![]() | ବନ୍ଧୁଙ୍କ ସହ ଆଲୋଚନା କାଳରେ ମନକଥାକୁ ମନ ଭିତରେ ଚାପିରଖିବାକୁ ପଡ଼ିପାରେ। ବିଭିନ୍ନ ବାଟରେ ଅର୍ଥବ୍ୟୟ ଜନିତ ପରିବାରରେ ମତାନ୍ତର ସୃଷ୍ଟି ହେବ। ପାଖ ଲୋକଟିକୁ ସାହାଯ୍ୟ କରିବାକୁ ଯାଇ ପରେ ଅନୁତାପ କରିବେ। ବ୍ୟବସାୟିକ ସ୍ଥିତି ମଧ୍ୟମ ପ୍ରକାର ରହିବ। |
ସ୍ବାସ୍ଥ୍ୟ ସମସ୍ଯା ଲାଗି ରହିଥିରେ ମଧ୍ୟ ସାମାନ୍ୟ ବିଶ୍ରାମ ସୁଯୋଗ ପାଇବା କଷ୍ଟକର ହୋଇପାରେ । କର୍ମକ୍ଷେତ୍ରରେ ବୁଝମଣା ଅଭାବରୁ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ। ଛୋଟ କଥାକୁ ବଡ଼ ଆକାରରେ ଚିନ୍ତାକରି ପରିବାରରେ କଳହ ଲାଗିବ। ହାତ ଖାଲି ନ ରହିଲେ ମଧ୍ଯ ଆଶାନୁରୂପ ଫଳ ପାଇପାରିବେ ନାହିଁ। | |
ପରିବାରରେ ମତଭେଦ କାରଣରୁ କଳହ ସୃଷ୍ଟି ହୋଇପାରେ। ପ୍ରତିବନ୍ଧକ କାରଣରୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ପରୋକ୍ଷ ଶତ୍ରୁତା କାରଣରୁ ସହକର୍ମୀ କେହି ବିଶୃଙ୍ଖଳା ପ୍ରଦର୍ଶନ କରିପାରନ୍ତି। କାମ ହାସଲ କରିବେ ମାତ୍ର ଏଥିପାଇଁ ବହୁତ ହଇରାଣ ହେବାକୁ ପଡ଼ିବ। | |
ଆଜି ହଠାତ୍ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। ପୁନଶ୍ଚ କର୍ମକ୍ଷେତ୍ରରେ ମଧ୍ଯ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ | | |
ଭ୍ରମଣଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ଵିଦାଦୀୟ ଘଟଣାରେ ଆମ୍ବୀୟଙ୍କ ସାନ୍ତ୍ବନା ମନରେ ଆଶ୍ଵସ୍ତି ଭରିପାରେ। ଘର ଅପେକ୍ଷା ବାହାରେ ବେଶି ସମୟ କଟାଇବାକୁ ପଡ଼ିପାରେ। ଦାମ୍ପତ୍ୟ ଜୀବନରେ ବୁଝମଣା ନେଇ ତିକ୍ତତା ଦେଖାଦେଇପାରେ। ଦୀର୍ଘ ଦିନରୁ ରହି ଆସିଥିବା ବକେୟା ଟଙ୍କା ଆଜି ପାଇବେ। | |
ନିରଳସ କର୍ମଦକ୍ଷତା ହେତୁ ସାମାଜିକ ସ୍ତରରେ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ। କହିବାରେ ସଂଯମ ରକ୍ଷା ନ କଲେ ବିବାଦଗ୍ରମ୍ଥ ହୋଇପଡ଼ିବେ। ସ୍ବାର୍ଥହାନି ଆଳ ଦେଖାଇ ନିଜ ଲୋକମାନେ ବିଶ୍ବାସଘାତକତା କରିପାରନ୍ତି। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବା ସମୟରେ ସମସ୍ୟା ଉପୁଜିବ। | |
କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନକରି ଉଚ୍ଚ ପ୍ରଶଂସିତ ହେବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ବନ୍ଧୁମାନଙ୍କୁ ସୁପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ ଆତ୍ମତୃପ୍ତି ଲାଭ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । | |
ଯାହା କରନ୍ତୁନା କାହିଁକି, ଆଜି ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଆଜିର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ । ସବୁ ଭଲ ହେଲେ ମଧ୍ଯ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। | |
ଆଜିର କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ନିଜ ନିଜର ସ୍ବାର୍ଥସାଧନ ମାନସରେ ନିଜ ଲୋକମାନେ ଦାଉ ସାଧିବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ପୂର୍ବାଷାଢ଼ା ନକ୍ଷତ୍ର ହାତପାହାନ୍ତାରେ ସୁଯୋଗ ପାଇବେ । | |
ବହୁ ଦିନରୁ ସ୍ଥଗିତ କାମକୁ ପୂରା ଦମ୍ରେ କରିବାପାଇଁ ନିଷ୍ପତ୍ତି ନେବେ। ବିବାଦୀୟ ପରିସ୍ଥିତିରେ ଯେଉଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । | |
ଆନୁଷ୍ଠାନିକ କ୍ଷେତ୍ରରେ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇବେ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଇଚ୍ଛା ନ ଥିଲେ ମଧ୍ଯ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବନ୍ଧୁମାନଙ୍କ ଗହଣରେ ମାଙ୍ଗଳିକ କାମରେ ବ୍ୟସ୍ତ ରହିବେ। | |
ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ । ପରିବାର ମଧ୍ଯରେ ନିଜର ପ୍ରତିକ୍ରିୟା ହଠାତ୍ ପ୍ରକାଶ କରନ୍ତୁ ନାହିଁ,ଯାହାକି ସମସ୍ୟା ସୃଷ୍ଟି କରିପାରେ । କେତେକ ଘଟଣାରେ ପିଲାମାନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି ।ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ । |
Odia Calendar 2022
Comments
comments