OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 14th November 2023

Odia Rashiphala

Odia Rashiphala

ଏକାଦଶସ୍ଥା ଶନିଙ୍କ ଯୋଗୁ ଆନୁଷଙ୍ଗିକ ସାହାଯ୍ୟ ।ଓ ସହଯୋଗ ଲାଭକରି କାର୍ଯ୍ୟ ହାସଲ କରିବେ। ଆଜିର ଯାତ୍ରା, ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମାଦିରେ ପ୍ରଶଂସିତ ହେବେ। ଶିଳ୍ପ ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧି ଆଶଙ୍କା ରହିଛି। ଭୁଲ୍‌ ବୁଝାମଣା କାରଣରୁ କୌଣସି ଅପରିଚିତଙ୍କ ସହ କଳହ ଲାଗିପାରେ ।
ମାନସିକ ସ୍ଥିତି ବଳବତ୍ତର ରହିବା ହେତୁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହର ସହ କାମ କରିବେ। ବଳହୀନ ରବିଙ୍କ ଯୋଗୁ ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ଯ ମନକଥା ମନରେ ମାରି ଚଳିବାକୁ ବାଧ୍ଯ ହେବେ। ବନ୍ଧୁମାନଙ୍କ ସହାନୁର୍ଭୁତି ଲାଭ କରିବା ଫଳରେ ବିବାଦୀୟ ଘଟଣା ଓ ଆର୍ଥିକ ସମସ୍ୟାର ସମାଧାନ ଘଟିବ ।
ଚନ୍ଦ୍ରଙ୍କ ସହ ବୁଧଙ୍କ ସଂଯୋଗରୁ ଅର୍ଥ ପ୍ରାପ୍ତି ଲାଳସାରେ ବନ୍ଧୁମାନେ ମନଲୋଭା କଥା କହିପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିଚିରବର୍ଗ ରହିବା ଉଦ୍‌ବେଗର କାରଣ ହୋଇପାରେ। ଆକସ୍ମିକ ଭାବରେ ମିତ୍ର ବନ୍ଧୁଙ୍କ ସହ ମନାନ୍ତର ଘଟିବା ସମ୍ଭାବନା ରହିଛି। ମାନସିକ ସ୍ଥିତି ପୂର୍ବବତ୍‌ ରହିବା ହେତୁ ପ୍ରତ୍ୟେକ ପରିସ୍ଥିତିକୁ ସମ୍ଭାଳିନେବେ ।
ଚତୁର୍ଥସ୍ଥ ଏକାଧକ ଗ୍ରହଜନିତା ଆତ୍ମୀୟସ୍ଵବଜନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ । ଭଲ ସମ୍ପର୍କ ରହିଥିବା ସହକର୍ମୀମାନେ ପ୍ରତ୍ୟେକ କ୍ଷେତ୍ରରେ ସହ ଯୋଗର ହାତ ବଢ଼ାଇବେ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇରହିବା ଭଲ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ
ଆଜି ଶୁକ୍ରଙ୍କ ପ୍ରଭାବରୁ ଭାଙ୍ଗିପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯିବ। କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାର ଅବସର ପାଇବେ ନାହିଁ। ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ଦ୍ରତି ଦେବେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଭାବରେ ଆଶ୍ଵସ୍ତି ଲାଭକରିବେ ।
ଅନ୍ୟମାନଙ୍କ ପାଇଁ ତ୍ୟାଗ ସ୍ବୀକାରକଲେ ମଧ୍ଯ ସେମାନେ ତାହାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ଧନସ୍ଥାନସ୍ଥ ପାପଗ୍ରହ ପ୍ରଭାବରେ ଅସାବଧାନତା କାରଣରୁ ଧନହାନି ସମ୍ଭାବନା ରହିଛି। ସାମାଜିକ ସ୍ତରରେ ଅନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧ ଘଟିବ। କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ବିଭିନ୍ନ ପ୍ରକାର ସମସ୍ଯା ମଧ୍ୟରେ ଅଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷକରିପାରିବେନି। କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁ ଉପଦବ୍ର କ୍ରମଶଃ ହ୍ରାସ ପାଇବା ଅନୁଭବ କରିବେ। ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ ।
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ବନ୍ଦିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ । ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ, ଯାହାକି କାମକୁ ଆସିବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ ।
ପାପଯୁକ୍ତ ବୃହସ୍ତତିଜନିତ ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବପରି ରହିବା ହେତୁ ସାମୟିକ ଚିନ୍ତା କରିବେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ହଇରାଣରେ ପଡ଼ିପାରନ୍ତି। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ସହଯୋଗ ପାଇବେ । ନିର୍ମଣ କ୍ଷେତ୍ରରେ ଚାପର ସମ୍ମୁଖୀନ ହୋଇପାରନ୍ତି।
ସ୍ବଗୃହୀ ଶନି ଯୋଗୁ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଚନ୍ଦ୍ରମଙ୍ଗଳ ଯୋଗ ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ବରାନ୍ବିତ ହେବ। ଘରେ ବନ୍ଧୁମିଳନ ଜନିତ ଆମୋଦ ପ୍ରମୋଦର ବାତାବରଣ ସୃଷ୍ଟି ହୋଇପାରେ । ମନ ବୁଝିଲା ଭଳି କଥା କହି ପଡ଼ୋଶୀ କାର୍ଯ୍ୟ ହାସଲ କରିନେବେ ।
ଆଜିର ଯାତ୍ରା ପ୍ରୀତିପ୍ରଦ ସାଙ୍ଗକୁ ପ୍ରତିବେଶୀଙ୍କ ସୌହାର୍ଦ୍ଦରୁ ଉପକୃତ ହେବେ। ତୃତୀୟ ସ୍ଥାନ ପାପଯୁକ୍ତ କାରଣରୁ କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ ସ୍ଵାସ୍ଥ୍ୟରେ ଉନ୍ନତି ହେବାରୁ ସାମୟିକ ଆଶ୍ଵସ୍ତି ଲାଭ କରିବେ ।
ଧନମ୍ଥାନକୁ ଧନାଧିପଙ୍କ ଦୃଷ୍ଟି ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ହେତୁ କେତେକାଂଶରେ ମନୋବଳ ବଢ଼ିଯିବ । ପାରିବାରିକ ଜୀବନରେ ଛୋଟ ବଡ଼ ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ। ଅନ୍ୟମାନଙ୍କ କଥାକୁ ଗୁରୁତ୍ବ ନ ଦେଇ କେତେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments