OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 8th December 2022

Odia Rashiphala

Odia Rashiphala

ପୁରୁଷାର୍ଥ ତଥା ନିୟମିତ ଉଦ୍‌ଯୋଗ ଓ ଅଭ୍ୟାସ ଦ୍ବାରା ଉପୁଜିଥିବା ଆଳସ୍ୟ ରୂପକ ଶତ୍ରୁକୁ ପରାହତ କରି ପାରିବେ |ପତ୍ନୀଙ୍କର ବିରକ୍ତି ଭାବ ଆସିପାରେ |ଗୃହରେ ଶାନ୍ତି ଓ କାର୍ଯ୍ୟରେ ସଫଳ ହେବେ |
ଗୁଣର ପ୍ରସାର ଘଟାଇବାକୁ ଉଦ୍ୟମ କରି ସଫଳତା ପାଇବା କଷ୍ଟସାଧ୍ୟ |ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି |ସ୍ବାଧୀନ ଚେତା ହୋଇପାରନ୍ତି |ସମ୍ମାନିତ ହେବେ |ଆନନ୍ଦିତ ହେବେ |
କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ ,ମାତ୍ର ବିଳମ୍ୱରେ ପଥରୋଧର ସମ୍ମୁଖୀନ ହୋଇପାରନ୍ତି |କଠିନ ସ୍ବଭାବସମ୍ପନ୍ନ ହୋଇପାରନ୍ତି |ବାଣିଜ୍ୟ କାରବାର ଲାଭଦାୟକ ହେବ |ମାନସିକ ଅଶାନ୍ତି ଦୂର ହେବ |
ପ୍ରିୟ ଲୋକଙ୍କ ଦର୍ଶନ ପାଇ ଖୁସି ହେବେ |ବାକ୍ୟପଟୁ ହେବେ ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହୋଇପାରନ୍ତି |ମନ ପ୍ରଫୁଲ୍ଲ ରହିବ |ବିବାଦରେ ବିଜୟୀ ହେବେ |ରୋଜଗାର ଆଶାନୁରୂପ ହେବ |ସମ୍ମାନ ମିଳିବ |
ଶ୍ରେଷ୍ଠାସନରେ ଆସାନ ହୋଇପାରନ୍ତି |ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ |କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି |ସେବାକାର୍ଯ୍ୟ ପାଇଁ ଧନ୍ୟବାଦର ପାତ୍ର ହେବେ |ଅର୍ଥ ପ୍ରାପ୍ତ ହେବେ |
ବିଦ୍ୟାରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି |ସୁବକ୍ତା ଭାବେ ଖ୍ୟାତି ଅର୍ଜନ କରିପାରନ୍ତି |ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ |ପାରିବାରିକ ସମ୍ପର୍କ ପ୍ରୀତିପୂର୍ଣ୍ଣ ହେବ |ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି |
ପର ଚର୍ଚ୍ଚା ବୁମେରାଂ ହୋଇପାରେ |ଚର୍ମ ଓ ଡିଆଁ ରୋଗ ପାଇଁ ସତର୍କତା ଏକାନ୍ତ ଆବଶ୍ୟକ |ଧନାଗମରେ ବାଧା ଉପୁଜିବା ସହିତ ଶାରୀରିକ ପୀଡା ଉପୁଜିପାରେ |ଅଦ୍ୟମ ଚେଷ୍ଟାରେ ବିଭବଯୁକ୍ତ ହେବେ |
ମନରେ ଆତୁର ଭାବ ଦେଖାଦେଇପାରେ |କାର୍ଯ୍ୟ କ୍ଷେତ୍ରରେ ମନରେ ଭୟର ସଞ୍ଚାର ହୋଇପାରେ |ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡିବ |ବ୍ୟବସାୟ ଲାଭଜନକ ହେବ |ସନ୍ଥାର୍ଗୀ ହେବେ |
କୌଣସି ମଙ୍ଗଳର ସୂଚନା ମିଳୁଛି |ଶତ୍ରୁମାନେ ଶତଚେଷ୍ଟା କଲେ ବି ଅନିଷ୍ଟ କରିପାରିବେ ନାହିଁ |ସୌଜନ୍ୟତା ପ୍ରକାଶ ପାଇବ |କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ |ଅର୍ଥ ପ୍ରାପ୍ତିର ସୁଚନା ମିଳୁଛି
ବହୁ ସୁଖର ଅଧିକାରୀ ହୋଇପାରନ୍ତି |ଦ୍ବିଜ ଓ ଦେବମାନଙ୍କର ପରମ କଲ୍ୟାଣୀୟ ହୋଇପାରନ୍ତି |ସାଧୁ ପ୍ରଦତ୍ତ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି |ମାନ୍ୟତାପ୍ରାପ୍ତ ହେବେ |ଆଲୋଚନା ଫଳପ୍ରଦ ହେବ |
ଶମାଶୀଳ ହୋଇପାରନ୍ତି |କର୍ମରେ ଅଗ୍ରଗତି ଘଟିବ |ଚିନ୍ତାଧାରା ଉନ୍ନତ ମାନର ହେବ |ପୁଣ୍ୟବାନ୍ ହେବେ |ସୁଶୀଳ ହେବେ |ଶୁଦ୍ଧ ସ୍ବଭାବସମ୍ପନ୍ନ ହୋଇପାରନ୍ତି |ଜନବଲ୍ଲଭଭାବେ ପରିଗଣିତ ହେବେ |
କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି ଗୁରୁଜନଙ୍କଠାରେ ବିନୟାବନତ ହେବେ |ପତ୍ନୀଙ୍କ ଅଭୀଷ୍ଟ ସିଦ୍ଧି କରିବାର ପାରଙ୍ଗମ ହେବେ |ପୁତ୍ର ଲାଳସା ପରିପୂର୍ଣ୍ଣ ହୋଇପାରେ |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments