OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 26th January 2023

Odia Rashiphala

Odia Rashiphala

ଆଜି କର୍ମଜଞ୍ଜାଳ ବୃଦ୍ଧିଜନିତ ମାନସିକ ସ୍ବାସ୍ଥ୍ୟ ଭଲ୍ ରହି ନ ପାରେ। ପାରିବାରିକ ପରିସ୍ଥିତି ସୁଧାରିବାକୁ ଯାଇ ଅତ୍ୟଧିକ ଖର୍ଚ୍ଚକୁ ରୋକିବା ପାଇଁ ଚେଷ୍ଟିତ ହେବେ । ଆଲୋଚନା ପରିସରରେ ବନ୍ଧୁଙ୍କ ସହ ଯୁକ୍ତିତର୍କ ଦ୍ବାରା
ସମସ୍ୟା ସୃଷ୍ଟି ହୋଇପାରେ। ସ୍ଥଗିତ ଗହିଯାଇଥିବା ଆନୁଷ୍ଠାନିକ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବ |
ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ଯ କୌଣସି କାମ ଅଟକିବ ନାହିଁ। ଅଫିସ୍‌ରେ ସହକର୍ମୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। କାର୍ଯ୍ୟବ୍ୟସ୍ତତା ହେତୁ ମାନସିକ ଚାପ ବୃଦ୍ଧି ପାଇବା ଯୋଗୁ ସାମୟିକ ଆଶ୍ଵସ୍ତି ଅନୁଭବ କରିପାରନ୍ତି। ପରିସ୍ଥିତିବଶତଃ ଅନ୍ୟମାନଙ୍କୁ ବିଣ୍ବାସକରି ପ୍ରତାରିତ ହୋଇପାରନ୍ତି
ବହୁଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହେବା ବଦଳରେ ଆଗାମୀ ସମୟ ସକାଶେ ଅପେକ୍ଷା କରିବାକୁ ପଡ଼ିବ। ଆନୁଷଙ୍ଗିକ ସାହାଯ୍ୟ ଲାଭକରି ନିର୍ମାଣର ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ସାମାଜିକ ସ୍ତରରେ ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ। ଅଫିସରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ।
ଦୈହିକ ଦୁର୍ବଳତା ଯୋଗୁ କାମରେ ନିରୁତ୍ସାହିତା ହୋଇପାରନ୍ତି |ମାଙ୍ଗଳିକ କାମରେ ବନ୍ଧୁମିଳନ ଜନିତ ସମୟକୁ ଅତିବାହିତ କରାଇପାରନ୍ତି। ପରିବାରରେ ଆର୍ଥିକ ଅନଟନ ଲାଗିରହିଲେ ମଧ୍ଯ ଆପଣ ପରିସ୍ଥିତିକୁ ସମ୍ଭାଳିନେବେ । ଆତ୍ମୀୟମାନେ ପରୋକ୍ଷ ଶତୁଭାବ ପୋଷଣ କରୁଥିଲେ ମଧ୍ଯ ମୁହଁ ସାମ୍‌ନାରେ କିଛି କହିପାରନ୍ତିନାହିଁ।
କର୍ମକ୍ଷେତ୍ରରେ ମାନସିକ ଚାପଗ୍ରସ୍ତପୁର୍ବକ ପାରିବାରିକ ସମସ୍ୟାକୁ ଠିକ୍‌ଭାବେ ବୁଝିପାରିବେନି। ଖର୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ, ଯାହାକି ଦୁଶ୍ଚିନ୍ତାର କାରଣ ହୋଇପାରେ। ନିକଟସ୍ଥ ବନ୍ଧୁ କିମ୍ବା ସହକର୍ମୀମାନେ ଅସହଯୋଗ ମନୋଭାବ ପୋଷଣ କରିବେ। ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବନାହିଁ।
ଚକ୍ଷୁ କିମ୍ବା କର୍ଣ୍ଣରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଫେରିବା ରାସ୍ତାରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ସଭାସମିତିରେ ସାଧାରଣ ଯୁକ୍ତିତର୍କରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ବ୍ୟବସାୟ ଓବାଣିଜ୍ୟ କ୍ଷେତ୍ରରେ ସମ୍ପର୍କୀୟଙ୍କ ବ୍ୟବହାରରେ କ୍ଷୁବ୍ଧ ହେବେ ।
ଯୁକ୍ତିତର୍କ ଓ ବାଦବିବାଦରୁ କୌଣସି କାମ ଶୃଙ୍ଖଳିତ ହେବ ନାହିଁ |ଅର୍ଥ ଓ ସମ୍ମାନ ସହାନୁଭୁତି ଯୋଗୁ କର୍ମମୁଖର ହେବେ। ପରିସ୍ଥିତି ଏପରି ହେବ ଯେ ଘରକାମ ଛାଡ଼ି ବାହାର କାମରେ ବେଶି ସମୟ କାଟିବେ। ଅପରାହ୍ନରେ ବିଶିଷ୍ଟ ବ୍ୟକ୍ତିଙ୍କ ସୌଜନ୍ୟରୁ ମୂଲ୍ୟବାନ୍‌ ଦ୍ରବ୍ୟ ପାଇପାରନ୍ତି।
ଅନ୍ୟର ସହମତିପ୍ରାପ୍ତ ହୋଇ ଇଚ୍ଛିତ କାମ ସମ୍ପନ୍ନ କରିବେ। ଆର୍ଥିକ କ୍ଷେତ୍ର, ରାଜନୈତିକ ସ୍ଥିତି, ପ୍ରଶାସନିକ କ୍ଷେତ୍ରର ସମସ୍ୟା, ବ୍ୟବସାୟିକ ଅପକର୍ଷ ଦୂରେଇ ଯିବ। ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ପାରିବାରିକ ଜୀବନ ସୁଖ ସନ୍ତୋଷେ କଟିବ, କିନ୍ତୁ ପିଲାଙ୍କ ସମସ୍ୟା ନେଇ ଚିନ୍ତିତ ରହିବେ।
ଆଜି ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ପଡ଼ିପାରେ। ଅତୀତ ଘଟଣାର ସ୍ମୃତି ରୋମନ୍ଥନ କରି ରାତିରେ ଶାନ୍ତିରେ ମଧ୍ଯ ଶୋଇପାରିବେ ନାହିଁ। ପୂର୍ବ ରାଗ ଶୁଝାଇବାକୁ ଯାଇ ନିଜ ଲୋକମାନେ ବିଶ୍ବାସଘାତକତା କରିପାରନ୍ତି। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବ ଏବଂ ନୂତନ ଯୋଜନାରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ ।
ବିଶୃଙ୍ଖଳିତ ପରିସ୍ଥିତି ଆର୍ଥିକ, ପାରିବାରିକ ଓ ସାମାଜିକ କ୍ଷେତ୍ରକୁ କଳୁଷିତ କରିପାରେ । ତଥାପି ନିଜର ଦୂରଦର୍ଶିତା ହେତୁ ପୂର୍ବରୁ ନିଜକୁ ସଜାଡ଼ି ନେବାରେ ଅସୁବିଧା ହେବନାହିଁ। ପ୍ରତିବେଶୀଙ୍କ ସୌହାର୍ଦ୍ୟରୁ ବ୍ୟବସାୟ ଓ ଜମିଜମା କାରବାରରେ ଉପକୃତ ହେବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ ।
ବାହାର ଦୁନିଆରେ ବାହାବା ମିଳିବ କିନ୍ତୁ ଘରେ ଓଲଟା ଫଳ ପାଇବେ। ସମସ୍ୟା ଆସିଲେ ମଧ୍ଯ କାମଗୁଡ଼ିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ପିଲାମାନଙ୍କ ପଢ଼ାସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଆମ୍ମୀୟଙ୍କ ବ୍ୟବହାର, ଚାଲିଚଳନ ଏପରିକି ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ ।
ସମାଜର ପ୍ରତ୍ୟେକ କ୍ଷେତ୍ରରେ କଳା କୌଶଳକୁ ବାସ୍ତବତାର ରୂପ ପ୍ରଦାନ କରିବେ। ଫଳତଃ କଥାରେ ଚାତୁରି ପ୍ରକାଶ ପାଇବ ଓ ପ୍ରତିଷ୍ଠା ମଧ୍ଯ ମିଳିବ |ଅର୍ଥ ଓ ସମ୍ମାନ ପାଇବେ ଏବଂ ଅଟକି ଥିବା କାମ ମଧ୍ଯ ହୋଇଯିବ। କେବଳ ନିଜ ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ବୁଝାମଣା, ନିଜର ଏକଜିଦିଆ ମନୋବୃତ୍ତିକୁ ନିୟନ୍ତ୍ରଣ କରିବା ଜରୁରୀ ।
For daily odia rashiphala visit our website daily in the morning. This is compiled from a trusted source.

Odia Calender 2023

Comments

comments