![]() | ଆଜି ସ୍ବଗୃହୀ କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗରେ ଅନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ। ଶିଳ୍ପ ବାଣିଜ୍ୟ, ବ୍ୟବସାୟରେ ଟେନ୍ସନ୍ ଲାଗି ରହିଲେ ମଧ୍ଯ ସଫଳତା ପାଇବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେତୁ ହାଲୁକା ମନେକରିବେ। ବନ୍ଧୁ ମିଳନରେ ବାକ୍ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । |
ଭାଗ୍ୟ ସ୍ଥାନରୁ ଶନି ଓ ଶୁକ୍ରଙ୍କ ଦୃଷ୍ଟି ଚନ୍ଦ୍ର ଉପରେ ଥିବାରୁ ପ୍ରତ୍ୟେକ କାମରେ ଜୟଯୁକ୍ତ ଓ ସଫଳତା ମିଳିବ। ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଅଜଣା ବ୍ୟକ୍ତିଙ୍କ ପ୍ରତି ସତର୍କ ରୁହନ୍ତୁ। ବ୍ୟବସାୟ ସନ୍ତୋଷଜନକ ହେବା ସହ ପରିସରରେ ପ୍ରଶଂସିତ ହେବେ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ । | |
ଧନ ସ୍ଥାନରେ ଧନାଧିପତି ଧନଲାଭ ସହ କାର୍ଯ୍ୟସିଦ୍ଧି କରାଇବେ। ମାଲିମକବ୍ଦମା, ଘରୋଇ ଆଲୋଚନାରେ ଟେନ୍ସନ ସୃଷ୍ଟିହୋଇ ମନକୁ ଭାରାକ୍ରାନ୍ତ କରିପାରେ ।ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଅତିଷ୍ଠ ହେଲେ ମଧ୍ଯ ପାଟି ନା ଖୋଲି ନୀରବ ରହିଲେ ଭଲ । ବ୍ୟବସାୟିକ କ୍ଷେତ୍ରରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । | |
ଆଜି ନିଜ ରାଶିରେ ଚନ୍ଦ୍ର ହେତୁ ଦୈହିକ ମାନସିକ ପ୍ରପୁଲ୍ଲତା ଅନୁଭବ କରିବେ। କୌଣସି ବନ୍ଧୁ କିମ୍ବା ନିଜ ପରିସରର ବ୍ୟକ୍ତିମାନେ ଆପଣଙ୍କ ସହଯୋଗ ଲୋଡ଼ି ପାରନ୍ତି। ଜମିଜମା ସମ୍ପର୍କିତ କଥା, ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। କୌଣସି ଈର୍ଷାପରାୟଣ ବ୍ୟକ୍ତି ଦ୍ବାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । | |
ବୃହସ୍ପତି ସ୍ବଗୃହୀ ହୋଇ ଦୁଃସ୍ଥାନସ୍ଥ ହେତୁ ବିଭିନ୍ନ ସମସ୍ୟା ସୃଷ୍ଟି କରାଇ କାମରେ ପ୍ରତିବନ୍ଧକ ସୃଷ୍ଟି କରିବେ। ଶାରୀରିକ ସୁସ୍ଥତାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇପାରେ । ଆଜି ଦିନଟିରେ କିଛି ଦେଲେ ହିଁ କିଛି ପାଇବେ। ଅଭାବ ଓ କେତେକ ପାରିବାରିକ ଅସୁବିଧା ଓ ଅସାମାସ୍ୟତା କର୍ମକ୍ଷେତ୍ରକୁ ବିଳମ୍ବିତ କରିପାରେ । | |
ଏକାଦଶସ୍ଥ ଚନ୍ଦ୍ର ଓ ଗୁରୁଦୃଷ୍ଟି ଯୋଗୁ ଯେଉଁ କାମରେ ହାତ ଦେଲେ ହେଁ ସଫଳତା ପ୍ରାପ୍ତି ଅବଶ୍ୟମ୍ଭାବୀ । କର୍ମକ୍ଷେତ୍ରରେ ମଧ୍ଯ ପ୍ରତ୍ୟେକ କାମ ମନ ମୁତାବକ ସମ୍ପନ୍ନ ହେବାରୁ ଖୁସି ହେବେ। କିନ୍ତୁ ପରିବାର ଭିତରେ ସନ୍ଦେହ ଓ ଭୁଲ୍ ବୁଖମଣା ହେତୁ ସମସ୍ୟା ବଢ଼ିବ। ଆଜି ଦିନଟିରେ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। | |
ଚନ୍ଦ୍ର ସପ୍ତମରେ କେନ୍ଦ୍ର ଶନି ସମସ୍ୟାର ସମାଧାନ ଦିଗରେ ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରାଇବ। ଥଣ୍ଡାଜନିତ ସ୍ବାସ୍ଥ୍ୟ ନିୟନ୍ତ୍ରଣ ମଧ୍ଯରେ ରହିପାରିବ। ଇଚ୍ଛା ନ ଥିଲେ ମଧ୍ଯ ଅନ୍ୟ ଦ୍ବାରା ପ୍ରେରିତହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। | |
ଅନୁକୂଳ ଗ୍ରହ ସ୍ଥିତି କାରଣରୁ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଅନୁକୂଳ ଫଳ ପ୍ରଦାନ କରିବେ। ସ୍ବାସ୍ଥ୍ୟ,ପରିବାର, ଲୋକ ସମ୍ପର୍କ, ସାହିତ୍ଯ, ସାମ୍ବାଦିକତା, ରାଜନୀତି, ପ୍ରଶାସନ କ୍ଷେତ୍ର ବହୁତ ଭଲ ରହିବ। ଶତ୍ରୁତା କାରଣରୁ ଶିଳ୍ପ ଓ ବାଣିଜ୍ୟରେ ଉନ୍ନତିର ପଥରୋଧ ଘଟିପାରେ। ସବୁକଥାକୁ ହାଲୁକା ଭାବିଲେ କ୍ଷତିରେ ପଡ଼ିବେ | |
ବଳବାନ୍ ପାପଗ୍ରହ ପ୍ରଭାବରୁ ସ୍ବାସ୍ଥ୍ୟ, ପରିବାର, ବନ୍ଧୁ ସମ୍ପର୍କ କ୍ଷେତ୍ରରେ ଶୁଭଫଳ ପାଇବା କଷ୍ଟକର । ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍ ବୁଝମଣା ଓ ଭାବପ୍ରବଣତା ସମସ୍ୟାର ମୂଳ କାରଣ ହେବ। ଶତ୍ରୁମାନେ ପଛରେ ଛାଇ ଭଳି ଲାଗିରହି ସମସ୍ୟା ସୃଷ୍ଟି କରିପାରନ୍ତି। ବ୍ୟବସାୟ, ପରିବହନ, ନିର୍ମାଣ, ଶିଳୁ, ବାଣିଜ୍ୟରେ ଲାଭାଂଶ ବଢ଼ିପାରେ | | |
କର୍ମସ୍ଥ କେତୁଙ୍କ କୁପ୍ରଭାବରୁ ବ୍ୟସ୍ତତା ଓ ବିବ୍ରତ ମଧ୍ଯରେ ଘରର ଦାୟିତ୍ବପୂର୍ଣ୍ଣ କାମଟି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମସ୍ୟା, ବ୍ୟବସାୟ, ଯାତ୍ରା ସମ୍ବନ୍ଧୀୟ ଚିନ୍ତା: ମନକୁ ବ୍ୟାକୁଳିତ କରିପାରେ । ଭୁଲ୍ ବୁଝମଣା ହେତୁ ପରିବାରରେ, କର୍ମକ୍ଷେତ୍ରରେ, ସଭାସମିତିରେ ସମସ୍ୟା ଲାଗି ରହିବ। ବନ୍ଧୁମିଳନ ହେତୁକ ଆନନ୍ଦ ଅନୁଭବ କରିପାରନ୍ତି। | |
ପାପଗ୍ରହ ପ୍ରଭାବରୁ ଅତୀତର କୌଣସି ଘଟଣାକୁ କେନ୍ଦ୍ରକରି କଳହ ଲାଗିପାରେ। କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମ ତ ନିଶ୍ଚିତ ସମାପନ ହେବ, କିନ୍ତୁ ବହୁତ ଡେରିରେ ହିଁ ସମ୍ପନ୍ନ ହେବ। କଠିନ ପରିଶ୍ରମ ଜନିତ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି। ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। | |
ସ୍ବଗୃହକୁ ରବି ଓ ବୁଧଙ୍କ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟରେ ରେ ଖୁସି ରହିବେ। ଆପଣଙ୍କ ବଳିଷ୍ଠ ବ୍ୟକ୍ତିତ୍ବକୁ କର୍ମକ୍ଷେତ୍ରରେ, ସଭାସମିତିରେ, ବାଣିଜ୍ୟରେ ଉଚ୍ଚସ୍ଥାନ ମିଳିବ। ମଧ୍ୟାହ୍ନରେ ଟେନ୍ସନ ବଢ଼ିପାରେ, ମିତ୍ରମାନେ ଈର୍ଷାପରାୟଣ ହୋଇପାରନ୍ତିଭୁଲ୍ ବୁଝମଣାରୁ ପରିବାରରେ ଝଡ଼ ଉଠିବା ଆଶଙ୍କା ରହିଛି। |
Odia Calender 2023
Comments
comments