![]() | ଆଜି ପୂର୍ବାହ୍ନ ପରେ ବୃଷ ରାଶିସ୍ଥ ଚନ୍ଦ୍ର ଆପଣଙ୍କୁ ଅର୍ଥ ଓ ସମ୍ମାନ ପ୍ରଦାନ କରିବାରେ ଅବହେଳା କରିବ ନାହିଁ। କର୍ମକ୍ଷେତ୍ରରେ ମଧ୍ଯ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ଅବଶ୍ୟ ପରିବାରରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ବନ୍ଧୁ କିମ୍ବା ପ୍ରତିବେଶୀଙ୍କ ସୌହାର୍ଦ୍ଦାରୁ ଉପକୃତ ହୋଇପାରନ୍ତି । |
![]() | ଉଚ୍ଚ ରାଶିମ୍ଥ ଶୁକ୍ର ସ୍ବାସ୍ଥ୍ୟକୁ ଠିକ୍ ରଖିବାରେ ସାହାଯ୍ୟ କରିବ। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶା କରୁଥିବା ଫଳ ନିଶ୍ଚିତ ପାଇବେ। ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାରୁ ସାମୟିକ ଖୁସି ଅନୁଭବ କରିପାରନ୍ତି ସ୍ଥଗିତ କାମକୁ ପୂରା ଦମ୍ରେ କରିବା ପାଇଁ ନିଷ୍ଣତ୍ତି ନେବେ। |
![]() | ମାନସିକ ଦ୍ବନ୍ଦ୍ବର ଅବସାନ ଘଟି କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ । ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରିବେ। ମାଙ୍ଗଳିକ କାମରେ ସହଯୋଗ ପାଇ ସ୍ଥଗିତ କାମକୁ ତ୍ବରାନ୍ବିତ କରିବେ। ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । |
![]() | ଦୀର୍ଘ ଦିନରୁ ଭଟ୍ଟା ପଡ଼ିଯାଇଥିବା ସମ୍ପର୍କ ତ ପଡ଼ୋଶୀଙ୍କ ମାଧ୍ଯମରେ ପୁନଃ ପ୍ରତିଷ୍ଠିତ ହେବ। ଆଲୋଚନା କ୍ଷେତ୍ରରେ ଭାବପ୍ରବଣବଶତଃ ଓଲଟା କଥା କହି ଅପଦସ୍ଥ ହୋଇପାରନ୍ତି ବନ୍ଧୁ ଓ ପରିଜନଙ୍କ ସହଯାତ୍ରୀ ହୋଇ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ନିର୍ମାଣ କାର୍ଯ୍ୟରେ ମନ୍ଥରା ଚିନ୍ତା ବୃଦ୍ଧି କରିବ । |
![]() | ଆବଶ୍ୟକତା ଅନୁଯାୟୀ ହଠାତ୍ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରି ଦୁଃଖିତ ହେବେ। ପାପଗ୍ରହଯୁକ୍ତ ଚନ୍ଦ୍ର ଜନିତ ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିବାର ସୂଚନା ରହିଛି। ବ୍ୟବସାୟରେ ଲାଭ ପରିମାଣ କୌଣସି ପ୍ରକାରେ ଉଣା ହେବ ନାହିଁ। |
![]() | ଶନି କ୍ଷେତ୍ରସ୍ଥ ବୁଧ ହେତୁ ଧୀର ମନ୍ଥର ଗତିରେ କାର୍ଯ୍ୟ ହାସଲ କରିବେ। ପ୍ରକାଶନ, ରଚନାତ୍ମକ,କାର୍ଯ୍ୟ, ଯୋଗାଯୋଗ ତଥା ଏଜେନ୍ଶିରୁ ଖୁସି ରହିବେ। ସରକାରୀ ସ୍ତରରୁ ଅଚାନକ ଭାବରେ ଶୁଭ ସମ୍ବାଦ ଶୁଣି ଖୁସି ହେବେ। ଅନ୍ୟ ଦ୍ବାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । |
![]() | ଅଲୋଚନା ମାଧ୍ୟମରେ ସମସ୍ଯା ସମାଧାନ ହେବାର ମାର୍ଗ ଉନ୍ମୁକ୍ତ ହେବ। ଷଷ୍ଠସ୍ଥ ଶୁକ୍ର ଓ ବୃହସ୍ପତି ପ୍ରଭାବରୁ ରଣ ପରିଶୋଧର ଲକ୍ଷ୍ୟ ନେଇ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ବିଳାସ ପ୍ରାଚୁର୍ଯ୍ୟ ମଧ୍ଯରେ ସମୟ ଅତିବାହିତ ହେବାର ସମ୍ଭାବନା ରହିଛି। ବହୁ ପ୍ରତୀକ୍ଷିତ ଖବରଟି ‘ ଆଜି ଅପରାହ୍ନେ ପାଇପାରନ୍ତି। |
![]() | ପରିଜନମାନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରା ମଙ୍ଗଳମୟ ଗହିବ। ମାଙ୍ଗଳିକ କାମରେ ବହୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପାରିବେଶିକ କୁପ୍ରଭାବରୁ ମଧ୍ଯାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ରାଜନୈତିକ ସ୍ଥିତି ମଜଭୁତ ରହିବା ସାଙ୍ଗକୁ ସାମାଜିକ ପ୍ରତିଷ୍ଠା ବଢ଼ିବ। |
![]() | ପାରସ୍ପରିକ ମତାନ୍ତର ଜନିତ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ସରଳବିଶ୍ବାସ କରି କୌଣସି ଅଜଣା ଅଶୁଣା ବ୍ୟକ୍ତି ଦ୍ବାରା ପ୍ରତାରିତ ହୋଇପାରନ୍ତି । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବାର ଆଶା ରହିଛି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ। |
![]() | ରାଶିରେ ବୁଧ ଅବସ୍ଥାନ କରିଥବା ଯୋଗୁ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା ନିଶ୍ଚିତ କାମକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇପାରେ ।ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି ଚଳିବା ଭଲ ହେବ। ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହୋଇପାରେ । |
![]() | ପରକଥାରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ବିନା କାରଣରେ ଅଶାନ୍ତି ସୃଷ୍ଟି ହୋଇପାରେ । ଶିଳ୍ପ, ବାଣିଜ୍ୟ ଶେୟାର ବଜାର କ୍ଷେତ୍ରରେ କ୍ଷତିର ଆଶଙ୍କା ରହିଛି। ବହୁତ ଦିନରୁ ଭଲ ସମ୍ପର୍କ ନଥିବା ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବ। ସଭାସମିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । |
![]() | ନିକଟ ସମ୍ପର୍କୀୟମାନଙ୍କ ଈର୍ଷା ଓ ଅସୂୟାର କୁପରିଣାମ ଭୋଗ କରିବାକୁ ପଡ଼ିପାରେ । ଯେତେ ଭଲ କାମ କଲେ ମଧ୍ଯ ଖଳ ଲୋକମାନଙ୍କ ସମାର ସମାୋଚିତ ହେବେ। ନିର୍ମାଣକୁ କେନ୍ଦ୍ର କରି ଜମିଜମା ବିବାଦ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । |