OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 9th Febuary 2023

Odia Rashiphala

Odia Rashiphala

ଆଜି ଷଷ୍ଠସ୍ଥ ଚନ୍ଦ୍ର ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ ଏବଂ ଖର୍ଚ୍ଚାନ୍ତ ହୋଇ ଦୂରଯାତ୍ରା କରିପାରନ୍ତି।ସଭାସମିତିରେ ସୀମା ଭିତରେ ରହିବା ଭଲ ନଥିବା ସାଧାରଣ କଥାରେ ମଧ୍ଯ ସମସ୍ୟା ଆସିବ ସହକର୍ମୀଙ୍କୁ ଦେଇଥିବା ଜିନିଷ ଫେରି ପାଇବେ କିମ୍ବା ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ହୋଇପାରନ୍ତି।
ମଙ୍ଗଳ ରାଶିରେ ରହି ବାଣିଜ୍ୟ, ବ୍ୟବସାୟକୁ ପ୍ରତିବନ୍ଧକ ମୁକ୍ତପୂର୍ବକ ଲାଭାବାନ୍‌ କରାଇବେ । ଆଜି ବିଭିନ୍ନ କ୍ଷେତ୍ରରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ମାଙ୍ଗଳିକ କାମରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ଯାହ୍ନରେ ଟେନସନ୍‌ ଦୂର ହେବା କଳା ସାହିତ୍ୟ ଓ ସାମ୍ବାଦିକତା,ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ।
ବିଭିନ୍ନ ପ୍ରକାରର ସଂଘର୍ଷମୟ ସ୍ଥିତି କାରଣରୁ ମାନସିକ ଅବସ୍ଥା ସେତେଟା ଭଲ ରହି ନ ପାରେ। ଶନି ଓ ଶୁକ୍ର ସଂଯୋଗରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। କେତେକ କ୍ଷେତ୍ରରେ ଗୁରୁତ୍ବପୂର୍ଣ ନିଷ୍ପତି ନେବାକୁ ପଡିପାରେ ।
କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ ନତୁବା ଅସୁବିଧାରେ ପଡିବେ। ପୁନର୍ବସୁ ନକ୍ଷତ୍ରର ମନୋବଳ ଟାଣ ରହିବ ଏବଂ ନିଜ ଜିଦ୍‌ରେ ଅଟଳ ରହିବେ। ଗତକାଲି ଯେଉଁଥି ପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ। ନିର୍ମାଣ, ଯୋଗାଯୋଗ,ଆଲୋଚନା ଓ ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ।
ତୃତୀୟସ୍ଥ କେତୁ ଯୋଗୁ ସୁବିଧା ଥିଲେ ମଧ୍ଯ ସହଯୋଗ ଅଭାବରୁ ତାହା ମଉଳି ଯିବାକୁ ବସିପାରେ । ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, ଯାତ୍ରା, କଚେରି ମାମଲା କ୍ଷେତ୍ରରେ ଆଶାନୂରୂପ ଫଳ ପାଇବେ। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ଯ ହେବେ। ଅବହେଳା କାରଣରୁ ଆକସ୍ମିକ ସୁଯୋଗ ହାତଛଡା ହୋଇପାରେ।
ମଙ୍ଗଳ, , ଅବଲୋକନ କରୁଥିବାରୁ ବନ୍ଧୁଙ୍କ ସହାୟତାରେ ବକେୟା ଆଦାୟରେ ସକ୍ଷମ ହେବେ। କୋଣଭାବସ୍ଥ ବୁଧଙ୍କ ଯୋଗୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିପାରନ୍ତି। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଚିନ୍ତିତ ରହିପାରନ୍ତି।ଜମିଜମା କ୍ରୟବିକ୍ରୟ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
କୌଣସି ବିବାଦୀୟ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। ଅପ୍ରିୟ ସତ୍ୟ କହିବା କାରଣରୁ ବନ୍ଧୁଙ୍କ ଭିତରେ ମନାନ୍ତର ସୃଷ୍ଟି ହୋଇପାରେ । ସମସ୍ୟାର ସମାଧାନ କ୍ଷେତ୍ରରେ ସହକର୍ମୀ ସାହାଯ୍ୟ କରିବେ। କଳା, ସାହିତ, ସାମାଦିକତା, ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରନ୍ତି।
ଭଲ ସମ୍ପର୍କ ନ ଥିବା କେତେଜଣ ବ୍ୟକ୍ତି ପଛରେ ବିଭିନ୍ନ ପ୍ରକାରର କଥା କହିପାରନ୍ତି। ଆପୋସ ଆଲୋଚନା ଦ୍ବାରା ଘରୋଇ ସମସ୍ୟାର ସରଳ ସମାଧାନ ହୋଇଯିବ। ପ୍ରକାଶନ, ପ୍ରଶାସନ, ଚୁକ୍ତିପତ୍ର ରାଜନୀତି, କଳା ସାହିତ୍ୟରେ ସମ୍ମାନିତ ହେବେ। ଚାହିଁ ଚାହିଁ ଆଖିରୁ ପାଣି ମରିଯିବ ପଛକେ କୌଣସି ବନ୍ଧୁଙ୍କର ଦେଖା ପାଇବେ ନାହିଁ।
ଯେତେ ସମସ୍ୟା ଆସିଲେ ମଧ୍ଯ ତାହାର ଠିକ୍ ସାମ୍ନା କରିବା ପାଇଁ ଚେଷ୍ଟା କରିବେ। ବ୍ୟବସାୟ, ପରିବହନ, ପ୍ରକାଶନ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ବନ୍ଦ୍ବ ଦୂର ହେବ। କଠିନ ଶ୍ରମଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି ଆଜିର ସାଧାରଣ କଥାକୁ କେନ୍ଦ୍ରକରି ଓ ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିବେ।
ଅର୍ଥ ସାହାଯ୍ୟ ଆଶାରେ ବନ୍ଧୁଙ୍କୁ ବିଭିନ୍ନ କଥା କହି କାମ ହାସଲ କରିବେ। ସରକାରୀସ୍ତରରୁ ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହେବେ। ଶିଳ୍ପ ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ନିଜର ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡିବା ସକାଶେ ଆପ୍ରାଣ ଚେଷ୍ଟା କଲେ ସଫଳତା ମିଳିବ।
ପରିବାରର ଅକୁହାକଥାକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଅଧସ୍ତନ କର୍ମଚାରୀମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଆପଣଙ୍କୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡିବ। ଆଜି ନିକଟ ସମ୍ପର୍କୀୟମାନଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ। ଜଣେ ସମ୍ପର୍କୀୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଆଶା ପୂରଣ କରିବେ।
ପାରିବାରିକ, ସାମାଜିକ ଓ ଆନୁଷ୍ଠାନିକ କ୍ଷେତ୍ର ସାମାନ୍ୟ ବ୍ୟତିକ୍ରମ ମଧ୍ଯରେ ଚାଲୁରହିବ। କର୍ମକ୍ଷେତ୍ରରେ ଶୁଣାକଥାକୁ ବିଶ୍ବାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।ବନ୍ଧୁଙ୍କ ଖାପଛଡ଼ା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିବେ। ଆଲୋଚନାପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calender 2023

Comments

comments