OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 23th November 2023

Odia Rashiphala

Odia Rashiphala

ଆଜି ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ ସମସ୍ୟା ସମାଧାନ ହୋଇଯିବ । ରାଜନୀତି, ସଭାସମିତି ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ। କୌଣସି ଗୁରୁତ୍ବପୂର୍ଣ୍ଣ କାମ କ୍ଷେତ୍ରରେ ପୂର୍ବରୁ ଥିବା ସମସ୍ୟା ନେଇ ଚିନ୍ତା କରିପାରନ୍ତି ।
ଆଜି ସମ୍ପର୍କରେ ବୈରମନୋଭାବ, ଜମିଜମା କାରବାରରେ କଳହର ସମ୍ମୁଖୀନ ହେବେ। ବିଶେଷ ଭ୍ରମଣ ଓ ମସଲାଯୁକ୍ତ ଖାଦ୍ୟ ହୁଏତ ସ୍ବାସ୍ଥ୍ୟହାନିର କାରଣ ହେବା ସାଙ୍ଗକୁ କାର୍ଯ୍ୟ ସାଧନ ସକାଶେ ତତ୍ପରତା ବଢ଼ିପାରେ । କଚେରି ମାମଲାରେ ଆଶାଜନକ ଫଳ ପାଇବେ। ମାଦକଦ୍ରବ୍ୟ ସେବନ, ନୀଚସଙ୍ଗରୁ ଅସୁବିଧାର ସମ୍ମୁଖୀନ ହେବେ |
କର୍ମକ୍ଷେତ୍ରରେ କୌଣସି କାମ ଅଟକିବ ନାହିଁ ଏବଂ ଆଶା କରୁଥିବା ଦିଗରୁ ଅର୍ଥଲାଭ ହେବ। ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ କିନ୍ତୁ ଲକ୍ଷ୍ୟ ଅବଶ୍ୟ ପୂରଣ ହେବ। ରାଜନୀତି, କଳା ସାହିତ୍ୟ, ଆନୁଷ୍ଠାନିକ କାମ ତଥା ସାଂଗଠନିକ କ୍ଷେତ୍ରରେ ଆଗେଇଯିବେ। ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ ଓ ପ୍ରଶଂସିତ ମଧ୍ଯ ହେବେ।
ଆଜି କୌଣସି ଶୁଭ ଖବର ପାଇ ମନ ସକାଳୁ ସକାଳୁ ଖୁସି ହୋଇଯିବ। ଭୋଗବିଳାସ, କଳା ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ ମଉଜ ମଜଲିସ୍‌ ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ଆଲୋଚନା ଦ୍ବାରା ସମସ୍ୟାର ସରଳା ସମାଧାନ ହୋଇଯିବ। ମିଥ୍ୟା ଅଭିଯୋଗ ଲାଗି ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ନୂତନ ଦାୟିତ୍ବ ହାତକୁ ନେଇପାରନ୍ତି। କୌଣସି ନୂତନ କାର୍ଯ୍ୟାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଅଫିସ୍‌ରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ବିବାଦୀୟ ଘଟଣାରେ ବିଜୟଲାଭ ଅବଶ୍ୟମ୍ଭାବୀ ।
ପରିବାରରେ ଭୁଲ୍‌ ନିଷ୍ପତ୍ତି ନେଇ ପରେ ଅନୁତାପ କରିବାକୁ ପଡ଼ିପାରେ । ଖଳ ଲୋକମାନଙ୍କ ମିଥ୍ୟା ଗୁଜବରେ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ । ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବାରେ ହେଳା କରିବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିବାଦର ସମାଧାନ ହୋଇଯିବ ।
କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ସହ ସମ୍ପର୍କ ବୃଦ୍ଧି ଦେଖି ବିଭିନ୍ନ ପ୍ରକାର କଥା ଶୁଣିବାକୁ ପଡ଼ିପାରେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହଯୋଗରୁ ଉପକୃତ ହେବେ। କଠିନ ଶ୍ରମଜନିତ ସ୍ଵାସ୍ଥ୍ୟହାନି କାରଣରୁ କାମ ପାଇଁ ନିରୁତ୍ସାହତା ଦେଖାଦେବ। ମିଠାକଥା କହି ବନ୍ଧୁଙ୍କ ମନରେ ବିଶ୍ବାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହୋଇପାରନ୍ତି।
ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପଛରୁ ଗୋଡ଼ ଟାଣିପାରନ୍ତି। ପରିବାରରେ ବିରୋଧାଭାସ କାରଣରୁ ଯୋଜନାଗୁଡ଼ିକ ସମ୍ପୂର୍ଣ୍ଣ ହେବନାହିଁ। ବିଭିନ୍ନ ସମସ୍ୟା ଥିଲେ ମଧ୍ଯ ନିର୍ମାଣ, ପରିବହନ, ମରାମତି, ଜମିଜମା କାମରେ ସାହାଯ୍ୟ ଅବଶ୍ୟ ପାଇବେ। ଅଧ୍ଵକାଂଶ ସମୟ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ କଟାଇବେ।
ଆଜି ଆଶା କରୁଥିବା ଦିଗରୁ ଅର୍ଥ ଓ ଆବଶ୍ୟକ‌ ସହଯୋଗ ଆଶା ଭଣ୍ଡୁର ହୋଇଯାଇପାରେ । କର୍ମକ୍ଷେତ୍ର, ପ୍ରତିଦ୍ଧଦ୍ଦିତାରେ ମନର ବଳ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିପାରନ୍ତି। କେତେକ ବ୍ୟକ୍ତିଗତ କାରଣରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି ମାଲିମକଦ୍ଦମାରେ ଖର୍ଚ୍ଚାନ୍ତ ସାଙ୍ଗକୁ ମନସ୍ତାପ କରିବାକୁ ପଡ଼ିବ।
ଆଜିର ପ୍ରତ୍ୟୁଷା ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଆଗାମୀ ଆନୁଷ୍ଠାନିକ କାମ ସକାଶେ ପ୍ରସ୍ତୁତିରୁ ଖୁସି ରହିବେ। କେତେକ ମନଗଢ଼ା କଥା କହି ବନ୍ଧୁଙ୍କ ମନରେ ବିଶ୍ବାସ ହେଲାଭଳି କାମ କରିବେ। ବିବାଦୀୟ କଥା ଚିନ୍ତାକରି ମନକୁ ଭାରାକ୍ରାନ୍ତ କରିପାରନ୍ତି।
ଆଜି ଆପଣ ପ୍ରତ୍ୟେକ ଦିଗରୁ ଅସୁବିଧା ଭିତର ଏ ଦେଇ କାମ ହାସଲ କରିବେ। ଏପରିକି ଅତି ଭଲ ସମ୍ପର୍କ ନ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ବୃଥା ଚିନ୍ତାକରି ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ। ତଥାପି ଶିଳ୍ପ, ବାଣିଜ୍ୟ ପ୍ରତିଦ୍ବନ୍ଦିତା କ୍ଷେତ୍ରରେ ସଫଳତା ହାସଲ କରିବେ।
ଆଜି ଅଧିକାଂଶ ସମୟ ବନ୍ଧୁମେଳରେ କଟାଇବାର ସୌଭାଗ୍ୟ ଲାଭ କରିବେ, ଯଦ୍ବାରା କି ମନରେ ସରସତା ଭରିଯିବ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବନାହିଁ। ଆକସ୍ମିକ ଭାବେ ଦୂରଯାତ୍ରାଜନିତ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ସାଂଗଠନିକ କ୍ଷେତ୍ରରେ ଭାବୁଥିବା କାମଟିକୁ ଶେଷ କରିପାରିବେନି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments