OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 4th April 2023

Odia Rashiphala

Odia Rashiphala

ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ତ୍ବରାନ୍ବିତ କରିବା ନିଷ୍ପତ୍ତି ନେବେ। କଠିନ ଶ୍ରମ ସାଙ୍ଗକୁ ରାତି ଅନିଦ୍ରାଜନିତ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖା ଦେଇପାରେ। ଆର୍ଥିକ ସ୍ଵଚ୍ଛଳତା ଫେରିପାଇବେ ସତ ମାତ୍ର ଆଶା କରିଥବା ଦିଗରୁ ଅର୍ଥ ମିଳିବ ନାହିଁ। ଅଧ୍ଯାପନା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସା ମିଳିବ ।
ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ଅନ୍ୟ ଦ୍ବାରା ପ୍ରଭାବିତ ହୋଇ ବହୁ କାମ ହାତକୁ ନେବା ଦ୍ବାରା ଟେନ୍‌ସନ ବଢ଼ିବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ, ମାତ୍ର ତାହା ନିଜ ସପକ୍ଷରେ ଯିବା ସମ୍ଭାବନା ରହିଛି। ଯାତ୍ରା ସମୟରେ ସାଧାରଣ ବର୍ଗର ଲୋକ ଦ୍ବାରା ଉପକୃତ ହୋଇପାରନ୍ତି।
ମାନସିକ ଅସ୍ଥିରତାଜନିତ ବନ୍ଧୁଙ୍କ ନିକଟରେ ମନକଥାକୁ ଲୁଚାଇ ରଖିପାରିବେ ନାହିଁ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ପଦସ୍ଥ ବ୍ୟକ୍ତିଙ୍କ ସହାୟତାରୁ ସରକାରୀ କ୍ଷେତ୍ରରୁ ଲାଭର ଆଶା କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତମାନର ସୁଫଳଜନିତ ଖୁସି ହୋଇପାରନ୍ତି।
ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁ ଶେଷ ସମୟରେ ବିଶ୍ବାସଘାତକତା କରିପାରନ୍ତି। ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ପରିବାରର ସହଯୋଗରେ ହାତକୁ ନେଇଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ବ୍ୟବସାୟ ଓ ନିର୍ମାଣ, ପରିବହନରେ ସଫଳତା ହାସଲ କରିବେ |
ବକେୟା ଅର୍ଥ ପ୍ରାପ୍ତି ସକାଶେ ଉଚ୍ଚ ଆଶାକରି ନିରାଶ ହେବେ। ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ। ଆପଣଙ୍କ ପରିସ୍ଥିତିର ବିଷମତା ଲକ୍ଷ୍ୟକରି ମିତ୍ରବନ୍ଦୁମାନେ ଆବଶ୍ୟକ ସହଯୋଗ କରିବେ। ସାମାଜିକ ସ୍ତରରେ ଦୀର୍ଘ ଦିନରୁ ଚାହୁଁଥୁବା ସୁଯୋଗ ହାତଛଡ଼ା ହୋଇପାରେ।
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଉପକୃତ ହୋଇପାରନ୍ତି। ପରିସ୍ଥିତିବଶତଃ ଖର୍ଚ୍ଚାନ୍ତ ହେବା ସାଙ୍ଗକୁ ସାଧାରଣ କଥାକୁ ମଧ୍ଯ ଭିନ୍ନାର୍ଥରେ ଗ୍ରହଣକରି ଅଶାନ୍ତ ରହିବେ। ନିଜ ବେକାର ଭାଇଙ୍କ କାମଧନ୍ଦା ପାଇଁ ଚିନ୍ତା କରିବେ। ଆକସ୍ମିକ ଭାବରେ ଆହୂତ ହୋଇ ଦୂରଯାତ୍ରା ପାଇଁ ସଜବାଜ ହୋଇପାରନ୍ତି।
ଆର୍ଥିକ ଉନ୍ନତି ଲାଗି ବିଭିନ୍ନ ଯୋଜନା ପାଇଁ ମନ ବଳାଇବେ। ନିର୍ମାଣ କାର୍ଯ୍ୟରେ ସାମାନ୍ୟ ବାଧା ଉପୁଜିପାରେ । ବକେୟା ଆଦାୟରେ ବନ୍ଧୁ ସହଯୋଗ କରିବେ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ବ୍ୟଥିତା କରିପାରେ । ଆକସ୍ମିକ ଭାବେ ଦୂରଯାତ୍ରା କରିବାକୁ ପଡ଼ିପାରେ। ପିଲାମାନଙ୍କ ପାଠପଢ଼ା ପାଇଁ ଚିନ୍ତିତ ହୋଇପାରନ୍ତି ।
ପଡ଼ୋଶୀଙ୍କ ଦ୍ବାରା ପ୍ରଭାବିତ ହୋଇ କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବୟସ୍କ ବ୍ୟକ୍ତି ଜଣେ ଅସନ୍ତୋଷ ପ୍ରକାଶ କରିପାରନ୍ତି। ସ୍ବର୍ଣ୍ଣାଦି ଅଳଙ୍କାର କିଣାବିକା କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ପ୍ରିୟଜନଙ୍କ ପରାମର୍ଶରେ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହୋଇପାରେ ।
ପାରିବାରିକ ଦୁଶ୍ଚିନ୍ତା ବଢିଯିବା ଦ୍ବାରା କାମଗୁଡିକ ମଧ୍ୟ ଶୃଙ୍ଖଳିତ ହେବ ନାହିଁ। ଅନୁରାଧା ନକ୍ଷତ୍ର ସ୍ଵସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ | ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇପାରେ । ବନ୍ଧୁମାନଙ୍କ ସହ ଆଲୋଚନା କାଳରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ଆଜି ଆପଣ ଯାହା କରନ୍ତୁନା କାହିଁକି ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କିନ୍ତୁ ଇର୍ଷାପର ଆତ୍ମୀୟମାନଙ୍କ ସହ ସମ୍ପର୍କହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଦୀର୍ଘଦିନରୁ ବାକି ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାରରେ ପିଲାଙ୍କ ଆଚରଣଗତ ତ୍ରୁଟିରୁ ସମସ୍ୟା ଆସିପାରେ ।
ଆଜି ବାରମ୍ବାର ସମସ୍ୟା ଉପୁଜୁଥିବା କାରଣରୁ ସବୁକାମ ବିଳମ୍ବରେ ଓ କଷ୍ଟରେ ସମ୍ପନ୍ନ ହେବ। ସାଧାରଣ କଥାରେ ଆତ୍ମୀୟସ୍ଵଜନ ଦୂରେଇ ଯାଇପାରନ୍ତି ,ମାତ୍ର ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ହେବ, କିନ୍ଧୁ ପ୍ରତିବନ୍ଧକ ଲାଗିରହିବ। ବନ୍ଧୁ କଥାରେ ପ୍ରଭାବିତ ହୋଇ ଭୁଲ୍‌ କାମ କରିପାରନ୍ତି।
ବିଭିନ୍ନ ପ୍ରତିବନ୍ଧକ କାରଣରୁ କର୍ମକ୍ଷେତ୍ରରେ ସମସ୍ୟାରେ ପଡ଼ି ଅପଦସ୍ଥ ହୋଇପାରନ୍ତି । ତଥାପି ସାଂସ୍କୃତିକ କାର୍ଯ୍ୟକ୍ରମ କ୍ଷେତ୍ରରେ ସଫଳତା ହାସଲ କରିପାରିବେ। ବିଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି। ତରବରିଆ ଭାବେ କୌଣସି କାମ ନ କରି ଦେଖିଚାହିଁ ପଦକ୍ଷେପ ନିଅନ୍ତୁ ।
For daily odia rashiphala visit our website daily in the morning. This is compiled from a trusted source.

Odia Calender 2023

Comments

comments