OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 5th October 2023

Odia Rashiphala

Odia Rashiphala

ଆଜିର ଗ୍ରହସ୍ଥିତି ପାରିବାରିକ ଓ କର୍ମକ୍ଷେତ୍ର ପ୍ରତି ସମସ୍ୟା ସୃଷ୍ଟିକରି ନିରୁତ୍ସାହିତ କରିପାରେ । ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ବଦେଲେ କ୍ଷତିରେ ପଡ଼ିବେ। ପାରିପାର୍ଶ୍ବିକ ପରିସ୍ଥିତି ଭଲ ରହିବା ହେତୁ ମାନସିକ ଅସ୍ଥିରତା ଦୂର ହୋଇଯିବ ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ଓ ଆର୍ଥିକ ଉନ୍ନତି ଘଟିବ।
ଆତ୍ମୀୟଙ୍କ ସାହାଯ୍ୟ, ସହଯୋଗ ଲାଭକରି ଚେଷ୍ଟା କରୁଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିବେ। ବ୍ୟବସାୟ, ଯାତ୍ରା, ପ୍ରତିଦ୍ବନ୍ଦିତା ପ୍ରଭୃତି କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଘରକୁ ବହୁତ ଦିନରୁ ଇଚ୍ଛାକରି ମଧ୍ଯ ଆଣି ପାରି ନ ଥିବା ଜିନିଷଟି ଆଜି ଆଣିପାରନ୍ତି। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ସହକର୍ମୀଟିର ମନୋଭାବ ବଦଳି ଯାଇପାରେ ।
ଆଜି ନିଜ ଘର କାମ ସାଙ୍ଗକୁ ବନ୍ଧୁଙ୍କ କାମକୁ ମଧ୍ଯ ଅଗ୍ରାଧିକାର ଦେବାକୁ ପଡ଼ିବ। ଯାତ୍ରାରେ ସଫଳତା ପାଇବେ, କିନ୍ତୁ ସମସ୍ୟା ଭିତର ଦେଇ ଯିବାକୁ ହେବ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ନୂତନ ଦାୟିତ୍ବ ହାତକୁ ନେବାକୁ ପଡ଼ିପାରେ । ଯେତେପ୍ରକାର ଭଲ କଥା କହିଲେ ମଧ୍ଯ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି।
ନୂତନ ସ୍ଥାନ, କାମ ଏବଂ ଅଜଣା ଲୋକଙ୍କ ସଂସ୍ପର୍ଶରେ ଆସି ଆଶ୍ଵସ୍ତି ଅନୁଭବ କରିପାରନ୍ତି କର୍ମକ୍ଷେତ୍ରରେ ଫାଇଲ୍‌ କାମ, ଯାନ୍ତ୍ରିକ ତୁଟି, ମିଟିଂ ପ୍ରଭୃତିରେ ଜଞ୍ଜାଳ ବୃଦ୍ଧିପାଇବ। ପରିବାର ପ୍ରତି ବିମୁଖ କିମ୍ବା ଉଦାସୀନତା ପରିଲକ୍ଷିତ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନ ବାଧାପ୍ରାପ୍ତ ହୋଇପାରେ ।
ଆପଣଙ୍କ ପରୋକ୍ଷରେ ଅନ୍ୟମାନେ ବିଭିନ୍ନ ପ୍ରକାର ସମାଲୋଚନା କରିପାରନ୍ତି। କେତେକ ପରିସ୍ଥିତିରେ ଆପଣଙ୍କ ମନକଥା ଅପ୍ରକାଶ୍ୟ ରହିଯିବ। ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ପଡ଼ୋଶୀଙ୍କ ସହାୟତାରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ।
ସତର୍କରେ ନ ଚଳିଲେ ମରୀଚିକା ପଛରେ ଗୋଡ଼ାଇ ହତାଶ ହେବେ। ଭାବୁଥିବା କାମଟିକୁ ଶେଷ କରିବା କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସାମ୍‌ନା କରିବାକୁ ପଡ଼ିବ। ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଯାହା ବିଷୟରେ ଆଲୋଚନା କରୁଥିବେ ତାହାକୁ ହଠାତ୍‌ ଅତି ନିକଟରେ ଦେଖି ହଡ଼ବଡ଼େଇ ଯାଇପାରନ୍ତି |
ଆପଣଙ୍କ ସକାଶେ ଘରଲୋକଙ୍କ ବ୍ୟସ୍ତ ଓ ଵିବ୍ରତାକୁ ଲକ୍ଷ୍ୟକରି ମନ ଅଶାନ୍ତ ରହିବ। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ନିଜଆଡ଼କୁ ଅଙ୍ଗୁଳି ଦେଖାଇପାରନ୍ତି। ଆର୍ଥିକ ଅଭାବ ଇଚ୍ଛା ପୂରଣରେ ବାଧା ସୃଷ୍ଟି କରିବ। ସଭାସମିତି କିମ୍ବା ଆନୁଷ୍ଣାନିକ କାମ – ସକାଶେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ ।
ନିଜ ପରିସରର ଲୋକମାନେ ଅପଯଶ ଗାଇ ବୁଲିବେ, ଯଦ୍ଦ୍ବାରା କି ଆପଣଙ୍କ ମନୋବଳ ହ୍ରାସ ପାଇବ। କେତେକ କ୍ଷେତ୍ରରେ ଶୀଘ୍ର ନିଷ୍ପତ୍ତି ନେବାକୁ ବାଧ୍ଯହୋଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ଏକପ୍ରକାର ଖୁସି ରହିବ। ଭଲମନ୍ଦର ବିଚାର ଅଭାବରୁ ସଙ୍ଗଦୋଷଜନିତ ସମାଲୋଚିତ ହୋଇପାରନ୍ତି।
ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ରକ୍ଷା ନ କଲେ ଅର୍ଥହାନି ସାଙ୍ଗକୁ ଶରୀର ପୀଡ଼ାରୁ କଷ୍ଟ ପାଇବେ। ଆଗାମୀ ଦିନର ମାଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି ବନ୍ଧୁଙ୍କ ସାହାଯ୍ୟରେ ଆଜି ରଣସୂତ୍ରରେ ଅର୍ଥଲାଭ କରିବେ। ମାଲି ମକଦ୍ଦମାରେ ରାୟ ଆପଣଙ୍କ ସପକ୍ଷରେ ଯିବାର ସୂଚନା ରହିଛି।
କର୍ମକ୍ଷେତ୍ରରେ ନୂତନ ଦାୟିତ୍ବ ହାତକୁ ନେବାକୁ ପଡ଼ିପାରେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ନ ଥିଲେ ମଧ୍ଯ ଯାହା କରିବା କଥା ଧାରକରି କରିବାକୁ ବାଧ୍ଯ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦେଖାଦେବ |
ବ୍ୟସ୍ତ ନ ହୋଇ ଧୀରସ୍ଥିର ଭାବରେ କାମ କଲେ ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ନିଜ ନିଜ ଭିତରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବାରୁ ସମ୍ଭାବ୍ୟ ସହଯୋଗର ଆଶା କରାଯାଇପାରେ ।
ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ଅବଶ୍ୟ ପାଇବେ। ଅତୀତରେ ଯିଏ ଶତ୍ରୁତା କରୁଥିଲା ସେ ମଧ୍ଯ ଆପଣାଆଡ଼ୁ ସାହାଯ୍ୟ ସହଯୋଗର @ ହାତ ବଢ଼ାଇବ। ସମସ୍ୟା ଆପଣାଛାଏଁ ସୁଧୁରିଯିବ, କିନ୍ତୁ ଶାରୀରିକ ସୁସ୍ଥତା ନ ଥିବାରୁ ଉପଭୋଗ୍ୟ ହେବନାହିଁ। ଅନ୍ୟମାନଙ୍କ ମନକୁ ନେଇ କିମ୍ବା ପିଠି ଥାପୁଡ଼େଇ କାମ ହାସଲ କରିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments