![]() | ଆଜି ପାରିବାରିକ ଦୃଷ୍ଟିକୋଣରୁ ମନ ଖୁସି ରହିବ। ତଥାପି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ପ୍ରତ୍ୟେକ ପରିସ୍ଥିତିରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଅବଶ୍ୟ ସଭାସମିତି, ମାଲିମକଦ୍ଦମା କଥା କିମ୍ବା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। କୌଣସି ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ବନ୍ଧୁଙ୍କ ଉପରୁ ବିଶ୍ବାସ ହରାଇପାରନ୍ତି। |
ପରିସ୍ଥିତିବଶତଃ ନିଜର ଆତ୍ମୀୟଙ୍କ ସକାଶେ ହବ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ପ୍ରତିବନ୍ଧକ ମଧ୍ଯରେ କର୍ମକ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ। ଅନୂଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ଣରି ନେବାକୁ ପଡ଼ିପାରେ। ଘରେ ବନ୍ଧୁମିଳନ କିମ୍ବା ବନ୍ଧୁଙ୍କ ଅପ୍ରତ୍ୟାଶିତ ଆଗମନରୁ ଖୁସି ହୋଇଯିବେ । | |
ପଦସ୍ଥ ବ୍ୟକ୍ତିଙ୍କ ସହାୟତାରୁ ସମସ୍ୟା ସମାଧାନ ପାଇଁ ଅନୂକୂଳ ବାତାବରଣ ସୃଷ୍ଟି ହୋଇପାରିବ। ଧନ ସ୍ଥାନରେ ଏକାଦଶାଧିପତି ଅର୍ଥନୈତିକ ଅଭିବୃଦ୍ଧି ଘଟାଇବେ। ଆଜି ଶିଳ୍ପ, ବ୍ୟବସାୟ କ୍ଷେତ୍ରରୁ ଧନାଗମ ସମ୍ଭାବନା ଦେଖାଦେଇପାରେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଖାଲରେ ପକାଇବା ଚେଷ୍ଟା ବିଫଳ ହେବେ। | |
ଆଜି ଅନ୍ୟମାନଙ୍କ ବିରୋଧାଭାସରୁ ଅଟକି ରହିଥିବା କାମ ସୁବିଧାରେ ହୋଇଯିବ। ପରିବାରରେ ମାନସିକ ଦ୍ବନ୍ଦ୍ବ ମଧ୍ଯରେ ସାମୟିକ ଅସନ୍ତୁଷ୍ଟ ରହିପାରନ୍ତି। ମାତ୍ର ମୃଗଶିରା ନକ୍ଷତ୍ରର ପାରିବାରିକ ଜୀବନ ହସ ଖୁସିରେ ଅତିବାହିତ ହେବ। ଅତୀତରେ ଘଟିଯାଇଥିବା ଘଟଣାଗୁଡ଼ିକୁ ଅସ୍ବଭାବିକ ଭାବେ ଚିନ୍ତାକରି ଅପରାହ୍ନରେ ଚିନ୍ତିତ ରହିବେ । | |
ଆଜି ବନ୍ଧୁଙ୍କ ପ୍ରେରଣା ପାଇଲେ ମଧ୍ଯ ମନରେ ସକାରାତ୍ମକ ଭାବ ଉଦ୍ରେକ ହେବନାହିଁ। ସାମାଜିକ ସ୍ତରରେ ସାଧାରଣ ସ୍ବାର୍ଥକୁ କେନ୍ଦ୍ରକରି କଳହର ସମ୍ମୁଖୀନ ହୋଇପାରନ୍ତି। ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟର ମତକୁ ସମ୍ମାନ ଦେଲେ ଉପକୃତ ହେବେ । | |
ଆଜି ଯେମିତି ଚିନ୍ତା କରୁଛନ୍ତି, ସେହି ଅନୁସାରେ କାମ ସମ୍ପନ୍ନ ହୋଇପାରିବ। ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ କାର୍ଯ୍ୟକୁ ତ୍ଵରାନ୍ବିତ କଲେ ମଧ୍ଯ ପ୍ରାଥମିକ ଅବସ୍ଥାରେ ବ୍ୟତିକ୍ରମ ଦେଖାଦେଇପାରେ । ପରିବାରର ଆବଶ୍ୟକତା ସକାଶେ ଧାରକରଜ କରି କାମ ତୁଲାଇ ନେବେ। ଶିଳ୍ପ ବ୍ୟବସାୟ, ପରିବହନ, ଏଜେନ୍ସିପରେ ଉନ୍ନତି କରିବେ । | |
ଯାହା ଯେତିକି ପାଇବା କଥା ସେଥିପାଇଁ ଆପଣଙ୍କୁ ପ୍ରବଳ ସଂଘର୍ଷ କରିବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ କୌଣସି ଅସୁବିଧା ନ କଲେ ମଧ୍ଯ ଆର୍ଥିକ କ୍ଷତି ଘଟାଇପାରନ୍ତି। ବ୍ୟସ୍ତତା ମଧ୍ଯରେ ଯାଉ ଯାଉ ଯାନ୍ତ୍ରିକ ତୁଟି ଯୋଗୁ ଆଜିର ଯାତ୍ରାରେ ବିଳମ୍ବ ଘଟିପାରେ। ଅନିୟମିତତା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। | |
କୌଣସି କ୍ଷେତ୍ରରେ ବିବାଦ ଆଗକୁ ନ ବଢ଼ାଇ ଆଲୋଚନା ଦ୍ବାରା ସମାଧାନ କରିବା ଭଲ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହେବ। କର୍ମକ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। | |
ଆଜି ଆପଣଙ୍କର ସୁସ୍ଥ ମାନସିକତା କର୍ମକ୍ଷେତ୍ରରେ ସମ୍ମାନଜନକ ସ୍ଥିତି ପ୍ରଦାନ କରିବ। ସାମୟିକ ଅନିଦ୍ରା ଓ ଧନବ୍ୟୟ ହେତୁ ଦୁଶ୍ଚିନ୍ତା ସୃଷ୍ଟି ହୋଇପାରେ । ଅପ୍ରିୟ ସତ୍ୟ କହିବା କାରଣରୁ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ବ ଗ୍ରହଣକରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। | |
ଶୁକ୍ରଙ୍କ ସୁପ୍ରଭାବରୁ କଳା, ସାହିତ୍ୟ, ସଙ୍ଗୀତ ଚର୍ଚ୍ଚାରେ ଦିନଟିକୁ ଉପଭୋଗ କରିପାରନ୍ତି। ଉଦାରତା ଓ ସହନଶୀଳତା ଗୁଣରୁ ବନ୍ଧୁଙ୍କ ଦ୍ବାରା ପ୍ରଶଂସିତ ହେବେ। ରବିବାରର ଆଲୋଚନା ଅନୁଯାୟୀ ଆଜିର କାମ ସବୁ ଠିକ୍ ଠିକ୍ ହୋଇଯିବ। ଅର୍ଥ ସାହାଯ୍ୟ ପାଇବେ ଏବଂ ଆଶା କରିଥିବା କୌଣସି ଖବର ପାଇ ଖୁସି ହେବେ । | |
ଆଜି ଯେଉଁ କାମ କଲେ ମଧ୍ଯ ବିରୋଧର ସମ୍ମୁଖୀନ ` ହେବେ। କର୍ମକ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ। ଅତି ନିଜର ମନେହେଉଥିବା ବନ୍ଧୁଟି ଅନ୍ୟମାନଙ୍କ ଦ୍ବାରା ପ୍ରଭାବିତ ହୋଇ ଅସୁବିଧାରେ ପକାଇପାରନ୍ତି। କହିବା ପାଇଁ ଚିନ୍ତା କରିଥିଲେ ମଧ୍ଯ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। | |
ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବା ସକାଶେ ମନସ୍ଥ କରିବେ। ସାଂସ୍କୃତିକ ଅନୁଷ୍ଠାନରେ ପ୍ରଶଂସନୀୟ କାମକରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କଲେ ତାହା ନିଜ ପାଇଁ ବହୁ ହିତକର ସାବ୍ୟସ୍ତ ହେବ। ଆକସ୍ମିକ ଭାବରେ ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ଚିନ୍ତିତ ହୋଇପାରନ୍ତି। |
Odia Calendar 2023
Comments
comments