OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 15th December 2022

Odia Rashiphala

Odia Rashiphala

ଅଧ୍ୟାପନା ପୂର୍ବ ପ୍ରସ୍ତୁତି ପାଇଁ ଅଧ୍ୟୟନରତ ହୋଇପରନ୍ତି ।ନିଷ୍ଠା ଓ ଅଧ୍ୟବସାୟ ବଳରେ ଶୀର୍ଷାସନ ଲାଭ କରିବେ |ପତିବ୍ରତାଙ୍କ ବ୍ରତ ପୂରଣ କରିପାରନ୍ତି । ଆକସ୍ମିକ ଅର୍ଥ ଲାଭ ହେବ ।
ଜଣେ କୃଷି ବିଶାରଦ ଭାବେ ନିର୍ଭରଶୀଳ କୃଷକମାନଙ୍କ ପରାମର୍ଶଦାତା ହେବେ । ଗୃହସ ପରିବେଶ ପ୍ରଦୂଷଣମୁକ୍ତ ରହିବ। ଶ୍ରମ ସାର୍ଥକ ହେବ । ଭୁଲ୍‌ ବୁଝାମଣାର ସୁଧାରଆସିବ ।
ପରର ଶୁଭ କାମନା ଆପଣଙ୍କ ପକ୍ଷେ ଏକ ମାନବୋଚିତା କାର୍ଯ୍ୟ ହେବ । ଭାଷା ଅମୃତ ଆସ୍ଵାଦନ ତୁଲ୍ୟ ହୋଇପାରେ |ଆର୍ଥିକ ଅନ୍ତଃସ୍ରୋତରେ ଭଣ୍ଡାର ପରିପୂର୍ଣ୍ଵ ହୋଇପାରେ ।ସରକାରରୁ ଲାଭ ମିଳିବ |
ଦୈବୀ ବଳରେ ମହାଶକ୍ତି ମହାଦ୍ୟୁତି ସମ୍ପନ୍ନ ହୋଇପାରନ୍ତି ।ବାଣିଜ୍ୟ କାରବାର ଅତ୍ଯନ୍ତ ଲାଭଦାୟକ ହେବ ।ପରୋପକାରୀ ଭାବେ ପୁଣ୍ୟାର୍ଜନ କରିପାରନ୍ତି । ସପତ୍ନୀକ ଭ୍ରମଣପ୍ରିୟ ହେବେ |
ଭଲ ଆୟ ହେବ । ସରକାରଙ୍କ କୃପା ଦୃଷ୍ଟି ଓ ବନ୍ଧୁଙ୍କ ସହାୟତାରେ ଧନ ଅର୍ଜନ କରିପାରନ୍ତି । ସ୍ଵାସ୍ଥ୍ୟ ଚାହୁଁଥିଲେ ଆଧାର ସୁଧାର ହେବ । ଚିନ୍ତାଧାରା ସୁଦୂରପ୍ରସାରୀ ହେବ ।ବନ୍ଧୁତ୍ଵ ଅର୍ଜନ କରିବେ ।
ଏକାନ୍ତରେ ଶୂନ୍ୟ ପୁରୁଷ ଉପାସନାରେ ବ୍ରତୀ ହୋଇ ଦିବ୍ୟଜ୍ଞାନ ପ୍ରାପ୍ତ ହେବେ । କର୍ମଚଞ୍ଚଳ ରହିବେ । ସ୍ଵଳ୍ପଭାଷୀ ହୋଇପାରନ୍ତି । ମହନୀୟ କର୍ମସମୂହ ଆପଣଙ୍କୁ ଶୀର୍ଷାସନ ଦେଇପାରେ । ଖର୍ଚ୍ଚ ସୀମତୀତ ହେବ ।
ଜ୍ଞାନ ପିପାସାକୁ ନିର୍ବାପିତ କରିବା ପାଇଁ ବହୁ ଗୁରୁଙ୍କ ପଦାଶ୍ରିତ ହୋଇପାରନ୍ତି । ସରକାରୀ କୃପାରୁ ଆର୍ଥିକ ସ୍ଥିତିରେ ସ୍ଵଚ୍ଛଳତା ଦେଖାଦେବ । କାର୍ଯ୍ୟ ଶୈଳୀ ଆଦର୍ଶବାଦୀ ହୋଇପାରେ ।
ଜ୍ଞାନର ପ୍ରଦୀପ ଜଳାଇ ଉନ୍ନୟନ ମାର୍ଗକୁ ଆଲୋକିତ କରିପାରନ୍ତି ଦୟାର୍ଦ୍ର ପ୍ରକୃତି ଯୋଗୁ ଈଶ୍ଵରଙ୍କ ପ୍ରଦତ୍ତ ଶକ୍ତିସମ୍ପନ୍ନ ହେବେ । ପରିଚାଳନା ଦକ୍ଷତା ଆପଣଙ୍କୁ ସମ୍ମାନସ୍ପଦ କରିପାରେ । ପାରିବାରିକ ସ୍ନେହ ମିଳିବ ।
ଧନ ବଳରେ ନୁହେଁ ; କେବଳ ସେବା ବଳରେ ଲୋକେ ଆପଣଙ୍କୁ କ୍ଷମତାଶୀଳ କରିପାରନ୍ତି । କ୍ଷମତା ବିକେନ୍ଦ୍ରୀକରଣ ଦ୍ଵାରା ଜନମନସର ଆସ୍ଥାଭାଜନ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ଅସୁସ୍ଥ ଥାଇ ବି ଚଞ୍ଚଳ ଚେଷ୍ଟିତ ହେବେ । ଧୈର୍ଯ୍ୟକୁ ପାଥେୟ କରି ସମସ୍ତ ବିପଦର ଲହ଼ଡ଼ିକୁ ମୂଣ୍ଡ ପାତି ସହ୍ୟ କରିଯିବେ | ଦିନଟିକୁ ଶିବମୟ କରିବା ପାଇଁ ଉଦ୍ୟମ ଜାରି ରଖିବେ |
ସର୍ବଦର୍ଶୀ ହୋଇପାରନ୍ତି । ଓଁ ଉଚ୍ଚାରଣରେ ପରମାତ୍ମାଙ୍କୁ ସନ୍ତୁଷ୍ଟ କରାଇପାରନ୍ତି । ଆପଣଙ୍କ ଲେଖନୀମୁନ ହେତୁବାଦୀମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବ । ସେବାରେ ନିୟୋଜିତ ହେବେ |
ଅଜାତଶତ୍ରୁ ହୋଇପାରନ୍ତି । ଅଯଥା ଖର୍ଚ୍ଚକୁ ସୀମିତ କରିବାକୁ ଉଦ୍ୟମ ଜାରି ରଖୁବେ | ଶତୁକୁ ପରାହତ କରି ମାନସିକ ଶାନ୍ତି ପାଇବେ । ରଣ ପରିଶୋଧ କରି ଆଶ୍ଵସ୍ତ ହେବେ କର୍ମକୁଶଳୀ ହେବେ ଓ ଚତୁର ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments