପ୍ରସ୍ତୁତି ନ ଥାଇ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ କରିବା ସକାଶେ ମନ ବଳାଇପାରନ୍ତି। ମାଲି ମକଦ୍ଦମା, ତର୍କବିତର୍କ, ସଭା ସମିତି, ସଙ୍ଗଠନ, ନିର୍ମାଣ, ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ | | |
ଆଜି ଏକାଦଶ ଚନ୍ଦ୍ର ଯୋଗୁ ପ୍ରତ୍ୟେକ କାମ ପାଇଁ ଅନୁକୂଳ ରହିବ। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତା ଜିନିଷ ପାଇଁ ମନ ଖୁସି ହୋଇଯିବ|ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିମାନେ ପୂର୍ବ ଶତ୍ରୁତା କାରଣରୁ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ |ଶିଳ୍ପ,ବାଣିଜ୍ୟ,ରାଜନୀତି,କ୍ରୀଡା ଚଳଚିତ୍ର, ସାହିତ୍ୟ ପ୍ରଶାସନିକ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହେବ। | |
ଅନୁକୂଳ ଗ୍ରହ ପ୍ରଭାବର କାର୍ଯ୍ୟସିଦ୍ଧି ଘଟିବ, କିନ୍ତୁ ସାଧାରଣ ବ୍ୟତିକ୍ରମ ଦେଖାଗଲେ ମଧ କାମ ଅଟକିବ ନାହିଁ। ଯାହାକୁ ଅତି ଭଲ ପାଉଛନ୍ତି ତା’ ଠାରୁ ପ୍ରତିଦାନ ପାଇବା କଷ୍ଟକର ହେବ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ସାହିତ୍ୟ, ରାଜନୀତି, ସଙ୍ଗଠନ, କ୍ରୀଡ଼ା ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ। | |
ପାପ ମଧ୍ୟ ବୃହସ୍ପତିଙ୍କ କୁପ୍ରଭାବରୁ ସହକର୍ମୀଙ୍କଠାରୁ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି। ପରିବାରରେ ପାରସ୍ପରିକ ବୁଝମଣା ହେତୁ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତି ସମସ୍ୟା ବଢ଼ାଇ ଦେଇପାରନ୍ତି । ବନ୍ଧୁଙ୍କଠାରୁ ବାକି ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ | | |
ସମ୍ପର୍କୀୟଙ୍କ ଅନୁକମ୍ପା ଲାଭକରି କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି ବୃଦ୍ଧି କାରଣରୁ ମନରେ ସରସତା ରହିବ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ର ପାଇଁ ବନ୍ଧୁଙ୍କ ସହ ଆଜିର ପ୍ରତ୍ୟୁଷା ଯାତ୍ରାରେ ସଫଳତା ମିଳିବ। ରପ୍ତାନି କାରବାର ଏଜେନ୍ସି ରଚନାତ୍ମକ କାର୍ଯ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। | |
ବହୁ ଦିନହେଲା ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ତାହା ସୁବିଧାରେ ପାଇଯିବେ। ପୂର୍ବଭାଦ୍ରପଦ ନକ୍ଷତ୍ର ଜଣେ ବନ୍ଧୁ ସମସ୍ୟା ସମାଧାନ ସକାଶେ ଚେଷ୍ଟା କରିବେ। ଶିଳ୍ପ ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭ ପାଇବେ। ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ । | |
ଆଜି ଅଟକି ରହିଥିବା କାମ ସମ୍ପନ୍ନହେବା କଷ୍ଟକର ହୋଇପଡ଼ିବ। ଉତ୍ତରଭାଦ୍ରପଦ ବନ୍ଧୁଙ୍କ ନିକଟରୁ ଅର୍ଥ ଓ ସମ୍ମାନ ପାଇବାରେ ଅସୁବିଧା ହେବନାହିଁ। ସଭାସମିତିରେ ଅପ୍ରିୟ ସତ କହି ସମାଲୋଚିତ ହୋଇପାରନ୍ତି।ଶାସ୍ତ୍ରଲୋଚନା, ସହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର, ନିର୍ମାଣ,ପରିବହନ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ। |
Odia Calender 2023
Comments
comments