![]() | ବିନୟାବନତ ଭାବସମ୍ପନ୍ନ ହେବେ |ବହୁ ମିତ୍ରଙ୍କ ସାନିଧ୍ୟ ମିଳିବ |ପ୍ରଥିତ ଓ ପ୍ରତାପସମ୍ପନ୍ନ ହେବେ |ଦ୍ବିଜାନୁରକ୍ତ ହୋଇପାରନ୍ତି |ଦୃଢ ପୌରୁଷର ଅଧିକାରୀ ହେବେ |ବହୁଧନ ଓ ଗୁଣଜ୍ଞ ହେବେ | |
ଦାନଧର୍ମର ବ୍ରତ ଆଚରଣ କରିପାରନ୍ତି |ଅଭାବ ସିଦ୍ଧି ପାଇଁ ସତ୍ୟର ମାର୍ଗ ଅନୁସରଣ କରିପାରନ୍ତି |ଏକ ସୁପୁତ୍ର ଓ ଧର୍ମପ୍ରାଣା ସହଧର୍ମିଣୀଯୁକ୍ତ ହେବେ |ଧନୀ ଓ ଜ୍ଞାନୀ ହେବେ | | |
ସ୍ବାସ୍ଥ୍ୟହାନିର ସୂଚନା ମିଳୁଛି |ଭ୍ରମଣ ବ୍ୟର୍ଥ ହୋଇପାରେ |ସର୍ବସୁଖ ମିଳିପାରେ |ପତ୍ନୀ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି |ଅଶାନ୍ତିର ଶିକାର ହୋଇପାରନ୍ତି |ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ | | |
ସମ୍ମାନ ହାନିକାରକ ମଧୁବ୍ୟୁହକୁ ପରିତ୍ୟାଗ କରିବା ବିବେକୀ ବ୍ୟକ୍ତିଙ୍କ ଧ୍ୟୟ ହେବା ବାଞ୍ଛନୀୟ |ସମ୍ୱେଦନା ସହିତ ଯୋଡି ହେଲେ ସେବା ସାର୍ଥକ ହେବ |ମହିଳାମାନଙ୍କର ଗୃହସ୍ଥଧର୍ମ ସର୍ବୋତ୍କୃଷ୍ଟ ହେବ | | |
ଅଜାତ ଶତ୍ରୃ ହେବେ |ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହେବେ |ଚେତନାର ଉଜ୍ଜ୍ବଳ ପ୍ରଦୀପ ହୋଇପାରନ୍ତି |ଋଣ ଗ୍ରହୀତାମାନଙ୍କୁ ଉଦ୍ଧାର କରିବାରେ ସହାୟକ ହୋଇପାରନ୍ତି | | |
ପୁତ୍ର ସୁଖର ଆଶା ବୈତରଣୀ ନଦୀ ପରି ହୋଇପାରେ |ଧନ ପ୍ରାପ୍ତିର ମାର୍ଗ ଉନ୍ମୁକ୍ତ ରହିଛି |ଦାମ୍ପତ୍ୟ ଜୀବନ କୁସୁମିତ ହେବ |ବିଦ୍ୟାଭାସୀ ହେବେ |କୃଚ୍ଛ ସାଧନା ବଳରେ ଦିବ୍ୟ ଶକ୍ତିସମ୍ପନ୍ନ ହେବେ | | |
ପୌରୁଷର ଅଧିକାରୀ ହେବେ |ଖନଦାନ୍ ଓ ସୁବିଚାରକ ହୋଇପାରନ୍ତି |ଗୃହସ୍ଥ ଜୀବନ ସୁଖପ୍ରଦ ହେବ |ଶ୍ରମ ସାର୍ଥକ ହେବ |ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି | | |
ନିରୀହ ସ୍ବଭାବସମ୍ପନ୍ନ ହେବେ |ପ୍ରମାଦ ହୀନ ହୋଇପାରନ୍ତି |ସାଧୁଙ୍କ ସେବାରେ ନିୟୋଜିତ କରିପାରନ୍ତି |ବହୁ ମିତ୍ରନ ସାନିଧ୍ୟ ଓ ସହାୟତା ମିଳିବ |ମୋକଦ୍ଦମାରେ ବିଜୟୀ ହେବେ |ସଂଯମୀ ହେବେ | | |
ବହୁବିଧ ଧନର ଅଧିକାରୀ ହେବେ |ତ୍ୟାଗପୁତ ମନୋବୃତ୍ତିର ହେବେ |ମତିବାନ୍ ହୋଇପାରନ୍ତି |ଗୁରୁଭକ୍ତ ହେବେ |କଠିନ ପରିଶ୍ରମୀ ହେବେ |ନ୍ୟାୟ ପ୍ରିୟ ହୋଇପାରନ୍ତିପାପ ଓ ପୁଣ୍ୟର ବାଖ୍ୟାକାରକ ହେବେ | | |
ଧନବାନ୍ ହେବେ |ଗୁଣଜ୍ଞ ହୋଇପାରନ୍ତି |ଶାନ୍ତିପ୍ରିୟ ହେବେ|ରାଜନୀତିଜ୍ଞ ହେବେ |ଶତ୍ରୁନାଶକ ହୋଇପାରନ୍ତି |ନିର୍ବିବାଦରେ ଅଧିକ ପରିଶ୍ରମ କଲେ ବି କ୍ଲାନ୍ତି ଅନୁଭବ କରିବେ ନାହିଁ | | |
ପ୍ରଭାବଶାଳୀ ହେବେ |ମଧୁରଭାଷୀ ହୋଇପାରନ୍ତି |ପୁରୁଷାର୍ଥୀ ହେବେ |ଗୁପ୍ତ ବିଦ୍ୟଜ୍ଞାତା ହୋଇପାରନ୍ତି |ସାଧନାରେ ସିଦ୍ଧିପାତ ସାଧୁ ହୋଇପାରନ୍ତି |ଅହଂକାର ଶୂନ୍ୟ ହେବେ|ବହୁ ବ୍ୟୟ ହୋଇପାରେ | | |
ବିଶାଳ ଯଶର ଅଧିକାରୀ ହେବେ |ନାନା ସୁଖର ଅଧିକାରୀ ହୋଇପାରନ୍ତି |ଦାନଧର୍ମକୁ ଆଦରି ନେଇପାରନ୍ତି |ଶତ୍ରୁଉପରେ ବିଜୟ ହାସଲ କରିବେ |କ୍ରୋଧୀ,ନୀତିନିଷ୍ଠ ଓ ପ୍ରଜ୍ଞାଶୀଳ ହେବେ | |
Odia Calendar 2022
Comments
comments