![]() |
ଏକାନ୍ତରେ ମୌନ ରହ ସାଧନାରେ ବ୍ରତୀ ହେବା ସହିତ ସଦ୍ଧିପ୍ରାପ୍ତ ହେବେ। ପୁତ୍ରକୁ ଶୃଙ୍ଖଳିତ କରିବା ପାଇଁ ପ୍ରଚୁର ଧନ ବ୍ୟୟ କରିବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। |
ଏକାଗ୍ରତାର ଚେଷ୍ଟା ଫଳପ୍ରଦ ହେବ। ସାମାନ୍ୟ ପରିଶ୍ରମରେ ବ୍ୟବସାୟ ଲାଭପ୍ରଦ ହେବ। ସୁଗୁଣ ସମ୍ପନ୍ନ ହେବେ। ନୀତନିଷ୍ଠ ଓ ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି। ଚତୁର ଓ ଧନଯକ୍ତୁ ହେବେ। | |
କର୍ମଚଞ୍ଚଳ ରହିବେ। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ। ସତ୍ ଉପାୟରେ ଧନ ଅର୍ଜନ କରିବେ। ଶ୍ରେଷ୍ଠ ମାନ୍ୟତା ମିଳିବ। ନୃତ୍ୟ, ସଙ୍ଗୀତ ପ୍ରିୟ ହେବେ। ସନ୍ମାର୍ଗୀ ହେବେ। | |
ସେବା ପୂଜାରେ ବିଲୀନ ହେବେ। ମଧ୍ୟମ ଧରଣର ଶୁଭଫଳ ମିଳିବ। ରୋଗାସକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବ ସମ୍ପନ୍ନ ହେବେ। ନିତ୍ୟାନନ୍ଦ ଭୋଗ କରିବେ। ଗୁଣଜ୍ଞ ଓ ବହୁବିଦ୍ୟା ପାରଙ୍ଗମ ହେବେ। | |
ବୁଦ୍ଧି, ବିଦ୍ୟା ସହିତ ଶ୍ରେଷ୍ଠ କର୍ମଯୁକ୍ତ ହେବେ। ଶ୍ରେଷ୍ଠ ମାନ୍ୟତା ମିଳିବ। ବହୁ ଧନସମ୍ପଦଯୁକ୍ତ ହେବେ। କଥାକାର ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ସରକାରୀ ଧନରେ ଧନଶାଳୀ ହେବେ। | |
ବୁଦ୍ଧିମାନ୍ ହେବେ। ପରୋପକାରୀ ହେବେ। ଧନ ପ୍ରାପ୍ତି ସହ ଯାନବାହନ ସୁଖ ମିଳିବ। ପୁତ୍ର ସୁଖରେ ସୁଖୀ ହେବେ। ପତ୍ନୀ, ପୁତ୍ର ସମେତ ନିଜେ ସୁଖ ଭୋଗ କରିବେ। ଋଣ ଭାର ଲାଘବ ହେବ। | |
ବହୁ ଧନ ସହିତ ପୁତ୍ର ଲାଭର ସୂଚନା ମିଳୁଛି। ଉତ୍ତମ ବଂଶରୁ କନ୍ୟା ରତ୍ନ ଆଣିପାରନ୍ତି। ନିରୋଗ ଶରୀରଯୁକ୍ତ ଓ ସୁଖୀ ହେବେ। ଧର୍ମାସକ୍ତ ହେବେ। ମତିମାନ ହୋଇପାରନ୍ତି। ପୁତ୍ର, ମିତ୍ର ସହ ସୁଖଭୋଗୀ ହେବେ। | |
ସୁଗୁଣ ସମ୍ପନ୍ନ ହେବେ। ମିଥ୍ୟାବାଦୀଙ୍କଠାରୁ ଦୂରେଇ ରହିବେ। ଶତ୍ରୁବଂଶୀୟ କନ୍ୟାର ପାଣିଗ୍ରହଣ କରିପାରନ୍ତି। ସୁବର୍ଣ୍ଣ ସମ୍ପଦ ପ୍ରାପ୍ତି ସୂଚନା ମିଳୁଛି। ଶତ୍ରୁ ବିନାଶକାରୀ ହେବା ଆଶା କରାଯାଏ। | |
ଶତ୍ରୁ ବିଜୟୀ ହେବେ। ଗୁଣବାନ୍ , ଧନୀ ଓ ମାନୀ ହୋଇପାରନ୍ତି। ଶ୍ରେଷ୍ଠାସନ ଲାଭ କରିପାରନ୍ତି। ଯାନବାହନଯୁକ୍ତ ହେବେ। ଗ୍ରାମର ଅଧିପତି ହୋଇପାରନ୍ତି। ପରାକ୍ରମଶାଳୀ ଓ ବହୁପୋଷକ ହେବେ। | |
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ। ଚାକିରି କ୍ଷେତ୍ରରେ ଢେର ଉନ୍ନତ ଆଶା କରାଯାଏ। ବହୁ ମିତ୍ର; ବହୁ ଧନ ଭୋଗୀ ହୋଇପାରନ୍ତି। ସଂଗ୍ରାମୀ ଜୀବନ ବିତାଇ ପାରନ୍ତି। | |
ସର୍ବଦା ପାପପରାଙମୁଖ ହେବେ। ପ୍ରତ୍ୟେକ କାର୍ଯ୍ୟ ପାଇଁ ଚେଷ୍ଟା ନୂତନ ଶୈଳୀର ହେବ। ଶାସ୍ତ୍ର ପ୍ରତି ବିଶେଷ ଅନୁରକ୍ତି ରହିବ। ବିଦ୍ୟା ଅଧ୍ୟୟନ ପ୍ରତି ଆଗ୍ରହୀ ହୋଇପାରନ୍ତି। ରାଜତୁଲ୍ୟ ହେବେ। | |
ସାହସୀ ଓ କୁଶଳୀ ହୋଇପାରନ୍ତି। ବାଞ୍ଛିତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ମହତ ହେବ। |
Odia Calendar 2022
Comments
comments