![]() | ଅଶ୍ଵିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କିତ ବାଦାନୁବାଦ ହେତୁ ମନ ବିରକ୍ତିକର ଲାଗିବ। ବହୁ ଦିନରୁ ଅଟକି ରହିଥିବା ସବୁ କାମ ସୁବିଧାରେ ହୋଇଯିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ ନ କଲେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ଶିଳ୍ପ ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଶିଥିଳତା ଦେଖାଦେବ। |
କୃତ୍ତିକା ନକ୍ଷତ୍ର ବାରମ୍ବାର ଚେଷ୍ଟାକରି ମଧ୍ଯ ଅସଫଳତା ହେତୁ ନିଜ ଲୋକଙ୍କ ଉପରେ ଲଘୁକ୍ରୋଧ ପ୍ରକାଶ କରିବେ। କର୍ମକ୍ଷେତ୍ରରେ ସହକର୍ମୀକୁ ସାହାଯ୍ୟକରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ପରିବାରରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେବ। ପୁରୁଣା ଗୃହ, ଜମିଜମା, ଗାଡ଼ି ମୋଟର କ୍ରୟବିକ୍ରୟରୁ ଲାଭ ପାଇବେ। | |
ଆରଦ୍ରା ନକ୍ଷତ୍ରର ସାଧରଣ ଘଟଣାରେ ଝଗଡ଼ା ଲାଗି ମାନସିକ ସ୍ଥିତି ବିଗିଡ଼ିଯାଇପାରେ। ବାରମ୍ବାର କ୍ଷତିଗ୍ରସ୍ତ ହୋଇ ବ୍ୟବସାୟରେ ନୂତନ ପଦକ୍ଷେପ ନେବାକୁ ଚିନ୍ତା କରିବେ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିପାରନ୍ତି। ପରିବାରରେ ହାତ ପାହାନ୍ତାରେ ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ । | |
ପୁନର୍ବସୁ ନକ୍ଷତ୍ର ଆଜି ଦିନଟିରେ ଯାହା କରିବେ ସଫଳତା ନିଶ୍ଚିତ ପାଇବେ। ଦୂରଯାତ୍ରା ଓ ବନ୍ଧୁମିଳନରୁ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଦୀର୍ଘଦିନର ଆଶା ଫଳବତୀ ହେବ, କିନ୍ତୁ ଏଥି ସକାଶେ ଆପଣଙ୍କୁ କିଛି ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ବ୍ୟବସାୟ,ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। | |
ସୁଚିନ୍ତିତ ଯୋଜନାକୁ ବାସ୍ତବରୂପ ଦେବା ଦିଗରେ ଚେଷ୍ଟାକରି ସଫଳ ହେବେ। ପୂର୍ବାଫାଲ୍ଗୁନୀର ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ଯ କାମ ଅଟକିବ ନାହିଁ। ବନ୍ଧୁଗହଣରେ ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି। ସହକର୍ମୀମାନେ ଆବଶ୍ୟକ ସହଯୋଗକରି ଆନୁଷ୍ଠାନିକ କାମକୁ ବଢ଼ାଇ ନେବେ । | |
ହସ୍ତା ନକ୍ଷତ୍ର ନିଜର ବନ୍ଧୁମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି। କଳା, ସଙ୍ଗୀତ, କ୍ରୀଡ଼ା,ଚଳଚ୍ଚିତ୍ର ଓ ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ରୋଗ,ରଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ । | |
ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରଣାଧୀନ ରହିବା ହେତୁ ସାମୟିକ ଖୁସି ଅନୁଭବ କରିବେ। ସ୍ବାତୀ ନକ୍ଷତ୍ର ଚେଷ୍ଟା କରୁଥିବା ଆନୁଷ୍କାନିକ କାର୍ଯ୍ୟରେ ସଫଳତା ମିଳିବ। ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ। କ୍ରୀଡ଼ା,କଳା, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ସୁନାମ ଅର୍ଜନ କରିବେ । | |
ସ୍ବାସ୍ଥ୍ୟହାନି କାରଣରୁ କୌଣସି କାମକୁ ଦୃଢ଼ତାର ସହ ବିଛା ` କରିବାକୁ ପଶ୍ଚାତ୍ପଦ ହୋଇପାରନ୍ତି। ଜ୍ୟୋଷ୍ଠା ନକ୍ଷତ୍ର ପୂର୍ବର କୌଣସି ସମସ୍ୟା ସମାଧାନ ହେତୁ ଆଶ୍ବସ୍ତି ଅନୁଭବ କରିବେ। ଗସ୍ତ ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି। ଗୃହସୀମା ଓ ଜମିଜମା କାରବାର ସମ୍ପର୍କିତ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । | |
ପୂର୍ବାଷାଢ଼ା ନକ୍ଷତ୍ର ସକାଶେ ଆଜିର ପରିସ୍ଥିତି ଅନୁକୂଳ ନ ହୋଇପାରେ । ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବା କାରଣରୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ପରିବହନକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ ଦିଗରେ ସ୍ଥାନୀୟ ଲୋକେ ସହଯୋଗ କରିବେ। ଅର୍ଥଭାବ ଯୋଗୁ ବିଚଳିତ ହୋଇପାରନ୍ତି। | |
ଆକସ୍ମିକ ଭାବରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆପଣଙ୍କ ଉପରକୁ ଆସିପାରେ । ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି। ଧନିଷ୍ଠା ନକ୍ଷତ୍ର ଅଧିକାଂଶ ସମୟ ବନ୍ଧୁମାନଙ୍କ ଗହଣରେ ଆଳାପ ଆଲୋଚନାରେ କଟାଇବେ ।ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ | | |
ପ୍ରତ୍ୟେକ କାମରେ କିଛି ଅଭାବ ଅସୁବିଧା ରହି ଯାଉଥିବାର ଅନୁଭବ କରିବେ। ଶତଭିଷା ନକ୍ଷତ୍ରର ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ। ନୀଚ ମନୋଭାବର ବ୍ୟକ୍ତି ଦ୍ବାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ବନ୍ଧୁଙ୍କ ଅନୁରୋଧକ୍ରମେ ଭ୍ରମଣ ସୁଯୋଗର ସଦ୍ ବ୍ୟବହାର କରିପାରନ୍ତି। | |
ବନ୍ଧୁଙ୍କ ପରାମର୍ଶ କର୍ମକେତ୍ର ସମସ୍ୟା ଦୂରକରିବାରେ ସହାୟକ ହେବ। ନିଜ ଲୋକଙ୍କ ଇର୍ଷାପରାୟଣତା କାରଣରୁ ହଠାତ୍ ବିରୋଧୀ ପକ୍ଷ ସକ୍ରିୟ ହୋଇଉଠିବେ। ଖଳଲୋକଙ୍କ ଶୁଣାକଥାକୁ ବିଶ୍ବାସକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପୂର୍ବଭାଦ୍ରପବ ନକ୍ଷତ୍ର ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆନନ୍ଦ ଅନୁଭବ କରିବେ। |
Odia Calender 2023
Comments
comments