OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 24th November 2022

Odia Rashiphala

Odia Rashiphala

ଧୈର୍ଯ୍ୟ ଓ ସାହସିକତାର ପରିଚୟ ଦେଇ ଆଶୁ ବିପଦର ସମ୍ମୁଖୀନ ହେବାକୁ ପଡେ |ଆତ୍ମଶକ୍ତିକୁ ଜାଗ୍ରତ କରି ତା’ଉପରେ ବିଶ୍ବାସ ରଖିବେ |ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ |
ସମ୍ବେଦନା ସହିତ ଯୋଡି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ |ଆଧ୍ୟାତ୍ମିକ ପଥର ପଥିକ ହୋଇପାରନ୍ତି |ଦିନ ଭିତରେ ଯାହା ଘଟଣା ଘଟିବ ,ତାହା ସୁଖବୋଧ ହେବ |ପତ୍ନୀ ପଥ ପ୍ରଦର୍ଶକ ହେବେ |
ସଶକ୍ତ ଆତ୍ମବଳର ବଳୀୟାନ୍ ହୋଇପାରନ୍ତି |ଜଣେ ବିଶ୍ବାସୀ କର୍ମଚାରୀ ଭାବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ |ଭ୍ରାତୃଭାବ ଅତୁଟ ରହିବ |ଶତ୍ରୁ ଆତ୍ମସମର୍ପଣ କରିବ |ଋଣଦାତାଙ୍କୁ ସନ୍ତୁଷ୍ଟ କରିବେ |
ଧନଲକ୍ଷ୍ମୀ ବରଦାୟିକା ଅଛନ୍ତି |ଆଶା କରୁନଥିବା ସୂତ୍ରରୁ ଧନାଗମ ହୋଇପାରେ |କନ୍ୟାରତ୍ନ ପାଇଁ ଗର୍ବିତ ହେବେ |ବାଣିଜ୍ୟ କାରବାର ସୁରୁଖୁରୁରେ ଚାଲିବ |ତେଜୀୟାନ୍ ଓ ଧର୍ମଧ୍ବଜାଧାରୀ ହେବେ |
କୃଷି ବିଶାରଦଭାବେ କୃଷକ ସମାଜକୁ ଦିଗ୍ ଦର୍ଶନ ଦେବେ |ଉଦାର ଚରିତ୍ରସମ୍ପନ୍ନ ହେବେ |ଦାନଧର୍ମକୁ ଆଦରି ନେଇପାରନ୍ତି |ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ |ସ୍ନେହଶୀଳ ହୋଇପାରନ୍ତି |
ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ |ଭାଷା ସାବଲୀଳ ବ୍ୟବହାର ପ୍ରାଣଛୁଆଁ ହୋଇପାରେ |ଅନୁଭୂତିର ଉତ୍ପନ୍ନ ବଳରେ ସର୍ବଜୟୀ ହେବେ |ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ |
ଧନର ଅନ୍ତଃପ୍ରବାହ ଅବ୍ୟାହତ ରହିବ |ସଞ୍ଚାୟାଭିମୁଖି ହୋଇପାରନ୍ତି |ଭାଗ୍ୟବଳରେ ବଳୀୟାନ୍ ହେବେ |ବାକ୍ ସଂଯମତା ଆପଣଙ୍କ ପ୍ରାଣଶକ୍ତି ଓ ସ୍ମରଣଶକ୍ତି କୁ ଉଦଜୀବିତ କରି ରଖିବ |
ବଂଶ ପରମ୍ପରାରେ ଅଜନ୍ମାଜ୍ଞାନୀ ହୋଇପାରନ୍ତି ୤ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି ଆୟବୃଦ୍ଧି କରିବାରେ ସକ୍ଷମ ହେବେ |ସ୍ବାସ୍ଥ୍ୟ ଚାହୁଁଥିଲେ ଆହାର ସୁଧାର ହେବ |ପରିଜନଙ୍କୁ ଖୁଆଇ ଆତ୍ମସନ୍ତୋଷ ଲାଭ କରିବେ |
ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି |ନିଷ୍ଠାପର ଉଦ୍ୟମ ବଳରେ କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି |ଭାଗ୍ୟବଳ ଅନୁକୂଳ ରହିଛି |ପରୋପକାର ପାଇଁ ଧନ ବ୍ୟୟ କରିବେ |
ମାଟି ମୁଠାଏ ଧରିଲେ ତାହା ସୁନା ପାଲଟିଯିବା ଭଳି ଅପୂର୍ବ ସଫଳତା ଲାଭ କରିପାରିବେ |ସରକାରଙ୍କ କୃପାପାତ୍ର ହୋଇପାରନ୍ତି |କରିତ୍ କର୍ମା ହେବେ |ଜନମନ କିଣିବାରେ ପାରଙ୍ଗମ ହୋଇପାରନ୍ତି |
ନୈତିକତାର ମହାମନ୍ତ୍ରରେ ଦୀକ୍ଷିତ ହୋଇପାରନ୍ତି |ସାରସ୍ବତ ସ୍ରଷ୍ଟାମାନଙ୍କ ମଧ୍ୟରେ ଅମଳିନ ଜ୍ୟୋତିଷ୍କା ହୋଇପାରନ୍ତି |ସ୍ବଅର୍ଜିତ ଜ୍ଞାନାଲୋକରେ କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି |
ଭାଗ୍ୟବଳରେ ବଳୀୟାନ୍ ହେବେ |ଶ୍ରଦ୍ଧା ଓ ବିଶାସ ରଜୁରେ ଅନୁବନ୍ଧିତ ହୋଇପାରନ୍ତି |ଭକ୍ତି ରୂପକ ଅମୂଲ୍ୟରତ୍ନକୁ ପାଥେୟ କରିପାରନ୍ତି |ହେମାଙ୍ଗିନୀ ପତ୍ନୀଙ୍କ ପରାମର୍ଶ ଗ୍ରହଣୀୟହେବ |
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments