![]() | ଆଜି ଇଚ୍ଛା ନ ଥିଲେ ମଧ୍ଯ କର୍ମକ୍ଷେତ୍ରର ବାଧ୍ୟବାଧକତାରେ କାମ କରିବେ। ସହାନୁଭଭୁତିମୂଳକ ଆଲୋଚନା ଓ ସମାଲୋଚନା ଭିତରେ ପରିବାରରେ ଶାନ୍ତି ଫେରିଆସିବ। କୃତ୍ତିକା ନକ୍ଷତ୍ର ଯୋଗୁ ନିଜ ଲୋକେ ଅସୁବିଧାରେ ପକାଇ ପାରନ୍ତି, ଏଣୁ ସତର୍କ ରୁହନ୍ତୁ ବନ୍ଧୁଙ୍କ ପରାମର୍ଶରେ ଧାର୍ମିକ ମନୋବୃତ୍ତିରୁ ଶାନ୍ତି ଲାଭ କରିବେ। |
କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ କିନ୍ତୁ ପୂର୍ଣ୍ଣତଃ ସନ୍ତୋଷଜନକ ହେବନାହିଁ । ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ସମସ୍ୟା ଦୂରୀକରଣ ପ୍ରଯତ୍ନ କରିପାରନ୍ତି |ଶିଳ୍ପ ପରିବହନ, ପ୍ରକାଶନ ପ୍ରଭୁତି ଦିଗ ଅନୁକୂଳ ରହିବ। ମୃଗଶିରା ନକ୍ଷତ୍ର ମାନସିକ ସ୍ତରରେ କିଛିଟା ବ୍ୟତିକ୍ରମ ଅନୁଭବ କରିବେ।। | |
ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ଆରଦ୍ରା ନକ୍ଷତ୍ର ପରିବାରରେ ସନ୍ତାନ ହେତୂକ ମାନସିକ ଆଘାତ ପାଇ ପାରନ୍ତି। ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା କିଣାବିକା ବିଷୟରେ ସନ୍ତୋଷ ଲାଭ କରିପାରନ୍ତି | |
ନିଜର ମତ ବଦଳାଇ ପରିବାର ସଦସ୍ୟଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ବାଧ୍ୟ ହେବେ |କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମକୁ କେନ୍ଦ୍ରକରି ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ |ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ ଆହୁରି ବହୁତ ସମୟ ଲାଗିପାରେ | କିନ୍ତୁ ପୁନର୍ବସୁ ନକ୍ଷତ୍ର କଅଁଳିଆ କଥା କହି କାମ ହାସଲ କରିପାରିବେ । | |
ସମସ୍ୟାଠାରୁ ଯେତେ ଦୂରରେ ରହିବାକୁ ଚାହିଁଲେ ମଧ୍ଯ ରହିପାରିବେ ନାହିଁ। ଗତକାଲି ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇଯିବେ। ଉତ୍ତରାଫାଲ୍ଗୁନୀର ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିନପାରେ। ଗଠନମୂଳକ କାଯ୍ୟରେ ନେତୃତ୍ବ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। | |
ସାମାଜିକ ସ୍ତରରେ ଉନ୍ନତ ଚିନ୍ତା ଓ ପରୋପକାର ମନୋଭାବରୁ ପ୍ରଶଂସିତ ହେବେ। ଚିତ୍ରା ନକ୍ଷତ୍ର ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି ଉଚ୍ଚ କର୍ତୃପକ୍ଷଙ୍କ ନିର୍ଭର ପ୍ରତିଶ୍ରୁତି ଲାଭ କରିବା ପରେ ମାନସିକ ଦ୍ବଦ୍ବର ଅବସାନ ଘଟିବ। ଭ୍ରାତୃ ବିବାଦର ପରିସମାପ୍ତି ଘଟିବାରେ ପଡ଼ୋଶୀଙ୍କ ମୁଖ୍ୟ ଭୂମିକା ରହିପାରେ। | |
ଆଳସ୍ୟ ଓ ଅବହେଳା ସାଙ୍ଗକୁ କାଳକ୍ଷେପଣ ନୀତି ହେତୁ ମନରେ ସରସତା ରହିବ ନାହିଁ। କିନ୍ତୁ ନିଜ କାମରେ ମନଦେଇ କାମଟିକୁ ପୂରା ନ କରିବା ଯାଏଁ ଛାଡ଼ିବେ ନାହିଁ। ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି ବିଶାଖା ନକ୍ଷତ୍ର ଛୋଟ ଛୋଟ କାମ ହାତକୁ ନେଲେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। | |
ସମୟର ଅନୁକୂଳତା ନ ଥିଲେ ମଧ୍ଯ ବିବାଦୀୟ ପରିସ୍ଥିତିର ଦୃଢ ମୁକାବଲା କରି ଆପଣ ବିଜୟୀ ହେବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। କଳା ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥବା ସମସ୍ୟା ସମାଧାନ ହୋଇଯିବ। ଜ୍ୟୋଷ୍ଠା ନକ୍ଷତ୍ର ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି କରିବେ। | |
ପ୍ରତ୍ୟେକ କ୍ଷେତ୍ରରେ ସରଳତାକୁ ପ୍ରାଧାନ୍ୟ ଦେଇ ଠକାମିର ଶିକାର ହୋଇପାରନ୍ତି। ପିଲାମାନଙ୍କ ବିବାହ ସମ୍ପର୍କୀୟ ନୂତନ ବନ୍ଧୁ ପ୍ରସ୍ତାବ ପାଇଁ ଯୋଗାଯୋଗ କରି କୃତକାର୍ଯ୍ୟ ହେବେ। କେତେକ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ପୂର୍ବାଷାଢ଼ା ନକ୍ଷତ୍ର ଶାରୀରିକ ସୁସ୍ଥତା ଫେରିପାଇବା କାରଣରୁ ଏକ ପ୍ରକାର ମାନସିକ ଶାନ୍ତି ମିଳିବ। | |
ଧନିଷ୍ଠା ନକ୍ଷତ୍ରର ଭୁଲ ବୁଝମଣା ଯୋଗୁ ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ। ଶିଳ୍ପ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ଯ କୌଣସି ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗି ରହିବାର ସୂଚନା ରହିଛି | | |
ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ପରିସ୍ଥିତିର ତାଡ଼ନାରେ ଭାଇଙ୍କ ସ୍ଵାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ।ପୂର୍ବଭାଦ୍ରବ ନକ୍ଷତ୍ର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତପ୍ତରତା ବଢ଼ିପାରେ । | |
ଚେଷ୍ଟା କରୁଥିବା କାମଗୁଡ଼ିକ ଠିକ୍ ଭାବରେ ସମ୍ପନ୍ନ ହେବାରୁ ମନ ଖୁସି ହୋଇଯିବ | ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମନାନ୍ତର ସୃଷ୍ଟି ହୋଇପାରେ। ସାମାଜିକ ସ୍ତରରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ। ଉତ୍ତରଭାଦ୍ରବ ନକ୍ଷତ୍ର ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। |
Odia Calender 2023
Comments
comments