![]() | ଆଜି ବିଶେଷ କିଛି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ସମସ୍ତ କାମ ଠିକ୍ ଭାବରେ ଚାଲିବ କିନ୍ତୁ ଝିନ୍ଝଟ୍ ମଧ୍ଯରେ ସମ୍ପୂର୍ଣ୍ଣ ହେବ। ସବୁ ସୁବିଧା ଥୁଲେ ମଧ୍ଯ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିବେ। କଳା, ସାହିତ୍ଯ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। |
| କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଓ ପ୍ରାଧାନ୍ୟ ଦେଇ ପ୍ରଶଂସିତ ହେବେ। ଉଚ୍ଚ ଚିନ୍ତା କରିବେ, ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଏକାଧିକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବନାହିଁ। | |
| ପ୍ରତ୍ୟେକ କ୍ଷେତ୍ରରେ କୌଶଳରେ କାର୍ଯ୍ୟ ହାସଲ କରିନେବେ। ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିପାରନ୍ତି । ଧୀରସ୍ଥିର ମନ ଦେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। ସାମାଜିକ ସ୍ତରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। | |
| ପ୍ରତ୍ୟେକ ପରିସ୍ଥିତିରେ ଦୃଢ଼ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରିନେବେ। ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ବ ନେଇ ପ୍ରଶଂସିତ ହୋଇପାରନ୍ତି। ଯେକୌଣସି କାମରେ ହେଉନା କାହିଁକି ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ। ଭଲ କାମ କଲେ ମଧ୍ଯ ଆତ୍ମୀୟଙ୍କ କଟୁ ସମାଲୋଚନାର ପାତ୍ର ହେବେ । | |
| ଆଜି ଯେତେ ଭଲ କାମ କଲେ ମଧ୍ଯ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ଘଟିବ | ଗତକାଲିର ଯୋଜନା ଠିକ୍ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବାର ଆଶଙ୍କା ରହିଛି । | |
| ଆଜି ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ଏବଂ ଯଥାସମ୍ଭବ କମ୍ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିବାରେ ସମର୍ଥ ହେବେ। ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡ଼ିପାରେ। | |
| ପରିବାର ହେଉ କିମ୍ବା କର୍ମକ୍ଷେତ୍ର ହେଉ ଯାହା ଓ ଯେମିତି କଲେ ମଧ୍ଯ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ନିକଟ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଆଜି ଦିନଟି ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଭଲ। ଦାମ୍ପତ୍ୟ ଜୀବନରେ ଅସହିଷ୍ଣୁତା ଅଶାନ୍ତିର କାରଣ ହୋଇପାରେ । | |
| ଆଜି ଏକାଧାରରେ ଅର୍ଥ ଓ ସମ୍ମାନ ପାଇବେ, ମାତ୍ର ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ | ଗଠନମୂଳକ କାର୍ଯ୍ୟରେ ନେତୃତ୍ଵ ଗ୍ରହଣକରି ଉଚ୍ଚ ପ୍ରଶଂସିତ ହେବେ। ଦୀର୍ଘଦିନର ଆଶା ଫଳବତୀ ହେବ ଓ ନୂତନ ସମ୍ପର୍କ ସ୍ଥାପିତ ହୋଇପାରେ । ପରିବାର ସହ ଆଜିର ଭ୍ରମଣ ବେଶ୍ ଆନନ୍ଦଦାୟକ ହେବ। | |
| ଛୋଟ ଛୋଟ କଥାକୁ ଧରିବସିଲେ ନିଜେ ହିଁ ଅସୁବିଧାର ସମ୍ମୁଖୀନ ହେବେ ଆର୍ଥକ ଦୁଃସ୍ଥିତି ମାନସିକ ସ୍ତରକୁ ସଂକୁଚିତ କରି ରଖିବ । ସବୁ କାମରେ ପଛୁଆ ହେତୁ ମାନେ ନିଜକୁ ଅପାରଗ ମନେକରିପାରନ୍ତି। ଯେତେ ପାଇଲେ ମଧ୍ଯ ମନରେ ସନ୍ତୋଷ ଆସିବ ନାହିଁ। | |
| ସାମାଜିକସ୍ତରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାଜନୀତିରେ ନେତୃତ୍ବ ନେଇ ପ୍ରଶଂସିତ ହେବେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ଚେଷ୍ଟାକଲେ ଉପକୃତ ହେବେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । | |
| ବିଭିନ୍ନ ପ୍ରକାର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ। ବନ୍ଧୁଙ୍କ ମନରେ ବିଶ୍ବାସ ହେଲାଭଳି କାମକରି ସଫଳତା ହାସଲ କରିବେ। ଛୋଟକଥାକୁ ବଡ଼ ଆକାରରେ ଚିନ୍ତାକରି ଅସ୍ଥିରତା ଅନୁଭବ କରିପାରନ୍ତି। ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । | |
| ଆଜି ଶିଳ୍ପ ବାଣିଜ୍ୟ, ରାଜନୀତି ଓ କୂଟନୈତିକ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ। କାର୍ଯ୍ୟ କ୍ଷେତ୍ରରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିବ। ଆଶା ଓ ବିଶ୍ବାସ ନେଇ ଆଗକୁ ମା ଡ଼ିଚାଲନ୍ତୁ ଅବଶ୍ୟ ଉପକୃତ ହେବେ । |
Odia Calendar 2023
Comments
comments

