OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Sunday 27th August 2023

Odia Rashiphala

Odia Rashiphala

ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ଅଷ୍ଟମ ଚନ୍ଦ୍ର ହେତୁ ଆତ୍ମୀୟସ୍ଵଜନଙ୍କ ପାଇଁ ଚିନ୍ତା ବଢ଼ିପାରେ। ତଥାପି ସମସ୍ୟା ଥଲେ ମଧ୍ଯ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ଇଚ୍ଛା ବିରୋଧରେ କୌଣସି କାମ କରି ପଶ୍ଚାତ୍ତାପ କରିବାକୁ ପଡ଼ିପାରେ । ଆବଶ୍ୟକତାନୁସାରେ କର୍ମକ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ଣତ୍ତି ନେଇପାରନ୍ତି।
ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଉପକୃତ ହେବେ। ସ୍ବଗୃହୀ ରବି ଓ ବୁଧ ହେତୁ ପରିବାର ମଧ୍ଯରେ ସମସ୍ୟାର ଗୁରୁତ୍ବ ଉପଲବ୍‌ଧି କରି ବିହିତ ପଦକ୍ଷେପ ନେବା ଭଲା ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆପଣଙ୍କୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ଥବା ସମୟରେ ଭୁଲ୍‌ ଖବର ପାଇ ସାମଯିକ ବିବ୍ରତ ହୋଇପାରନ୍ତି।
ତୃତୀୟସ୍ଥ ବୁଧାଦିତ୍ୟ ହେତୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସମସ୍ୟା ଲାଗି ରହିବା କାରଣରୁ ବ୍ୟବସାୟକୁ ସଙ୍କୁଚିତ କରି ନେଇ ପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ପରିସ୍ଥିତିକୁ ଲାଘବ କରିବେ। କଳା, ସାହିତ୍ଯ, ସଂସ୍କୃତି, କ୍ରୀଡ଼ା, ଚଳଚ୍ଚିତ୍ରାଦିରେ ଉନ୍ନତି କରିବାର ସୂଚନା ରହିଛି।
ଭାଗ୍ୟସ୍ଥାନ ପ୍ରତି ମଙ୍ଗଳଙ୍କା ଦୃଷ୍ଟି କାରଣରୁ ସଫଳତାରେ ଆନନ୍ଦ ଅନୁଭବ କରିବେ | କର୍ମକ୍ଷେତ୍ରରେ ତର୍କ ଓ ବିବାଦକୁ କେନ୍ଦ୍ର କରି ଟଣାଓଟରା ଦେଖାଦେଇପାରେ। ଆପଣ ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ବ୍ୟବସାୟରେ ପ୍ରତିଦ୍ବନ୍ଦିତା ବଢ଼ିପାରେ, କିନ୍ତୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।
ଚନ୍ଦ୍ରଙ୍କ ଶୁଭଦୃଷ୍ଟିଜନିତ ନିଜ ପରିସରରେ ରହୁଥିବା ବ୍ଯକ୍ତିମାନଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ଯା ସମାଧାନ ହୋଇଯିବ। ସ୍ଥଗିତ କାମ ପାଇଁ ହଠାତ୍‌ ଆଶା କରିଥିବା କୌଣସି ଖବର ପାଇ ଖୁସି ହେବେ। ଛୋଟ ଛୋଟ ଘଟଣାକୁ ଅସାଧାରଣ ମନେ କରି ବ୍ୟସ୍ତ ହୁଅନ୍ତୁ ନାହିଁ । କୋର୍ଟକାର୍ଯ୍ୟ ଅନୁକୂଳ ହୋଇପାରେ ।
ପାପଗ୍ରହଯୁକ୍ତ ବୃହସ୍ପତି ହେତୁ ଆପଣଙ୍କ ସରଳତାର ସୁଯୋଗ ନେଇ କେହି କ୍ଷତି ସାଧନ କରିପାରେ । ଅନ୍ୟକୁ ଦେଇଥିବା ଟଙ୍କା ଫେରି ପାଇବା ପାଇଁ ବିବାଦ ଭିତରକୁ ଟାଣି ହେବାକୁ ପଡ଼ିବ। ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ ।
ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବା ସାଙ୍ଗକୁ ଘରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ । ମଙ୍ଗଳଙ୍କ ଦ୍ବାଦଶାବସ୍ଥାନ ଜନିତ ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇ ନ ପାରନ୍ତି ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ନ ହେଲେ ମଧ୍ଯ ବିଶେଷ ଭଲ ରହି ନ ପାରେ ।
ଦୁଃସ୍ଥାନସ୍ଥ କେତୁ ପ୍ରଭାବରେ ଅତୀତ ଦିନର କେତେକ କଥା ମନକୁ ଆଲୋଡ଼ିତ କରିପାରେ। ନିଜର ଭାବୁଥିବା ବନ୍ଧୁଟି ହିଁ ସ୍ଵାର୍ଥବାଦୀ ହୋଇପଡ଼ିବା କାରଣକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚ ବର୍ଗଙ୍କଠାରୁ ସମାଲୋଚିତ ହେବେ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।
କର୍ମସ୍ଥ ମଙ୍ଗଳଜନିତ ନୂତନ କାମରେ ପ୍ରତିବନ୍ଧକ: ` ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ। ଏହା ସାଙ୍ଗକୁ ନିଜ ଲୋକମାନେ ବିଶ୍ବାସଘାତକତା କରିପାରନ୍ତି ଅଭାବ ପୂର୍ଣ୍ଣତା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା କାରଣରୁ ଏକପ୍ରକାର ଆଶ୍ଵସ୍ତି ଲାଭ କରିବେ।
ଚତୁର୍ଥଭାବ ‘ ପାପଗ୍ରସ୍ତ ହେତୁ ପାରିବାରିକ କ୍ଷେତ୍ରରେ ସମସ୍ୟା ବଢ଼ିପାରେ। ଏହା ସାଙ୍ଗକୁ ସନ୍ତାନଙ୍କ ସ୍ଵାସ୍ଥ୍ୟ ଓ ବିଶୃଙ୍ଖଳିତ ସ୍ଵଭାବ ଯୋଗୁ ବିଚଳିତ ହେବେ । ବନ୍ଧୁମାନଙ୍କ କଥାରେ ବିଶ୍ବାସୀ ହୋଇ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। କେତେକ କ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି।
ତୃତୀୟ ଭାବର ଅଶୁଭତ୍ବ କାରଣରୁ ବନ୍ଧୁବାନ୍ଧବଙ୍କ ସମ୍ପର୍କରେ ଅହେତୂକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଆଜି ଆୟ ଦୁଳନାରେ ବ୍ୟୟ ବଢ଼ିବ। ପ୍ରତ୍ୟେକ କ୍ଷେତ୍ରରେ ଆଶା ଓ ବିଶ୍ଵାସ ନେଇ ଆଗକୁ ମାଡ଼ିଚାଲନ୍ତୁ, ଅବଶ୍ୟ ଉପକୃତ ହେବେ। ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି।
ଚନ୍ଦ୍ର କ୍ଷେତ୍ରସ୍ଥ ଶୁକ୍ରଜନିତ ପଡ଼ୋଶୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ। ଦୀର୍ଘ ଦିନରୁ ସ୍ନାୟବିକ ଦୁର୍ବଳତା ଅନୁଭବ କରି ଚିନ୍ତିତ ରହିବେ। ପୂର୍ବ ଆଲୋଚନା ଅନୁଯାୟୀ ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଆକସ୍ମିକ ଭାବରେ ଦୂରଯାତ୍ରାର ମସୁଧା କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments