OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 7th September 2023

Odia Rashiphala

Odia Rashiphala

ଆଜି ଅଶ୍ଵିନୀ ନକ୍ଷତ୍ର ସକାଶେ କିଛିଟା ଦ୍ବନ୍ଦ ଓ ଆଶା, ଆଶଙ୍କା ମଧ୍ଯରେ ମନ ହଲ୍‌ଚଲ ହୋଇପାରେ । ଘର କଥା ହେଉ କିମ୍ବା କର୍ମକ୍ଷେତ୍ର ସବୁ କାମ ଗୋଳିଆ ରହିବ। କିଛି ସହାନୁଭ୍ଭୂତିମୂଳକ ଆଲୋଚନା ଓ ସମାଲୋଚନା ଭିତରେ ପରିବାରରେ ଶାନ୍ତି ଫେରି ଆସିପାରେ। ଦ୍ରବ୍ୟ ନଷ୍ଟ ହୋଇପାରେ। ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ।
ଆଜି ମୃଗଶିରା ନକ୍ଷତ୍ର କର୍ମକ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ ସେମାନଙ୍କୁ ମନେଇ ନିଜ କାମରେ ଲଗାଇ ପାରନ୍ତି। ସଭାସମିତି ଏପରିକି କହିବା ଲେଖିବାର ସମ୍ପର୍କ ଯେଉଁଠାରେ ରହିଛି ସେହି ସବୁ ଦିଗ ଅନୁକୂଳ ରହିବ ।
ଆରଦ୍ରା ନକ୍ଷତ୍ର ସକାଶେ ଆଜି ଟଙ୍କା ପଇସା ସମ୍ପର୍କିତ ସମସ୍ତ କାମ ସାବଧାନତା ସହକାରେ କରିବା ବିଧେୟ । ଭୁଲ୍‌ ହିସାବରୁ, ଅଲଗା ସ୍ଥାନରେ ରଖିଦେଇଥିବା କାରଣରୁ, ଦେବା ନେବା କ୍ଷେତ୍ରରେ ଝାମେଲାର ସମ୍ଭାବନା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ସହମତି ଭିଭିରେ କାମକଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି
ଆଜି କୌଣସି କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ପରିବାର ଲୋକଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟହେବେ। ସାମାଜିକସ୍ତରରେ ବହୁଦିଗରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଭାବୁଥୁବା କାମଟି ପୂର୍ଣ୍ଣାଙ୍ଗ ପାଇଁ ଆହୁରି ବହୂ ସମୟ ଲାଗିପାରେ ।
ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇଯିବେ। କର୍ମକ୍ଷେତ୍ରରେ ବାଧା ଉପୁଜିଲେ ବି କାମ ଅଟକିବ ନାହିଁ। ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହି ନ ପାରେ | ଗଠନମୂଳକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତା ହେବେ। ବ୍ୟବସାୟ ପାଇଁ ଦିନଟି ବହୁତ ଭଲ ।
ଆଜି ପୁଷ୍ୟା ନକ୍ଷତ୍ର ବହୂ ଚେଷ୍ଟା ପରେ ରଣସୂତ୍ରରେ ଅର୍ଥଲାଭ କରିବେ। ଅବଶ୍ୟ କର୍ମକ୍ଷେତ୍ରରେ ଉନ୍ନତ ଚିନ୍ତା ଓ ପରୋପକାର ମନୋଭାବରୁ ପ୍ରଶଂସିତ ହେବେ। କଠିନ ଶ୍ରମ ଓ ଅନିଦ୍ରାଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ଶତ୍ରୁମାନେ ଆଗରେ ନ ହେଲେ ମଧ୍ଯ ପଛରେ ନାନାଦି କଥା କହିବେ।
ସ୍ବାତୀ ନକ୍ଷତ୍ର ଆଳସ୍ୟ ଓ ଅବହେଳା ସାଙ୍ଗକୁ କାଳକ୍ଷେପଣ ନୀତି ହେତୁ ମନରେ ସରସତା ରହିବ ନାହିଁ। ନିଜ ଲୋକମାନେ ଭର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଛୋଟ୍‌ ଛୋଟ କାମ ହାତକୁ ନେଲେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଅସାବଧାନତା କାରଣରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ
କର୍ମକ୍ଷେତ୍ରରେ ଧୀରେ ସୁସ୍ଥ ଗତି କରନ୍ତୁ, ଅନ୍ୟଥା ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ଅନୁରାଧା ନକ୍ଷତ୍ର ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ବିଜୟୀ ହେବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । କଳା, ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥ୍‌ବା ସମସ୍ୟା ସମାଧାନ ହୋଇଯିବ।
ପ୍ରତ୍ୟେକ କ୍ଷେତ୍ରରେ ସରଳତାକୁ ପ୍ରାଧାନ୍ୟ ଦେଇ ‌ ଠକାମିର ଶିକାର ହୋଇପାରନ୍ତି। ପିଲାଙ୍କ ବିବାହ ପାଇଁ ଯୋଗାଯୋଗ କରି କୃତକାର୍ଯ୍ୟ ହେବେ। ମୂଳା ନକ୍ଷତ୍ରର ହାତକୁ ନେଇଥିବା କେତେକ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ଶାରୀରିକ ସୁସ୍ଥତା ଫେରିପାଇବା କାରଣରୁ ଏକପ୍ରକାର ମାନସିକ ଶାନ୍ତି ମିଳିବ ।
ଶ୍ରବଣା ନକ୍ଷତ୍ର ଭୁଲ୍‌ ବୁଝାମଣା ନେଇ ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ। ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ଯ କୌଣସି ଅସୁବିଧା ହେବନାହିଁ। ଯେତେ ଭଲ କାମ କଲେ ମଧ୍ଯ ଅଭିଯୋଗ ପାଇବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ। ପଡ଼ୋଶୀମାନେ ପ୍ରଶଂସା କରିପାରନ୍ତି।
ଶତଭିଷା ନକ୍ଷତ୍ର ନିଜ ଲୋକମାନଙ୍କ କାର୍ଯ୍ୟକଳାପ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତତ୍ପରତା ବଢ଼ିପାରେ। ଅଧକ ବୁଲାବୁଲି କାରଣରୁ ମୁଣ୍ଡ ବୁଲାଇବା ଲକ୍ଷଣ ଦେଖାଦେବ ।
ଚେଷ୍ଟା କରୁଥିବା କାମଗୁଡ଼ିକ ଠିକ୍‌ଭାବେ ସମ୍ପନ୍ନ ହେବାରୁ ମନ ଖୁସି ହୋଇଯିବ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ । ଉତ୍ତରଭାଦ୍ରବ ନକ୍ଷତ୍ର ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ଵ ନେଇ ପ୍ରଶଂସିତ ହେବେ। ଆର୍ଥିକ ସ୍ଵଚ୍ଛଳତା ଆସିବା ସାଙ୍ଗକୁ ପ୍ରିୟ ବନ୍ଧୁଙ୍କ ସାନିଧ୍ୟ ଲାଭରୁ ଖୁସି ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments