OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 22th Jun 2022

Odia Rashiphala

Odia Rashiphala

ଏକାନ୍ତରେ ମୌନ ରହ ସାଧନାରେ ବ୍ରତୀ ହେବା ସହିତ ସଦ୍ଧିପ୍ରାପ୍ତ ହେବେ। ପୁତ୍ରକୁ ଶୃଙ୍ଖଳିତ କରିବା ପାଇଁ ପ୍ରଚୁର ଧନ ବ୍ୟୟ କରିବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି।
ଏକାଗ୍ରତାର ଚେଷ୍ଟା ଫଳପ୍ରଦ ହେବ। ସାମାନ୍ୟ ପରିଶ୍ରମରେ ବ୍ୟବସାୟ ଲାଭପ୍ରଦ ହେବ। ସୁଗୁଣ ସମ୍ପନ୍ନ ହେବେ। ନୀତନିଷ୍ଠ ଓ ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି। ଚତୁର ଓ ଧନଯକ୍ତୁ ହେବେ।
କର୍ମଚଞ୍ଚଳ ରହିବେ। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ। ସତ୍ ଉପାୟରେ ଧନ ଅର୍ଜନ କରିବେ। ଶ୍ରେଷ୍ଠ ମାନ୍ୟତା ମିଳିବ। ନୃତ୍ୟ, ସଙ୍ଗୀତ ପ୍ରିୟ ହେବେ। ସନ୍ମାର୍ଗୀ ହେବେ।
ସେବା ପୂଜାରେ ବିଲୀନ ହେବେ। ମଧ୍ୟମ ଧରଣର ଶୁଭଫଳ ମିଳିବ। ରୋଗାସକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବ ସମ୍ପନ୍ନ ହେବେ। ନିତ୍ୟାନନ୍ଦ ଭୋଗ କରିବେ। ଗୁଣଜ୍ଞ ଓ ବହୁବିଦ୍ୟା ପାରଙ୍ଗମ ହେବେ।
ବୁଦ୍ଧି, ବିଦ୍ୟା ସହିତ ଶ୍ରେଷ୍ଠ କର୍ମଯୁକ୍ତ ହେବେ। ଶ୍ରେଷ୍ଠ ମାନ୍ୟତା ମିଳିବ। ବହୁ ଧନସମ୍ପଦଯୁକ୍ତ ହେବେ। କଥାକାର ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ସରକାରୀ ଧନରେ ଧନଶାଳୀ ହେବେ।
ବୁଦ୍ଧିମାନ୍ ହେବେ। ପରୋପକାରୀ ହେବେ। ଧନ ପ୍ରାପ୍ତି ସହ ଯାନବାହନ ସୁଖ ମିଳିବ। ପୁତ୍ର ସୁଖରେ ସୁଖୀ ହେବେ। ପତ୍ନୀ, ପୁତ୍ର ସମେତ ନିଜେ ସୁଖ ଭୋଗ କରିବେ। ଋଣ ଭାର ଲାଘବ ହେବ।
ବହୁ ଧନ ସହିତ ପୁତ୍ର ଲାଭର ସୂଚନା ମିଳୁଛି। ଉତ୍ତମ ବଂଶରୁ କନ୍ୟା ରତ୍ନ ଆଣିପାରନ୍ତି। ନିରୋଗ ଶରୀରଯୁକ୍ତ ଓ ସୁଖୀ ହେବେ। ଧର୍ମାସକ୍ତ ହେବେ। ମତିମାନ ହୋଇପାରନ୍ତି। ପୁତ୍ର, ମିତ୍ର ସହ ସୁଖଭୋଗୀ ହେବେ।
ସୁଗୁଣ ସମ୍ପନ୍ନ ହେବେ। ମିଥ୍ୟାବାଦୀଙ୍କଠାରୁ ଦୂରେଇ ରହିବେ। ଶତ୍ରୁବଂଶୀୟ କନ୍ୟାର ପାଣିଗ୍ରହଣ କରିପାରନ୍ତି। ସୁବର୍ଣ୍ଣ ସମ୍ପଦ ପ୍ରାପ୍ତି ସୂଚନା ମିଳୁଛି। ଶତ୍ରୁ ବିନାଶକାରୀ ହେବା ଆଶା କରାଯାଏ।
ଶତ୍ରୁ ବିଜୟୀ ହେବେ। ଗୁଣବାନ୍ , ଧନୀ ଓ ମାନୀ ହୋଇପାରନ୍ତି। ଶ୍ରେଷ୍ଠାସନ ଲାଭ କରିପାରନ୍ତି। ଯାନବାହନଯୁକ୍ତ ହେବେ। ଗ୍ରାମର ଅଧିପତି ହୋଇପାରନ୍ତି। ପରାକ୍ରମଶାଳୀ ଓ ବହୁପୋଷକ ହେବେ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ। ଚାକିରି କ୍ଷେତ୍ରରେ ଢେର ଉନ୍ନତ ଆଶା କରାଯାଏ। ବହୁ ମିତ୍ର; ବହୁ ଧନ ଭୋଗୀ ହୋଇପାରନ୍ତି। ସଂଗ୍ରାମୀ ଜୀବନ ବିତାଇ ପାରନ୍ତି।
ସର୍ବଦା ପାପପରାଙମୁଖ ହେବେ। ପ୍ରତ୍ୟେକ କାର୍ଯ୍ୟ ପାଇଁ ଚେଷ୍ଟା ନୂତନ ଶୈଳୀର ହେବ। ଶାସ୍ତ୍ର ପ୍ରତି ବିଶେଷ ଅନୁରକ୍ତି ରହିବ। ବିଦ୍ୟା ଅଧ୍ୟୟନ ପ୍ରତି ଆଗ୍ରହୀ ହୋଇପାରନ୍ତି। ରାଜତୁଲ୍ୟ ହେବେ।
ସାହସୀ ଓ କୁଶଳୀ ହୋଇପାରନ୍ତି। ବାଞ୍ଛିତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ମହତ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments