OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 4th January 2024

Odia Rashiphala

Odia Rashiphala

ଧନାଧିପ ଧନସ୍ଥାନକୁ ଦେଖୁଥିବାରୁ ଦିନଟି ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ବକେୟା ଟଙ୍କା ଦେଉ ନ ଥିବା ଲୋକଟି ଘରକୁ ଆସି ଟଙ୍କା ଦେଇଯିବ। ଅଭାବ ଅସୁବିଧା ଦୂରୀକରଣରେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପପରିବହନରେ ସଫଳତା ହାସଲ କରିବେ।
କୃତ୍ତିକା ନକ୍ଷତ୍ର ଭୁଲ୍ ନିଷ୍ପତ୍ତି ନେଇ ସମାଲୋଚିତ ହେବାକୁ ପଡିପାରେ। ରୋହିଣୀ ନକ୍ଷତ୍ରର ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, ଯାହାକି କାମ ହାସଲ କରିବାରେ ସହାୟକ ହେବ। ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବ ଏବଂ ପରିବାରରେ ଶାନ୍ତି ଫେରି ଆସିବ। ମନ ଚାହୁଁ ନ ଥିଲେ ମଧ୍ଯ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।
ବୁଧ ସହ ଶୁକ୍ର ସଂଯୋଗରୁ ଆଜିର ଦିନଟି ବହୁତ୍‌ ବଢିଆ। ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି କେତେକ ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ବ ହାତକୁ ନେଇ ବ୍ୟସ୍ତତା ମଧ୍ଯରେ ରହିପାରନ୍ତି। ବନ୍ଧୁ ଗହଣରେ କୌଣସି ଆଲୋଚନାରେ ମଧ୍ଯସ୍ଥତା କଲେ ଅପମାନିତ ହୋଇପାରନ୍ତି।
ମଜାମଉଜର ଆଲୋଚନାରେ ନିଜକୁ ହଜାଇଦେଇ ପାରନ୍ତି| ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଥିବାରୁ ବନ୍ଧୁଙ୍କଠାରୁ ପ୍ରଶଂସା ପାଇ ମନୋବଳ ବୃଦ୍ଧି ପାଇବ । ଅଶ୍ଲେଷା ନକ୍ଷତ୍ର ପେଟ ଗୋଳମାଳଜନିତ ପୀଡ଼ା ଅନୁଭବ କରିପାରନ୍ତି। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ସହଜାତ ପ୍ରବୃତ୍ତିର ପରିଚୟ ଦେଇ ସମ୍ପର୍କୀୟଙ୍କ ସୁଖଦୁଃଖର ସାଥୀ ବନିଯିବେ। ପୂର୍ବାଫାଲଗୁନୀ ନକ୍ଷତ୍ର ଯେମିତି ପାଇବେ ଅନ୍ୟମାନଙ୍କୁ ମଧ୍ଯ ଦେବାରେ କୁଣ୍ଠାବୋଧ କରିବେ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣାଜନିତ ଦ୍ବନ୍ଦ୍ବରେ ପଡି ପାରନ୍ତି। ଭ୍ରମଣ, ରାଜନୀତି, ପ୍ରକାଶନ ଓ ପ୍ରଶାସନ ପାଇଁ ଦିନଟି ଭଲ।
ଆପଣ ଯେଉଁ କାମ ସହଜରେ କରିପାରୁଛନ୍ତି, ଆଜି ଚେଷ୍ଟାକଲେ ମଧ୍ଯ ନିରାଶ ହେବାକୁ ପଡିପାରେ । କ୍ରୀଡା, କଳା, ସାହିତ୍ୟ, ସାମ୍ବାଦିକତା, ଚଳଚିତ୍ର କ୍ଷେତ୍ରରେ ସଫଳତା ମିଳିବ। ଶ୍ରୁତିରୋଚକ କଥା କହିଲେ ମଧ୍ଯ ବନ୍ଧୁଙ୍କୁ ତାହା ସୁହାଇ ନ ପାରେ। ଗୁରୁପାକ ଦ୍ରବ୍ୟ ଭୋଜନରୁ ଅଜୀର୍ଣ୍ଣ ଓ ଆମାଶୟ ଦେଖା ଦେବାର ଆଶଙ୍କା ରହିଛି।
ଆଲୋଚନା ପରିସରରେ ଭଲ ସମ୍ପର୍କ ନ ଥିବା ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ନୀଚଜାତି ବିଶେଷଙ୍କ ଦ୍ବାରା ମିଥ୍ୟା ଗୁଜବ ମନକୁ ଆନ୍ଦୋଳିତ କରିପାରେ। ସ୍ବାତୀ ନକ୍ଷତ୍ର ସକାଶେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ଯାତ୍ରା, ପ୍ରଶାସନ, କଳା, ସାହିତ୍ଯ କ୍ଷେତ୍ର ମନ୍ଦ ହେବନି |
ଯେତେ ଅସୁବିଧା ହେଲେ ମଧ୍ଯ ଆପଣ ନିଜକୁ ନିୟନ୍ତ୍ରଣ ମଧ୍ଯରେ ରଖିବାପାଇଁ ସମର୍ଥ ହେବେ। ଜ୍ୟେଷ୍ଠ ନକ୍ଷତ୍ର ସକାଶେ ଆନୁଷ୍ଠାନିକ କାମରେ ସମ୍ମାନ ବୃଦ୍ଧି ପାଇବ। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ବାସ ସୃଷ୍ଟିହେଲା ଭଳି କାମ କରିବେ। ଜମିଜମା, ଗାଡିମୋଟର, କ୍ରୟବିକ୍ରୟ, ନିର୍ମାଣ ସମ୍ପର୍କିତ ଦୁଶ୍ଚିନ୍ତା ଆସିପାରେ।
ବନ୍ଧୁଙ୍କ ସହ ବ୍ୟବହାରରେ କଠୋରତା ଅଯଥା ଶତ୍ରୁତା ସୃଷ୍ଟି କରିବ। ପରସ୍ପର ମିଳାମିଶା ଓ ଆପୋସ ଆଲୋଚନାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଅବହେଳାଜନିତ କାର୍ଯ୍ୟ ସମ୍ପାଦନରେ ଅନିୟମିତତା ହେତୁକ କୈଫିୟତ ଦେବାକୁ ପଡିପାରେ । ମୁଳା ନକ୍ଷତ୍ର ସ୍ବାର୍ଥକୁ ଧରି ଅନ୍ୟଙ୍କୁ ନଜରହୀନ କରି ସମାଲୋଚିତ ହେବେ ।
ନିଜ ଲୋକ ମୁହଁରେ ମିଠାକଥା କହି ପଛରେ ଖାଲରେ ପକାଇବାକୁ ଚେଷ୍ଟା କରିପାରନ୍ତି ଉତ୍ତରାଷାଢା ନକ୍ଷତ୍ର ଅବିଚଳିତ ରହି କାମକଲେ ସମସ୍ୟାର ସମାଧାନ ହେବ। ଅତ୍ୟାବଶ୍ୟକ ଜିନିଷଟି ଅପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଆଜି ନିର୍ମାଣାଧୀନ ଗୃହକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ପୂର୍ବରୁ କୌଣସି ସମସ୍ୟା ଦେଖାଦେଇପାରେ ।
ଆଜି ଯେତେ ଭଲ କାମ କଲେ ମଧ୍ଯ ପ୍ରଶଂସା ବଦଳରେ ଗାଳି ଖାଇବାକୁ ପଡିପାରେ । ଶତଭିଷା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ସାବଧାନତା ସହକାରେ କାମ କରିବା ଭଲ। ବନ୍ଧୁଙ୍କ ସମର୍ଥନ ଲାଭକରି ଯୁକ୍ତିତର୍କ କରି ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି ।
ବୈଷମ୍ୟତା ଲାଗିରହିଥିଲେ ମଧ୍ଯ ଅନ୍ୟମାନଙ୍କ ସମ୍ମୁଖରେ ସାମ୍ୟଭାବ ପ୍ରଦର୍ଶନ କରିବେ। ଉତ୍ତରଭାଦ୍ରପଦ ନକ୍ଷତ୍ରର ସାମୟିକ ଅସୁସ୍ଥତା ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପ୍ରତିଶଦୁତି ଦେଇଥିବା ବନ୍ଧୁଙ୍କୁ ପ୍ରତୀକ୍ଷା କରି ବିରକ୍ତ ହେବେ କିନ୍ତୁ ତାଙ୍କ ଦେଖା ମିଳିବ ନାହିଁ। ଆନୁଷ୍ଠାନିକ କାମରୁ କିମ୍ବା ଶୁଭେଚ୍ଛୁଙ୍କ ନିକଟରୁ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments