OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 11th May 2023

Odia Rashiphala

Odia Rashiphala

ଆଜି ପ୍ରତ୍ୟେକ କେନ୍ଦ୍ରରେ ଗ୍ରହଙ୍କ ଅବସ୍ଥିତି, କାରଣରୁ ଏକ ଅପୂର୍ବ ସୁଯୋଗର ସ୍ମରଣୀୟ ମୁହୂର୍ତ୍ତ ଅଭୁଲା ରହିବ। ପାରିବାରିକ ଓ କର୍ମକ୍ଷେତ୍ରର ପରିସ୍ଥିତି ଭଲ ରହିବ। ଅର୍ଥ ଲାଭ ସାଙ୍ଗକୁ ଯାତ୍ରା, ବ୍ୟବସାୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସୁଫଳ ପାଇବେ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ଶୁକ୍ର ଗଳା ସ୍ଥାନ ତୃତୀୟରେ ଥିବାରୁ କଳା, ସାହିତ୍ଯ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ନୀଚ୍ଚସ୍ଥ ମଙ୍ଗଳ ଦୃଷ୍ଟିରେ ଚନ୍ଦ୍ର ସ୍ମୃତି ବିଭ୍ରମ ଏବଂ ସନ୍ତାନ ହେତୁକ ଅଶାନ୍ତି ସୃଷ୍ଟି କରିପାରନ୍ତି। ବନ୍ଧୁଙ୍କଠାରୁ ଉତ୍ସାହ ଓପ୍ରେରଣା ପାଇ ଦୁଃସାଧ୍ଯ କାର୍ଯ୍ୟ ସାଧନ କରିପାରନ୍ତି ।ଆଲୋଚନା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ଣତ୍ତି ନେବାକୁ ପଡ଼ିପାରେ ।
ଚିନ୍ତାଧାରା ଉନ୍ନତ ଥିଲେ ମଧ ଦ୍ବିତୀୟସ୍ଥ ମଙ୍ଗଳ ପ୍ରଭାବରେ ବ୍ୟବହାରରେ ବ୍ୟତିକ୍ରମଜନିତ କଳହର ସମ୍ମୁଖୀନ ହେବେ। ଭାବୁଥିବେ ଗୋଟିଏ, ଆଉ ଗୋଟିଏ କାମ କରିବାକୁ ବାଧ୍ଯ ହେବେ। ନିଜ ଲୋକଙ୍କ ଦ୍ବାରା ସମାଲୋଚିତ ହେବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦୁତ ହେବ ଓ ଆର୍ଥିକ ସ୍ଥିତି ପୂର୍ବପରି ରହିବ।
ଗ୍ରହସ୍ଥିତିର ସାମ୍ୟତା ଦୈହିକ ଓ ମାନସିକ ସୁସ୍ଥତା ପ୍ରଦାନ ସାଙ୍ଗକୁ କର୍ମକ୍ଷେତ୍ରକୁ ରଦ୍ଦିମନ୍ତ କରିବ। ବିଭିନ୍ନ ଯୋଜନା କରିବା ସହ ଗୃହ କିମ୍ବା ଯାନବାହନ ପ୍ରାପ୍ତ ହୋଇପାରେ। ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ, ଯଦ୍ଵାରା ଦ୍ବନ୍ଦ୍ବରେ ପଡି ଠିକ୍‌ ନିଷ୍ପତ୍ତି ନେଇପାରିବେନି। ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ।
ଆଜି ଭାଗ୍ୟଭାବରେ ରାଶ୍ୟଧିପତି ଅନ୍ୟଗ୍ରହଙ୍କ ସାନିଧ୍ଯରେ ରାଜଯୋଗ ସୃଷ୍ଟି କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ । ସାମାଜିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ସାହାଯ୍ୟ କରିବେ । ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ। ବ୍ୟବସାୟରେ ବିବାଦ ସୃଷ୍ଟି ହୋଇପାରେ ।
ଅଷ୍ଟମସ୍ଥ ଏକାଧିକଗ୍ରହ ଆପଣଙ୍କୁ ବିଭିନ୍ନ ଦିଗରୁ ଅର୍ଥଲାଭ କରାଇଲେ ମଧ୍ଯ ସମସ୍ୟା ପିଛା ଛାଡ଼ିବ ନାହିଁ। ଦୂରଭ୍ରମଣର ସୁଯୋଗ ଆପଣାଛାଏ ଜୁଟିଯିବାର ସମ୍ଭାବନା ରହିଛି। ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ସଦ୍‌ଭାବ ଅନୁଭବ କରିପାରନ୍ତି କିନ୍ତୁ ଏହାସାଙ୍ଗୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି।
ଶାରୀରିକ ଅସୁସ୍ଥତା ସାଙ୍ଗକୁ ନିଅଣ୍ଟିଆ ଆର୍ଥିକ ପରିସ୍ଥିତି ମାନସିକମ୍ପତିକୁ ଦୁର୍ବିଷହ କରିପାରେ । ବହୁତ ଦିନରୁ ପାଇବାକୁ ଆଶା ରଖିଥିବା ପ୍ରାପ୍ୟ ନ ପାଇ ନିରାଶ ହୋଇପାରନ୍ତି। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ବାରା ସମସ୍ୟାର ସମାଧାନ ହୋଇଯିବ।ନିର୍ମାଣ ଶିଳ୍ପ ବ୍ୟବସାୟ ଓ ପରିବହନରେ ସୁଫଳ ମିଳିବ ।
ଭାଗ୍ୟସ୍ଥ ରାଶ୍ୟାଧିପତି ଚନ୍ଦ୍ରଙ୍କ ଦୃଷ୍ଟିରେ ରହିଥିବାରୁ ଚେଷ୍ଟା ନିଷ୍ପଳ ହେବନାହିଁ। ସାମୟିକଭାବରେ ଅତୀତ ଘଟଣା କିମ୍ବା ବିଭିନ୍ନ ସମସ୍ୟା ସକାଶେ ମନ ଭାରାକାନ୍ତ ରହିବ। ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହ ସମ୍ଭାବନା ରହିଁଛି। କଳା, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା ଓ ସାମ୍ବାଦିକତାରେ ଉନ୍ନତି କରିବେ ।
ଗ୍ରହମାନଙ୍କ ଅନୁକୂଳତା ହେତୁ କାର୍ଯ୍ୟକଳାପରେ ଶୃଙ୍ଖଳା ସାଙ୍ଗକୁ ଉତ୍ତମ ଚିନ୍ତାଧାରା ସୃଷ୍ଟି ହେବ। ପାରିବାରିକ କ୍ଷେତ୍ର, ପ୍ରକାଶନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ସାଙ୍ଗକୁ ରାଜନୀତିରେ ନେତୃତ୍ବ ନେଇ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବାର ଆଶା ରହିଛି।
ବିବାଦୀୟ ପରିମ୍ଥିତି ଦୂରେଇଯିବାର ଅନୁଭବ କରିବେ। ବିଶୃଙ୍ଖଳିତ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ରରେ ସ୍ଥିରତା ଆସିବା ଅନୁମେୟ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ଦୂରଯାତ୍ରାର ସୁଯୋଗ ପାଇବେ। ଧନିଷ୍ଵା ନକ୍ଷତ୍ର କାରଣ ନ ଥାଇ ମଧ୍ଯ ଦୋଷୀ ସାବସ୍ଥ୍ୟ ହେବେ। ସ୍ବାସ୍ଥ୍ୟପ୍ରତି ଅବହେଳା କରି ଅନୁତାପ କରିପାରନ୍ତି।
ଉତ୍ତମ ଗ୍ରହାବସ୍ଥାନର ସୁଫଳ ସ୍ବରୂପ ଆଜିର ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ବନ୍ଧୁମାନଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ କିଛି ଅସୁବିଧା ହେବ ନାହିଁ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି।
ବିଭିନ୍ନ ସମସ୍ୟା ରହିଥିଲେ ମଧ୍ଯ ଦକ୍ଷତାବଳରେ ପ୍ରତ୍ୟେକ ପରିସ୍ଥିତିକୁ ସାମନା କରିପାରିବେ। କିନ୍ତୁ ଉତ୍ତରଭାଦ୍ରପଦ ନକ୍ଷତ୍ର ନିଜ ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି ଶିଳ୍ପ, ବ୍ୟବସାୟ ଏବଂ ଜମିଜମା କାରବାରରେ ସଫଳତା ହାସଲ କରିବେ। ଆଜିର ଆଲୋଚନା କାଳରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments