OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 14th Jun 2022

Odia Rashiphala

Odia Rashiphala

ଧନ ସଂଗ୍ରହ ନିମିତ୍ତ ସମୟ ଓ ଶକ୍ତି ବିନିଯୋଗ କରିପାରନ୍ତି। ମନୋହର୍ ଦ୍ରବ୍ୟର ଅଭିଳାଷୀ ହେବେ। ମନୋରଞ୍ଜନ ସ୍ଥଳ ପ୍ରତି ଆକର୍ଷିତ ହେବେ। ଧର୍ଯ୍ୟ ଧରି ବିପଦର ମୁକାବିଲା କରିବେ।
ସେବା ମନୋଭାବର ହୋଇପାରନ୍ତି। ମନରେ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେଇପାରନ୍ତି। ବ୍ୟବସାୟ ଲାଭଦାୟକ ହେବ। ଶାନ୍ତ ଓ ଧର୍ଯ୍ୟବାନ୍ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ସହାୟତା ମିଳିବ।
ଶତ୍ରୁତାର ଅବସାନ ଘଟାଇ ଚତୁରତାର ପରିଚୟ ଦେବେ। ଭ୍ରାତୃ ଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। କିଛିଟା ଅଶୁଭଫଳ ମିଳିପାରେ।
କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବେ। ଧାର୍ମିକ ଓ ତେଜସ୍ୱୀ ହେବେ।
ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉଦାର ସ୍ୱଭାବର ହେବେ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। କୃଷି କର୍ମ ଲାଭଦାୟକ ହେବ। ଯାନ-ବାହନ ସୁଖ ମିଳିବ।
ସର୍ବଦର୍ଶୀ ହୋଇପାରନ୍ତି। ଈଶ୍ୱରୀୟ ଚେତନାରେ ଉଦ୍‌ବୃଦ୍ଧ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃସ୍ନେହୀ ହେବେ।
ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ପରିବେଶ ପ୍ରିୟ, ମଧୁରଭାଷୀ,ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ବନ୍ଧୁଙ୍କ ସହାୟତା ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ଖାଦ୍ୟ ପାଟି ସୁଆଦ ପାଇଁ ନୁହେଁ; ସ୍ୱାସ୍ଥ୍ୟ ଓ ଶକ୍ତିବର୍ଦ୍ଧକ ହେବ। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସଂଗ୍ରାମୀ ଜୀବନଯାପନ କରିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ।
ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହେଲେ ସିଦ୍ଧିପ୍ରାପ୍ତ ହେବେ। କର୍ମଚଞ୍ଚଳ ରହିବେ। ସାହସୀ ଓ ଜ୍ଞାନୀ ହେବେ। ଚକ୍ଷୁରେ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି। ମଧୁର କଥାରେ ଶତ୍ରୁ ଦମନ ହେବେ।
ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଜୀବନକୁ ଭୁଲି ଯାଇପାରନ୍ତି; ମାତ୍ର ସଂକଳ୍ପକୁ ନୁହେଁ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ପାପ୍ତିର ସୂଚନା ମିଳୁଛି।
ରଚନା ଓ ଲେଖା‌ ପ୍ରାଣସ୍ପର୍ଶୀ ହେବ। ମନମନ୍ଦିରରେ ଥିବା ହଂସକୁ ଆୟତ୍ତ କରି ତଥା ପୋଷା ମନାଇ କର୍ମଯୋଗୀ ହେବେ। ଜ୍ଞାନର ପ୍ରଦୀପ ପ୍ରଜ୍ୱଳନ କରି ଚଲାପଥକୁ ଆଲୋକିତ କରିବେ।
ଭାଗ୍ୟଶାଳୀ ହେବେ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ସୁଖସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା,ବିଦ୍ୱାନ୍ ଓ ସାହସୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments