![]() | ମୁଖଭାବରେ ମଙ୍ଗଳ ଥିବାରୁ ଆପଣଙ୍କ କଠୋରକଥା ବନ୍ଧୁଙ୍କ ମନରେ ଆଘାତ ଦେଇପାରେ ।କର୍ମକ୍ଷେତ୍ରରେ ଅନ୍ୟକୁ ସରଳ ଭାବେ ବିଶ୍ବାସ କରି ହଇରାଣରେ ପଡ଼ିପାରନ୍ତି। ବନ୍ଧୁମାନଙ୍କ ସହାୟତା ଫଳରେ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ। ଆଜି ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ ହେବ। |
ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ପରିହାସଯୁକ୍ତ କଥା ବନ୍ଧୁମାନଙ୍କ ପ୍ରୀତିଭାଜନ କରାଇବ। ସାଧାରଣ କଥାରେ ଯୁକ୍ତିତର୍କ ହେତୁ ସହକର୍ମୀଙ୍କ ସହ ବିବାଦ ଉପୁଜିପାରେ। କିଛି କରି ନ ପାରିଲେ ମଧ୍ଯ ଭାଇଙ୍କସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି। ଅର୍ଥ ସମ୍ପର୍କିତ ବୁଝାମଣାରେ ତୁଟି ରହିଯିବା ଦ୍ବାରା ସମସ୍ୟା ସୃଷ୍ଟି ହୋଇପାରେ । | |
କର୍ମସ୍ଥାନରେ ଗୁରୁ ଓ ଶୁକ୍ର ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସୁବିଧା ସୁଯୋଗ ପାଇ କାମ ହାସଲ କରିବେ। ସାମାଜିକସ୍ତରରେ ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ। ଆଲୋଚନା କ୍ଷେତ୍ରରେ ସତ୍ୟ ପ୍ରକାଶ କରି ବିବାଦଗ୍ରସ୍ତ ହୋଇପାରନ୍ତି। ପାରିବାରିକ ଜୀବନ ସୁଖ ସନ୍ତୋଷରେ କାଟିବେ। | |
ଚତୁର୍ଥସ୍ଥ କେଡ଼ୁଜନିତ ଦୀର୍ଘଦିନରୁ ରହିଆସିଥିବା ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ସ୍ଥଗିତ କାମକୁ ପୂରାଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ଶୁଣାକଥାକୁ ବିଶ୍ଵାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। | |
ଷଷ୍ଠଭାବରେ ଏକାଧିକ ଗ୍ରହ ର ବୃଦ୍ଧି ପାଇବା ସାଙ୍ଗକୁ ସ୍ବାସ୍ଥ୍ୟ ମଧ୍ୟ ଭଲ ରହି ନପାରେ। ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ପଡ଼ୋଶୀଙ୍କ ଦୁଃଖଦ ପରିସ୍ଥିତିକୁ ନେଇ ମାନସିକ ବ୍ୟଥା ଅନୁଭବ କରିବେ। ପରିବାରର ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ବ ଦିଅନ୍ତୁ ନାହିଁ। | |
ରାଶ୍ୟାଧିପ ଷଷ୍ଠସ୍ଥାନରେ ରହିଥବାରୁ ସ୍ବାସ୍ଥ୍ୟସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ବୃହସ୍ପତିଙ୍କ ଶୁଭତ୍ବ କାରଣରୁ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରି ଉପକୃତ ହେବେ। ପିଲାମାନଙ୍କ କଳହକୁ କେନ୍ଦ୍ରକରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବ । | |
ଭାଗ୍ୟସ୍ଥାନରେ ଚନ୍ଦ୍ରଙ୍କ ସୁପ୍ରଭାବଜନିତ ଆଶା ପୂରଣ ହେବାରୁ ମନ ଖୁସି ରହିବ। ନୂତନ ଯୋଜନାରମ୍ଭ କ୍ଷେତ୍ରରେ ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟକଲେ ବିଶେଷ ଭାବେ ଉପକୃତ ହେବେ। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି. ଉତ୍ତେଜିତ ରହିପାରନ୍ତି। ଦୈନନ୍ଦିନ ଜୀବନଯାତ୍ରାରେ ନୀତିଗତ କାମରୁ ପ୍ରଶଂସିତ ହେବେ | | |
ରାଶ୍ୟାଧିପ ମଙ୍ଗଳଙ୍କ ପ୍ରଭାବରୁ ଦୈହିକ ସୁସ୍ଥତା ରହିଲେ ମଧ୍ୟ ମାନସିକ ଅସ୍ଥିରତା ପ୍ରାୟତଃ ଲାଗି ରହିବ। ପରିବାର ଲାଗି ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁମାନଙ୍କ ସାହାଯ୍ୟ ଫଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛିମାତ୍ରାରେ ବଢ଼ିଚାଲିବ। ବୁଝାମଣାରେ ତ୍ରୁଟି ରହିଯିବା କାରଣରୁ ସମ୍ପର୍କୀୟଙ୍କ ସହଯୋଗ ପାଇବେନି। | |
କେତୁଙ୍କ କୁପ୍ରଭାବ ହେତୁ ଛୋଟ ଛୋଟ କାମ ହାତକୁ ନେଲେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି |ଯେଉଁ ଜିନିଷଟି ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ। ଯେ କୌଣସି କ୍ଷେତ୍ର ହେଉନା କାହିଁକି, ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। | |
ପରିବାର ସ୍ଥାନରେ ରାହୁଙ୍କ କୁପ୍ରଭାବରେ ପାରସ୍ପରିକ ବୁଝାମଣାରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ବାଧ୍ଯ ହୋଇପାରନ୍ତି ଏବଂ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ଯରେ ରଖିବା ପାଇଁ ସମର୍ଥ ହେବେ। | |
ସହକର୍ମୀଙ୍କ ସହାୟତାରେ ଭାଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ବହୁଦିନରୁ ଲାଗିରହିଥୁବା ଶାରୀରିକ ପୀଡ଼ାରେ କଷ୍ଟ ପାଇପାରନ୍ତି। ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ବନ୍ଧୁଦ୍ବାରକୁ ଯାତ୍ରା କରିବାକୁ ପଡ଼ିପାରେ । ଆନୁଷ୍ଠାନିକ କାର୍ଯ୍ୟରେ ସମ୍ବର୍ଧିତ ହେବା ସହ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି। | |
ବୃଥା ସନ୍ଦେହ ଓ ଭୁଲ୍ ବୁଝାମଣା କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ । ସତ୍ସଙ୍ଗ, ପୁରାଣ ପଠନ, ଆଲୋଚନା ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ମନ ବଳିବ। କର୍ମଦକ୍ଷତା ହେତୁ ପ୍ରଶାସନିକ ସ୍ତରରେ ଓ ରାଜନୀତିରେ ପ୍ରଶଂସିତ ହେବେ । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। |
Odia Calender 2023
Comments
comments