OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 23th Jun 2022

Odia Rashiphala

Odia Rashiphala

କର୍ମଚଞ୍ଚଳ ରହିବେ। ଧନଶାଳୀ ହୋଇପାରନ୍ତି। ଲୋଭାସକ୍ତ ହେବେ। ପରସେବକ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ଲୋକପୂଜ୍ୟ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।
ଦେବ କାର୍ଯ୍ୟ ସମ୍ପାଦନ କରିବେ। ପତ୍ନୀଙ୍କୁ ବିଚିତ୍ର ବସନଯୁକ୍ତା କରାଇ ପାରନ୍ତି। ଧାତୁ ବାଦରେ ଧନ ବ୍ୟୟ କରିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜିପାରେ। ମିଷ୍ଟଭାଷୀ ହୋଇପାରନ୍ତି।
ବ୍ୟବସାୟ ଲାଭଦାୟକ ହେବ। ପତିପତ୍ନୀଙ୍କ ପ୍ରୀତି ଉନ୍ନତମାନର ହେବ। ନବବସ୍ତ୍ର ସହିତ ପଷ୍ପାଭରଣ ହେବେ। ଧନପ୍ରାପ୍ତିର ସୂଚନା ମିଳୁଛି। ସଷୁମ ଖାଦ୍ୟ ସହ କାର୍ଯ୍ୟରେ ପ୍ରସିଦ୍ଧିଲାଭ ହେବ।
ଦିନଟି ଆରାମଦାୟକ। ଚାରାରୋପଣରେ ବ୍ରତୀ ହେବେ। ରାସ୍ତାଘାଟ ନିର୍ମାଣ ଓ କୂପ ଖନନାଦି କାର୍ଯ୍ୟରେ ଧନ ଉପାର୍ଜନ କରିବେ। କର୍ମଚଞ୍ଚଳ ରହିବେ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ।
ଧର୍ମାନ୍ତରୀକରଣ ପ୍ରତି ଆଗ୍ରହୀ ହେବେ। ସ୍ୱଧର୍ମ କ୍ରିୟାରତ ହୋଇପାରନ୍ତି। ତି ତୀର୍ଥ ସେବାଗ୍ରାହୀ ହେବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଉଦ୍ୟୋଗୀ ହେବେ।
ପତ୍ନୀ ହେତୁକ କାର୍ଯ୍ୟ ସିଦ୍ଧିହେବ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି। ଉତ୍ତମ ମନ୍ତ୍ରଣାଦାତା ହେବେ। କାବ୍ୟ ରଚନାରେ ସିଦ୍ଧହସ୍ତ ହେବେ। ଅସୁସ୍ଥତା ଅନୁଭବ କରିପାରନ୍ତି।
ପତ୍ନୀ ଗୁଣବତୀ ହୋଇପାରନ୍ତି। ପଦାର୍ଥ ପ୍ରିୟା ହେବେ। ଧର୍ମଯୁକ୍ତା ହୋଇପାରନ୍ତି। ବିନୀତ ସ୍ୱଭାବଯୁକ୍ତା ହେବେ। ପୁତ୍ର ସନ୍ତାନ ପ୍ରାପ୍ତି ସୂଚନା ମିଳୁଛି। ସେବା ପରାୟଣ ହେବେ। ଦିନଟି ସୁଖବୋଧ ହେବ।
ଶତ୍ରୁଦମନ କରି ମାନସିକ ଶାନ୍ତିଫେରିପାଇବେ। ଯେ କୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ବିନା ବାଧା, ବିଘ୍ନରେ ସଫଳତା ହାସଲ କରିବେ। ଭାଷା ଓ ବ୍ୟବହାର ଭଦ୍ରୋଚିତ ହେବ।
ପୁତ୍ର ଅପାର ଗୁଣର ଅଧିକାରୀ ହେବ। ଚରିତ୍ରବାନ୍ ଓ ଶାରୀରିକ ଶକ୍ତି ସମ୍ପନ୍ନ ହେବ। ଶତ୍ରୁଦମନକାରୀ ହୋଇପାରନ୍ତି। ସେବା କ୍ଷେତ୍ରରେ ସ୍ୱନାମଧନ୍ୟ ହେବେ। ମାନସମ୍ମାନ ଯୁକ୍ତ ଓ ସୁଖୀ ହେବେ।
ଜଳାଶୟାଦି କାର୍ଯ୍ୟ କରି ସୁଖ ଭୋଗ କରିପାରନ୍ତି। ପିତା ମାତାଙ୍କ ସେବା କରି ଆଶୀର୍ବାଦଯୁକ୍ତ ହେବେ। କୃଷି ଲାଭଦାୟକ ହେବ। ଭ୍ରାତାମାନଙ୍କ ମଧ୍ୟରେ ଶ୍ରେଷ୍ଠାସନ ଲାଭ କରିପାରନ୍ତି।
କ୍ଷମତାଶୀଳ ହେବେ। ଉପକାରୀଙ୍କ ନିକଟରେ କୃତଜ୍ଞ ହୋଇପାରନ୍ତି। ସଦା-ସର୍ବଦା ସତ୍ୟରତ ହେବେ।ସୁଶୀଳ ହୋଇପାରନ୍ତି। ଜ୍ଞାନୀ-ବିଜ୍ଞାନୀଙ୍କ ସହିତ ଆତ୍ମୀୟତା ସ୍ଥାପନ କରିବେ।
ବହୁ ଉପାୟରେ ଧନ ଅର୍ଜନ କରିବେ। ଉପବାସାଦିରୁ ଧନ ସଞ୍ଚୟ କରିପାରନ୍ତି। ଧର୍ମକ୍ରିୟାରତ ହେବେ। ବିଦ୍ୟାକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି। ବ୍ୟବସାୟ ଓ ମାତାପିତାଙ୍କ କଲ୍ୟାଣରୁ ଧନ ଲାଭ ହେବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments