![]() | ଅତି ପିୟ ବ୍ଯକ୍ତିଟିର ନିକଟ ଭବିଷ୍ୟତରେ ଅନୁପସ୍ଥିତିର କଳ୍ପନାକରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇବେ। ଉପରିସ୍ଥଙ୍କ ନିର୍ଦ୍ଦେଶରେ କର୍ମକ୍ଷେତ୍ରରେ ବହୁତ ଦାୟିତ୍ବ ହାତକୁ ନେବାକୁ ପଡ଼ିବ। ଅବଶ୍ୟ ମନେ ମନେ ଚିନ୍ତା କରିଥିବା କାମ ହାସଲ କରିବେ ଓ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। |
ସାଧାରଣ କଥାକୁ କେନ୍ଦ୍ରକରି ହଠାତ୍ କୌଣସି ଆତ୍ମୀୟଙ୍କ ସହ ମତାନ୍ତର ସୃଷ୍ଟି ହୋଇପାରେ। ସ୍ଥଗିତ କାମକୁ ତ୍ଵରାନ୍ଵିତ କରିବା ସକାଶେ ଜୋରଦାର ଉଦ୍ୟମ କରି ସଫଳ ମଧ୍ଯ ହେବେ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ଵାର୍ଥକୈଦ୍ରିକ ହୋଇପଡ଼ିବ। ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। | |
ମଧୁର ବ୍ୟବହାର ଦ୍ବାରା ଅନ୍ୟକୁ ସହଜରେ ଆକର୍ଷିତ କରିପାରିବେ। ଅତି ନିକଟତର ବନ୍ଧୁଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖି ପାରନ୍ତି। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ସକାଶେ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପାରିବାରିକ ଅଶାନ୍ତି କ୍ରମଶ ବଢ଼ୁଥୁବାରୁ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । | |
ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ। ଅତ୍ୟାବଶ୍ୟକ ଜିନିଷଟି ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। ପଡ଼ୋଶୀଙ୍କ ପରୋକ୍ଷ ଶତୁତା ହେତୁ କାମଗୁଡ଼ିକ ସକାଶେ ସାମୟିକ ବାଧା ସୃଷ୍ଟି ହୋଇପାରେ। | |
ଆଜି କୌଣସି ଦୁଃଖଦ ଖବର ମନକୁ ସାମୟିକ ବିଚଳିତ କରିପାରେ। ଆଲୋଚନା କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। ସତ କଥା କହିବାରୁ କେତେକ କ୍ଷେତ୍ରରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। କର୍ମକ୍ଷେତ୍ରରେ କର୍ମଚାରୀ ସମସ୍ୟା ସୃଷ୍ଟି କରିପାରନ୍ତି । | |
ନୂତନ କର୍ମାରମ୍ଭ ସକାଶେ ଅର୍ଥ ଆବଶ୍ୟକ ହୋଇପାରେ। ଆନୁଷ୍ଠାନିକ କାମରେ ଅନ୍ୟମାନଙ୍କ ସହ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ କର୍ମକ୍ଷେତ୍ରରେ ମଧ୍ୟାହ୍ନରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ କିନ୍ତୁ କେବଳ କଥାରେହିଁ ତାହା ସୀମିତ ରହିବ । | |
ଆଜିର କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ମତଭେଦ ଘଟିବାର ସମ୍ଭାବନା ରହିଛି। ପ୍ରିୟବନ୍ଧୁଙ୍କ ସୌହାର୍ଦ୍ଦ୍ୟରୁ ବାଣିଜ୍ୟ ଓ ବ୍ୟବସାୟରେ ଲାଭବାନ ହେବେ । ଦୀର୍ଘ ଦିନରୁ ଆଶା କରିଥିବା କୌଣସି ଖବର ଆଜି ଅପରାହ୍ନେ ପାଇ ଖୁସି ହୋଇପାରନ୍ତି। ଆର୍ଥିକ ସଂକଟ କାର୍ଯ୍ୟସାଧନରେ କେତେକ ବ୍ୟତିକ୍ରମ ସୃଷ୍ଟି କରିବ। | |
କାହାର ସମର୍ଥନ ନ ପାଇ କେତେକ କାମରେ ଦୂରେଇ ରହିବାକୁ ବାଧ୍ଯ ହେବେ । ଗାଡ଼ି, ପୁରୁଣା ଘର ମରାମତି ସକାଶେ ନୂତନ ଯୋଜନା ପ୍ରଣୟନ କରିପାରନ୍ତି। ଅଟକି ରହିଥିବା କାମ ଯଥାବିଧି ସମ୍ପନ୍ନ ହେବ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ। ଅପ୍ରିୟ ସତ କହି ବିରୋଧୀ ହୋଇପାରନ୍ତି। | |
କାମର ଚାପ ହେତୁ କ୍ଳାନ୍ତି ଅନୁଭବ କରିବେ । ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ ନ କଲେ ମନସ୍ତାପ କରିବାକୁ ପଡ଼ିପାରେ। କେତେକ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବେ, ମାତ୍ର ଇଚ୍ଛା କରୁଥିବା ଜିନିଷଟି ନିଶ୍ଚିତ ପାଇପାରିବେ। କର୍ମକ୍ଷେତ୍ରରେ ନିଜର ଅନଚ୍ଛାଜନିତ ପ୍ରତିକ୍ରିୟାକୁ ହଠାତ୍ ପ୍ରକାଶ କରନ୍ତୁ ନାହିଁ। | |
ସମୟର ପ୍ରତିକୂଳତା ହେତୁ ଘରେ ଓ ବାହାରେ ସବୁଠି ଅଶାନ୍ତିର ଝଲକ ଅନୂଭବ କରିବେ। ନିଜ ଲୋକଙ୍କୁ ଛାଡ଼ି ପାରିବେ ନାହିଁ କିମ୍ବା ସେମାନଙ୍କ ଉପରେ ଭରସା କରିପାରିବେ ନାହିଁ। ସଭାସମିତି, ପରିବହନ, କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡିବା ସକାଶେ ବିଭିନ୍ନ ଯୋଜନା କରିବେ। | |
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା କିମ୍ବା ବିଶୃଙ୍ଖଳାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ। ମାନସିକ ଚାପଗ୍ରସ୍ତ ହୋଇ ପାରିବାରିକ ସମସ୍ୟା ପ୍ରତି ବୀତସ୍ପୃହ ରହିପାରନ୍ତି। କେତେକ କ୍ଷେତ୍ରରେ ସ୍ଵକୀୟ ମତ ପୋଷଣକରି ସମାଲୋଚିତ ହେବାକୁ ପଡିବ। ପିଲାଙ୍କ ବିବାହ ସମ୍ପର୍କୀୟ ପ୍ରସ୍ତୁତି ସକାଶେ ବନ୍ଧୁଙ୍କ ସହ ଆଲୋଚନା ଆରମ୍ଭ କରିବେ। | |
କାମରେ ଅଗ୍ରଗତି ଓ ଜମିଜମା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ | ପୂର୍ବରୁ କଳହ ଲାଗିଥିବା ନିକଟ ସମ୍ପର୍କୀୟ ବନ୍ଧୁ ପ୍ରତି ସତର୍କ ରୁହନ୍ତୁ । ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିପାରିବେ ନାହିଁ। ପର କଥାରେ ମୁଣ୍ଡ ପୂରାଇଲେ ଅଯଥା ଟେନ୍ସନ ବଢ଼ିବ। |
Odia Calendar 2022
Comments
comments