![]() | ଆଜି ଆପଣ ଅନ୍ୟକୁ ଭୁଲ୍ ପରାମର୍ଶ ଦେଇ ସମାଲୋଚିତ ହୋଇପାରନ୍ତି। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ ହାସଲ କରିବେ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ଏବଂ ଆଧାତ୍ମିକଭାବଧାରାରେ ଉଦ୍ବୁଦ୍ଧ ହେବେ। ନିଜ ଲୋକମାନଙ୍କ ପ୍ରତିରୋଧ ବ୍ୟବସାୟକୁ ବିଶୃଙ୍ଖଳିତ କରିବା ସୂଚନା ରହିଛି। |
ବନ୍ଧୁଙ୍କ ପ୍ରତ୍ୟେକ କଥାକୁ ସରଳ ଭାବରେ ଗ୍ରହଣ କରି ଜଟିଳତା ଭିତରକୁ ଟଣାହୋଇପାରନ୍ତି । ରୋହିଣୀ ନକ୍ଷତ୍ର କୃଷି, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ମାର୍ଗ ସୁଗମ ହେବ। କର୍ମକ୍ଷେତ୍ରରେ ଶତ୍ରୁଙ୍କ ଅଭିସନ୍ଧିମୂଳକ ମନ୍ତବ୍ୟକୁ ବୁଝିବାରେ ଅସମର୍ଥ ହେବେ । | |
ଭଲ ସମ୍ପର୍କ ନ ଥିବା ସହକର୍ମୀ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରନ୍ତି। କିନ୍ତୁ ଆପଣ ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ବାସ ଜନ୍ମାଇବାରେ ସମର୍ଥ ହେବେ। ଆରଦ୍ରା ନକ୍ଷତ୍ର ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯାଇପାରନ୍ତି। ପାରିବାରିକ ସ୍ଥିତି ମଧ୍ଯ ଆଜି ବିଶେଷ ଭଲ ରହି ନ ପାରେ । | |
ଆପଣଙ୍କ ବିଚାରଧାରା ସର୍ପିଳ ଗତିରେ ଅଙ୍କାବଙ୍କା ରାସ୍ତା ଦେଇ ଆଗକୁ ବଢ଼ିବ। ସାମୟିକ ସମସ୍ୟା ମଧ୍ଯରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆତ୍ମୀୟଙ୍କ ସହାୟତାରେ ହାତକୁ ନେଇଥିବା କାଯ୍ୟ ସମ୍ପନ୍ନ ହେବ। ଆଲୋଚନା ପରିସରରେ ନିଷ୍ପରି ନେବାରେ ପଛେଇଯାଇପାରନ୍ତି। | |
ଆର୍ଥିକ ଅନଟନ ଓ ପରିବାରିକ କ୍ଷେତ୍ରରେ ରହିଥିବା ବ୍ୟତିକ୍ରମରୁ ମାନସିକ ଶାନ୍ତି ବ୍ୟାହତ ହେବ। ରାଜନୈତିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ: ହେବେ। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ । ସରକାରୀ ସ୍ତରରେ ରହିଥିବା ସମସ୍ୟାର ସମାଧାନ କରିବା ଦିଗରେ ସଫଳତା ହାସଲ କରିବେ । | |
ନିଜ ସପକ୍ଷରେ ଲଢ଼ିବା ସକାଶେ ଆତ୍ମୀୟସ୍କଜନଙ୍କୁ ମନାଇବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିପାରନ୍ତି। ଆଇନ ଓ ଗଣତନ୍ତ୍ରର ଗ୍ରହ ଶନି ହେତୁ ଅଦାଲତରୁ ସୁଫଳ ପାଇବାରେ ଅସୁବିଧା ହେବନାହିଁ। ହସ୍ତା ନକ୍ଷତ୍ର ସକାଶେ ଜମିଜମା କ୍ଷେତ୍ର ପାଇଁ ପ୍ରତିକୂଳତା ସୃଷ୍ଟି ସମ୍ଭାବନା ରହିବ। ବନ୍ଧୁଙ୍କ ଦ୍ବାରା ପାରିବାରିକ ସମସ୍ୟା ସମାଧାନ ହେବ । | |
ଭାରାକ୍ରାନ୍ତ ମନ ନେଇ କାମ କରିବେ, କିନ୍ତୁ ବିଫଳତା ବଦଳରେ ସଫଳତାରୁ ବିସ୍ମୟାନ୍ଵିତ ହେବେ। ଅନ୍ତର୍ଦ୍ବନ୍ଦ ଲାଗି ରହିବା କାରଣରୁ ନୀରବତାକୁ ପ୍ରାଥମିକତା ଦେଇପାରନ୍ତି ଚିତ୍ରା ନକ୍ଷତ୍ରର ଦୈହିକ ଦୂର୍ବଳତା ଯୋଗୁ ମନୋବଳ କମିଯାଇପାରେ। ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଅପରାହ୍ନରେ ମାନସିକ ଅସ୍ଥିରତା ଦୂରକରିବାରେ ସହାୟକ ହେବ। | |
ଅଭାବ ପୂରଣ କରିବା ସକାଶେ ଧାରସୂତ୍ରରେ ଅର୍ଥ ଆଣିବା ପାଇଁ ଆଲୋଚନା ଜାରି ରଖିବା ଠିକ୍ ହେବ । ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ପାଇଁ ବନ୍ଧୁଙ୍କ ପରାମର୍ଶକୁ ପ୍ରାଧାନ୍ୟ ଦେବେ। ଜ୍ୟେଷ୍ଠା ନକ୍ଷତ୍ର ସକାଶେ ବାଣିଜ୍ୟ ବ୍ୟବସାୟରେ ପରିସ୍ଥିତି ପୂର୍ବ ପରି ରହିବ। ରାଜନେତା, ସାହିତ୍ୟିକ ଓ କଳାକାରଙ୍କ ସକାଶେ ଦିନଟି ଭଲ। | |
ଦେହ ଭଲ ରହିଲେ ମଧ୍ଯ ସାମୟିକ କ୍ରନିକ୍ ରୋଗରେ କଷ୍ଟ ପାଇବେ। ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ। ପ୍ଲଟିଂ କାରବାର, ଆଲୋଚନା, ପ୍ରେସ୍ ଓ ପବ୍ଲିକେଶନରେ ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାକୁ ନେଇ କଳହ ଲାଗିପାରେ । | |
ଶାରୀରିକ ଅସୁସ୍ଥତା ହେତୁ ପ୍ରତ୍ୟେକ କାମରେ ପଛୁଆ ରହିବେ। ବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ଦୂରଯାତ୍ରା କରିବା ସକାଶେ ମନ ବଳାଇପାରନ୍ତି। ପୂର୍ବରୁ ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାର ସାମର୍ଥ୍ୟ ଅର୍ଜନ କରିବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ନହେଲେ ମଧ୍ଯ ଏଥିପାଇଁ ପୁ ଖେଳାଇ କାମ କରିବାକୁ ପଡ଼ିବ। | |
ଆର୍ଥିକ ଅନଟନ ଦୂରେଇବାରେ ସମର୍ଥ ହେବା ସାଙ୍ଗକୁ ଏ କର୍ମକ୍ଷେତ୍ରରେ ସମସ୍ୟା ସୁଧାରିନେବେ। ପରିବାର ସହ ଭ୍ରମଣହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେବ। ବନ୍ଧୁଙ୍କ ସମସ୍ୟା ସମାଧାନ କରିବାକୁ ଯାଇ ନିଜେ ସମସ୍ୟା ଭୋଗିବେ। ବ୍ୟବସାୟ, ପରିବହନ, କଳା, ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। | |
ଶନିଙ୍କ କୁପ୍ରଭାବରେ ଆଜି ହଠାତ୍ ଭ୍ରାତୃ ସମ୍ପର୍କ ନିମ୍ନାଭିମୁଖୀ ହେବା ଆଶଙ୍କା ରହିଛି। ମନର ଭାବକୁ ଗୋପନ ରଖି ବନ୍ଧୁଙ୍କ ସହ ଭାବ ବିନିମୟ କରିବାକୁ ମନସ୍ଥ କରିପାରନ୍ତି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ କେତେକ ଆକସ୍ମିକପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ରୁକ୍ଷ ବ୍ୟବହାର ଯୋଗୁ ଭୁଲ୍ ବୁଝାମଣା ହେତୁ ଝଡ଼ ସୃଷ୍ଟି ଆଶଙ୍କା ରହିଛି। |
Odia Calendar 2023
Comments
comments