OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Sunday 2nd July 2023

Odia Rashiphala

Odia Rashiphala

ଆଜି ଧନାଧିପଙ୍କ କର୍ମଭାବକୁ ଦୃଷ୍ଟ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଅର୍ଥ, ସମ୍ମାନ ଓ ସହାନୁଭୁତି ଲାଭ କରିବେ । ଆଜିର କାମ ବିଳମ୍ବ ହେବାର ସୂଚନା ରହିଛି। ଘର କଥା ହେଉ କିମ୍ବା କର୍ମକ୍ଷେତ୍ର କଥା ହେଉ ସବୁ କାମ ଗୋଳିଆ ରହିବ। ଅବଶ୍ୟ କିଛି ଆଲୋଚନା ଓ ସମାଲୋଚନା ଭିତରେ ସମାଧାନ ପୂର୍ବକ ପରିବାରରେ ଶାନ୍ତି ଫେରି ଆସିବ।
ନିଜର ଲୋକଙ୍କ ସହ କଳହର ସମ୍ମୁଖୀନ ହେବେ । ବୁଧ ଓ ଶୁକ୍ରଙ୍କ ସୁପ୍ରଭାବରୁ ପ୍ରକାଶନ, ଆଇନ ଅଦାଲତ, କଳା, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ କ୍ଷେତ୍ର ଭଲ ରହିବ। ସାଙ୍ଗସାଥୀ କହିବେ ବହୁତ, କଲା ବେଳକୁ ସବୁ କିଛି ଓଲଟା କରିପାରନ୍ତି। ଜମିଜମା, କଳ କାରଖାନା, ହୋଟେଲ ଶିଳ୍ପ ରେଷ୍ଟୁରାଣ୍ଟ ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ।
ଆଜି ଭୁଲ୍‌ ବୁଝାମଣା ହେତୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ। କର୍ମକ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ଆରଦ୍ରା ନକ୍ଷତ୍ର ସନ୍ତାନ ହେତୃକ ମାନସିକ ଆଘାତ ପାଇପାରନ୍ତି । ପରିବହନ, ବାଣିଜ୍ୟ, ବ୍ୟବସାୟ, ସଭାସମିତି, ଜମିଜମା କ୍ଷେତ୍ରରେ ଉନ୍ନତ ମାନର ଫଳ ମିଳିବ।
ଧନାଧିପ ଲାଭଭାବସ୍ଥ ଯୋଗୁ ବିଭିନ୍ନ କ୍ଷେତ୍ରରୁ ଅର୍ଥ ପାଇବେ ଓ ପଦସ୍ଥ ବ୍ୟକ୍ତିଙ୍କ ସହ ସୁସମ୍ପକକ ସୃଷ୍ଟି ହେବ। ପାରିବାରିକ କ୍ଷେତ୍ରରେ ସଠିକ୍‌ ନିଷ୍ପତ୍ତି ଆପଣ ନେଇପାରିବେ ନାହିଁ। ସଭା ସମିତିରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ରାଜନୀତି, ସାଙ୍ଗଠନିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ ।
ମଙ୍ଗଳଙ୍କ ଦୁର୍ବଳତା କାରଣରୁ ପରିବେଶରେ କିଛି ଗଡ଼ବଡ଼ ସୃଷ୍ଟି ହେବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। କର୍ମ କ୍ଷେତ୍ରରେ ବାଧା ଉପୁଜିବ। ତଥାପି ବ୍ୟସ୍ତ ହୁଅନ୍ତୁ ନାହିଁ, କାମ ଅଟକିବ ନାହିଁ। ଖର୍ଚ୍ଚ ପରିମାଣବୃଦ୍ଧି ଯୋଗୁ ମନରେ ସରସତା ରହି ନପାରେ । ଗଠନମୂଳକ କାର୍ଯ୍ୟରେ ନେତୃତ୍ବ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ ।
ଆଜି ଯାହାକୁ ଯାହା କହିବେ ସବୁକିଛି ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ଧନାଧିପ ଧନାଭାବରୁ କର୍ମସ୍ଥ ହେତୁ ଦୀର୍ଘଦିନର ଚେଷ୍ଟା ପରେ ରଣ ସୂତ୍ରରେ ଆଜିହିଁ ଅର୍ଥଲାଭ କରିବେ। ସ୍ତ୍ରୀଙ୍କ ବରାଦ, ପ୍ରତିଦ୍ବନ୍ଦୀଙ୍କ କାର୍ଯ୍ୟ, ବାଣିଜ୍ୟରେ ପ୍ରତିବନ୍ଧକଜନିତ ଦୁଶ୍ଚିନ୍ତା ବଢ଼ିପାରେ। ବନ୍ଧୁଙ୍କ ସହାୟତାରେ ମାନସିକ ଦ୍ବନ୍ଦ୍ବର ଅବସାନ ଘଟିବ।
ଗୁରୁଚଣ୍ଡାଳ ଯୋଗଜନିତ ସମସ୍ୟା ଲାଗି ରହିଲେ ମଧ୍ଯ ମନଦେଇ କାମଟିକୁ ପୂରା ନ କରିବା ଯାଏଁ ଛାଡ଼ିବେ ନାହିଁ। ଆପଣଙ୍କ ଅତି ନିଜର ଲୋକମାନେ ଭରଷା ପରାୟଣ ହୋଇ ପଟିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ପାରିବାରିକ ସ୍ଥିତି ପ୍ରାୟତଃ ପୂର୍ବପରି ରହିବ।
ଗୁରୁ ଦୃଷ୍ଟି ମଙ୍ଗଳ ହେତୁ ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ନିୟନ୍ତ୍ରଣାଧୀନ ରହିବ। କିନ୍ତୁ ସାଧାରଣ କଥାରେ ଝଗଡ଼ା ସାଙ୍ଗକୁ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଇପାରେ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ଆପଣ ବିଜୟୀ ହେବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ।
ରାଶ୍ୟାଧିପ ପାପଯୁକ୍ତଜନିତ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବାର ସମ୍ଭାବନା ରହଛି। କଳା ସାହିତ୍ୟ, ସଙ୍ଗୀତ ତଥା ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ମିଳିବ। ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପାରିବାରିକ, ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ।
ଚତୁର୍ଥସ୍ଥାନ ପାପଯୁକ୍ତ ହେତୁ ପରିବାରରେ ଭୁଲ ବୁଝାମଣା ନେଇ ଅଶାନ୍ତି ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ଯ କୌଣସି ଅସୁବିଧା ହେବ ନାହିଁ। ଯେତେ ଭଲ କାମ କଲେ ମଧ୍ଯ ପ୍ରଶଂସା ପାଇବେ ନାହିଁ।
ଆଜି କର୍ମଭାବସ୍ଥ ଚନ୍ଦ୍ର ହେତୁ ଅଭିଳଷିତ ଜିନିଷ ପ୍ରାପ୍ତି ହେବା ସାଙ୍ଗକୁ ବନ୍ଧୁଙ୍କ ଆଦରଣୀୟ ହେବେ । ନିଜର ଲୋକମାନଙ୍କ କାର୍ଯ୍ୟକଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ବ୍ୟବସାୟିକ ସ୍ଥିତି ପ୍ରାୟତଃ ସନ୍ତୋଷଜନକ ରହିବ। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରି ଯାଇପାରେ ।
ପାପଗ୍ରହ ଦୃଷ୍ଟିବର୍ଜିତ ହେତୁ କର୍ମକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ଗତକାଲିଠାରୁ ଚେଷ୍ଟା କରୁଥିବା କାମଗୁଡିକ ଆଜି ଅପରାହ୍ନେ ଠିକ୍‌ ଭାବରେ ସମ୍ପନ୍ନ ହେବ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments