![]() | ଆଜିର ଦଶମସ୍ଥ ଚନ୍ଦ୍ର ଉଚ୍ଚତର ଶିକ୍ଷା, ସନ୍ତାନଙ୍କ ସ୍ବାସ୍ଥ୍ୟ, ଗୁରୁତ୍ଵପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ସୁଫଳ ପ୍ରଦାନ କରିବ। ପାରିବାରିକ କ୍ଷେତ୍ରରେ ସନ୍ଦେହଜନିତ ଅଶାନ୍ତି ସୃଷ୍ଟି ଆଶଙ୍କାକୁ ଏଡ଼ି ହେବନାହିଁ। କାମଗୁଡ଼ିକା ଯଥା ସମୟରେ ହେଉ ନ ଥୁବାରୁ ମନ ବିରକ୍ତ ରହିବ। ବହୁ କଷ୍ଟରେ ଆବଶ୍ୟକ ଟଙ୍କା ଯୋଗାଡ଼ କରିବାରେ ସକ୍ଷମ ହେବେ। |
ଆଜି ବୁଧାଦିତ୍ୟ ଯୋଗ ପ୍ରଭାବରୁ ଅପ୍ରିୟ ସତ୍ୟ କହି କଳହକୁ ନିମନ୍ତ୍ରଣ କରିପାରନ୍ତି। ସଙ୍ଗଠନ, ରାଜନୀତି, ପ୍ରଶାସନ କ୍ଷେତ୍ରରେ ଟେନ୍ସନ ଲାଗି ରହିବ। ବନ୍ଧୁ ମିଳନ ଓ ଆମୋଦ ପ୍ରମୋଦର ସୁଅ ଛୁଟିଲେ ସୁଦ୍ଧା ସେଥିରେ ଭାଗ ନେଇପାରିବେ ନାହିଁ! ଆର୍ଥିକସମସ୍ୟାରେ ଚିନ୍ତିତ ରହିବା ସୂଚନା ଥିଲେ ମଧ୍ଯ କିଛି କରିପାରିବେ ନାହିଁ। | |
ନବମସ୍ଥ ଶନି ହେତୁ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ପରିବାରର ଖର୍ଚ୍ଚ କମାଇବା ପାଇଁ ଚେଷ୍ଟାକରି ଅସଫଳ ହେବେ। ଆଦୌ ପଡୁ ନ ଥିବା ବ୍ୟକ୍ତି ମାନଙ୍କ ଦ୍ବାରା ସମସ୍ୟା ସୃଷ୍ଟି ହୋଇପାରେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ପରପାଖରେ ନେହୁରା ହେବାକୁ ପଡ଼ିବ । | |
ରବି ଏକାଦଶରେ ଥିବାରୁ ଆର୍ଥିକ ଦିଗରୁ ଉପକୃତ ହେବେ। କର୍ମକ୍ଷେତ୍ରରେ ଖଳଲୋକମାନେ ଅପପ୍ରଚାର କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଖୋଜୁଥିବା ଜିନିଷଟିର ସନ୍ଧାନ ଆଜି ସନ୍ଧ୍ୟା ସମୟରେ ପାଇବେ । | |
ଭୁଲ୍ ବୁଝାମଣା ହେତୁ ନିଜର କୌଣସି ବ୍ୟକ୍ତିଙ୍କ ସହ ଆକସ୍ମିକ କଳହ ମଧ୍ଯ ଲାଗିପାରେ । ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ବ ଗ୍ରହଣକରି ଉଚ୍ଚ ପ୍ରଶଂସିତ ହେବେ। ବ୍ୟବସାୟ ଓ ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ। ଦେହ ଭଲ ରହିବ, ମାତ୍ର ଶ୍ରମଜନିତ ଦୁର୍ବଳତା ଅନୁଭବ କରିବେ। | |
ପରିବାରରେ ପାତରଅନ୍ତର ନୀତିକୁ କେନ୍ଦ୍ରକରି ଅଶାନ୍ତି ସୃଷ୍ଟି ହେବ। କୌଣସି ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ପଡ଼ି ବ୍ୟୟ ଅଧିକ କରିବାକୁ ବାଧ୍ଯ ହେବେ। କର୍ମକ୍ଷେତ୍ରରେ ଟେନ୍ସନ ବିଛି ମାତ୍ରାରେ ଲାଗିରହିବ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ମାଲି ମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ। ମହିଳାମାନେ ଅସନ୍ତୁଷ୍ଟ ରହିବେ। | |
ଗୁରୁଚଣ୍ଡାଳ ଯୋଗଜନିତ ସମସ୍ୟା ଲାଗିରହୁଥିବାରୁ ମାନସିକ ସ୍ଥିରତା ରହି ନ ପାରେ। ପିଲାଙ୍କ କୌଣସି ବ୍ୟତିକ୍ରମ ମନକୁ ବାରମ୍ବାର ଆଲୋଡ଼ିତ କରିବ। ପୂର୍ବ ସ୍ଥିରୀକୃତ ଦୂରଯାତ୍ରା ପାଇଁ ପ୍ରସ୍ତୁତି ଅନିବାର୍ଯ୍ୟ କାରଣବଶତଃ ବାତିଲ ହୋଇଯାଇପାରେ ।ଉଚ୍ଚସ୍ତରରେ ସମ୍ପର୍କ ବୃଧି ପାଇବ ଓ ସ୍ଥଗିତ କାମ ତ୍ଵରାନ୍ବିତ ହେବ। | |
ସାମାଜିକ ଜୀବନରେ ଆଦର ଓ ସମ୍ମାନ ଲାଭକରି ଖୁସି ଅନୁଭବ କରିବେ। ଆନୁଷ୍ଠାନିକ କାମ, ସଭାସମିତି କିମ୍ବା ପ୍ରଶାସନିକ ସ୍ତରରେ ଆଜିର ଆଲୋଚନା ଅସମାପ୍ତ ରହିପାରେ। ପାରିବାରିକ ତିକ୍ତତାର ସମାପ୍ତି ସକାଶେ ଚେଷ୍ଟା କରିପାରନ୍ତି। ବିବାଦୀୟ ଘଟଣାରେ ଆଶଙ୍କା କରୁଥିବା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟିହେବ ନାହିଁ। | |
ଦୁରବସ୍ଥା ବଦଳିଯିବା କାରଣରୁ ମାନସିକ ସ୍ଥିତି ଏକପ୍ରକାର ଭଲ ରହିବ। ଘରୋଇ କ୍ଷେତ୍ରରେ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। କେତେକ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ଆର୍ଥିକ ସ୍ଥିତି ପୂର୍ବପରି ରହିବ ଓ ବ୍ୟବସାୟ, ବାଣିଜ୍ୟ, ପରିବହନରେ ଉନ୍ନତି କରିବେ | |
ଉପର ମନରେ ମିଠାକଥା କହି କାମ ହାସଲ ପାଇଁ ଚେଷ୍ଟା କରିପାରନ୍ତି। ଧନିଷ୍ଠା ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା କିଛି ଅନିଷ୍ଟକର ପରିସ୍ଥିତି ସୃଷ୍ଟି କରିପାରେ। ନିଜ ନିଜର ସ୍ବାର୍ଥସାଧନ ନିମିତ୍ତ ଅନ୍ତରଙ୍ଗ ବନ୍ଧୁମାନେ ମଧ୍ଯ ଆଜି ଦୂରେଇ ରହିବେ। ମତାନ୍ତର ଜନିତ ପରିବାରରେ ମତ ପାର୍ଥକ୍ୟ ଦେଖାଦେବା ସମ୍ଭାବନା ରହିଛି। | |
ତୃତୀୟସ୍ଥ ପାପଗ୍ରହ ହେତୁ ଯାହାକୁ ବିଶ୍ବସ୍ତ ଭଳି ଚିନ୍ତା କରୁଥିବେ ତାହାର କାର୍ଯ୍ୟକଳାପ ସନ୍ଦେହଜନକ ରହିବ। ପ୍ରତି କ୍ଷେତ୍ରରେ ଦେଖି, ଚିହ୍ନି, ପରଖି ଆଗକୁ ବଢ଼ିବା ଠିକ୍ ହେବ। ଆଜିର ଫେରିବା ବାଟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ। ସାହିତ୍ୟ, ସାମ୍ବାଦିକତା, ଗବେଷଣା, କଳା, ସଙ୍ଗୀତ ଓ ଏଜେନୁରେ ପ୍ରଶଂସିତ ହେବେ | | |
ମୀନ ପାପଗ୍ରହ ମଧ୍ଯସ୍ଥ ରାଶିହେତୁ ବିଭିନ୍ନ ନକାରାତ୍ମକ ଭାବନା ମନକୁ ବିଚଳିତ କରିବ। ଅଡ଼ୁଆ ସୂତାକୁ ସଜାଦୁ ସଜାଡୁ ଲକ୍ଷ୍ୟପ୍ରାପ୍ତିର ନିର୍ଦ୍ଦିଷ୍ଟ ସମୟ ଅତିକ୍ରାନ୍ତ ହୋଇଯାଇପାରେ। ଆପୋସ ଆଲୋଚନାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଏତଦ୍ବ୍ୟତୀତ ଅର୍ଥଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶରୁ ଖୁସି ରହିପାରନ୍ତି । |
Odia Calendar 2023
Comments
comments