OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 25th April 2023

Odia Rashiphala

Odia Rashiphala

ଆଜି ଅଶ୍ଵିନୀ ନକ୍ଷତ୍ର କର୍ମକ୍ଷେତ୍ରରେ କଥା କଟାକଟିଜନିତ ମତାନ୍ତର ଆଶଙ୍କା ରହିଛି। ଅବଶ୍ୟ ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ। ଯାତ୍ରା, କର୍ମାରମ୍ଭ ଓ ଆନୁଷ୍ଠାନିକ କ୍ଷେତ୍ର ପାଇଁ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ।ସାମାଜିକ ସ୍ତରରେ ପଡ଼ୋଶୀ ପରାମର୍ଶ ଲୋଡ଼ିପାରନ୍ତି।
ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କିନ୍ତୁ ସାଧାରଣ କଥାରେ କୌଣସି ବିଜାତୀୟ ବ୍ୟକ୍ତିଙ୍କ ସହ କଳହ ଘଟିପାରେ । ଶିଳ୍ପ ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତାପାଇବେ। କୌଣସି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇପାରନ୍ତି।
ମାନସିକ ସ୍ତରରେ ବ୍ୟଗ୍ରତା ଓ ଅସ୍ଥିରତା ଆଜିର ମୂଖ୍ୟ ସମସ୍ୟା ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ରପ୍ତାନି କାରବାରରେ କଳହ କିମ୍ବା ବନ୍ଧୁଙ୍କ ସହ ମତାନ୍ତର ଏହାର କାରଣ ହୋଇପାରେ । ଗତକାଲିଠାରୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ।ସାହାଯ୍ୟକରି ସମାଲୋଚିତ ହେବାକୁ ପଡ଼ିପାରେ ।
କର୍ମକ୍ଷେତ୍ରରେ ପ୍ରତିବନ୍ଧକ ମଧ୍ଯରେ ଗତିକରି କାର୍ଯ୍ୟ ହାସଲରେ ବିଫଳ ହେବେ। ସମାଲୋଚନା, ବନ୍ଧୁଙ୍କ ନିନ୍ଦା ଗାନ ଶୁଣି ମଧ୍ଯ ନୀରବ ରହିବେ। ରକ୍ତଚାପ ବୃଦ୍ଧି ପାଇବା କାରଣରୁ ଚିଡ଼ି ଚିଡ଼ି ହୋଇପାରନ୍ତି। ବ୍ୟବସାୟ, ନିର୍ମାଣ ଓ ପ୍ରଶାସନିକ ସ୍ତରରେ ଚେଷ୍ଟାକରୁଥିବା କାମରେ ସଫଳତା ହାସଲକରି ପ୍ରଶଂସିତ ହେବେ ।
ଆଜି ସକାଳୁ କାର୍ଯ୍ୟକ୍ଷେତ୍ରକୁ ଶୀଘ୍ର ଯିବାକୁ ଆହ୍ବାନ ଆସିପାରେ। ଜଞ୍ଜାଳ ଏତେ ମାତ୍ରାରେ ବଢ଼ିଯିବ ଯେ ସାମାନ୍ୟ ଫୁର୍‌ସତ୍‌ ପାଇବେ ନାହିଁ। ବିଭିନ୍ନ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ, ହୋଟେଲ, ଯାନ୍ତିକ ଶିଳ୍ପ ଓ ପରିବହନରେ ସଫଳତା ମିଳିବ |
ପରିବାରର ଅଶାନ୍ତ ପରିସ୍ଥିତି, ବନ୍ଧୁଙ୍କ ଅନୁଚିତ କାର୍ଯ୍ୟକଳାପ ଦୁଶ୍ଚିନ୍ତା କାରଣ ହେବ। ମନ ଭଲ ନା ଥିବାରୁ ସଂଯମ ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ବ୍ୟବସାୟିକ କ୍ଷେତ୍ର, ନିର୍ମାଣ କାର୍ଯ୍ୟ କଚେରି ମାମଲା ଦିଗରୁ ଆଶ୍ଵସ୍ତି ଲାଭର ସୂଚନା ପାଇବେ ।ଅନ୍ୟମନସ୍ଥତା କେତେକ ବ୍ୟତିକ୍ରମର କାରଣ ପାଲଟିଯାଇପାରେ ।
ଆଜି ଯାହା ଚାହୁଁଛନ୍ତି ତାହା କରିପାରିବେ, ପ୍ରତିବନ୍ଧକ ବିନା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଜମିଜମା କିମ୍ବା ନିର୍ମାଣ ଓ ସାଙ୍ଗଠନିକ କ୍ଷେତ୍ରରେ ବିତର୍କର ସମ୍ଭାବନା ରହିଛି। ଯାନବାହନ ଚାଳନାରେ ସତର୍କ ନ ରହିଲେ ଅସୁବିଧାର ସମ୍ମୁଖୀନ ହେବେ ।ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟବହାରିକ ବ୍ୟତିକ୍ରମ ବାଧା ସୃଷ୍ଟି କରିପାରେ ।
ନିର୍ଦ୍ଦିଷ୍ଟ ସମୟରେ ଆପଣଙ୍କ ଅନୂପସ୍ଥିତି ପାଇ କୈଫିୟତ ଦେବାକୁ ପଡ଼ିପାରେ | ଆସିବା ବାଟକୁ ଚାହିଁ ବସିଥିବା ବନ୍ଧୁଟି ବିରକ୍ତି ପ୍ରକାଶ କରିବ। ପୂର୍ବର ଅସୁବିଧାଜନକ ସମୟ କ୍ରମଶଃ ବଦଳିଯିବ ଓ ବନ୍ଧୁ ମାନେ ସହଯୋଗର ହାତ ବଢ଼ାଇବେ। ତଥାପି ଜ୍ୟେଷ୍ଠା ନକ୍ଷତ୍ରର ଆକସ୍ମିକ ଭାବରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ।
ପାରିବାରିକ ସମସ୍ୟାରୁ ଅଧିକାଂଶ ସମୟ‌ ଅନ୍ୟମନସ୍କ ରହିବେ। ମାନସିକ ଅସ୍ଥିରତା ମଧ୍ଯରେ ପଡ଼ୋଶୀମାନେ ସାଧାରଣ କଥାରେ ମଧ୍ଯ କଳହ କରିବେ । ଆର୍ଥିକ ସ୍ଥିତି ଭଲ ରହିବ ଏବଂ ମୂଲ୍ୟବାନ୍‌ ଜିନିଷ ଖରିଦ କରିପାରନ୍ତି। ଆତ୍ମୀୟମାନେ ଆପଣଙ୍କକାର୍ଯ୍ୟକୁପସନ୍ଦ ନ କଲେ ମଧ୍ଯ ମୁହଁ ଆଗରେ କିଛି କହିବେ ନାହିଁ।
କର୍ମକ୍ଷେତ୍ରରେ ଘଟିଯାଇଥିବା ଯେଉଁ ବ୍ୟତିକ୍ରମ ପାଇଁ ଝମେଲାର ଆଶଙ୍କା କରୁଛନ୍ତି ସେମିତି କିଛି ହେବ ନାହିଁ। ପାରିବାରିକ କ୍ଷେତ୍ରରେ ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସଭାସମିତିରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧି ପାଇବ। ପ୍ରତୀକ୍ଷା ଜନିତ ଯନ୍ତ୍ରଣା ତୀବ୍ର ହେବ ।
ବୁଝମଣା ଠିକ୍‌ ରହିବା ହେତୁ ବିବାଦ ଅପସରିଯିବ ଓ କାମ ମଧ୍ଯ ସନ୍ତୋଷଜନକ ରହିବ। ତଥାପି ପିଲା ମାନଙ୍କ ସକାଶେ କୌଣସି ବ୍ୟକ୍ତିଙ୍କ ସହ ତର୍କର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟ, ବାଣିଜ୍ୟ ଓ କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ।
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ଯ ମାନସିକ ସୁସ୍ଥତା କେତେକାଂଶରେ ବାଧାପ୍ରାପ୍ତ ହେବ। ପାରିବାରିକ ସଦ୍‌ଭାବ ମନକୁ ବୁଝାଇବାରେ ସାହାଯ୍ୟ କରିବ। ବନ୍ଧୁଗହଣରେ ନିଜର ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ, ମନାନ୍ତର ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ମଧ୍ଯ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବ ନାହିଁ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments