OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Sunday 19th November 2023

Odia Rashiphala

Odia Rashiphala

ଅନ୍ୟମନସ୍କ କାରଣରୁ କର୍ମକ୍ଷେତ୍ରରେ ତିରସ୍କୃତ ହୋଇପାରନ୍ତି। ଜମିଜମା କାରବାର କୌଣସି ପ୍ରତିବନ୍ଧକରୁ ବାଧାପ୍ରାପ୍ତ ହେବ। କ୍ରୀଡ଼ା, ଚଳଚିତ୍ର, ଅଧ୍ଯୟନ ଓ ଅଧ୍ଯାପନା, ସାହିତ୍ଯ, ସଙ୍ଗୀତାଦି କ୍ଷେତ୍ରରୁ ଶୁଭଫଳ ମିଳିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ ।
ଆଜିର ପ୍ରତ୍ୟୁଷ ଯାତ୍ରା ନିରର୍ଥକ ହେବ ନାହିଁ। ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିବା କାରଣରୁ ବନ୍ଧୁ ସମ୍ପର୍କ କ୍ଷୁର୍ଣ୍ଣ ହେବାର ବହୂତ ସମ୍ଭାବନା ରହିଛି। ପରିବାରରେ ଭୁଲ୍‌ ବୁଝାମଣା ବୃଦ୍ଧି ପାଇବା କାରଣରୁ ସାଧାରଣ କଥାରେ କ୍ଷୁବ୍ଧ ହୋଇ ପାରନ୍ତି ଶିଳ୍ପ ବାଣିଜ୍ୟ, ବ୍ୟବସାୟ ଓ ପରିବହନ, ଜମିଜମା କାରବାର, ମାଲି ମକଦମା କ୍ଷେତ୍ରରୁ ଲାଭବାନ୍‌ ହେବେ ।
କୌଶଳ ପ୍ରୟୋଗ କରି କାମ ହାସଲ କରିବାରେ କୌଣସି ଅସୁବିଧା ରହିବ ନାହିଁ। ଅନ୍ୟଦ୍ବାରା ପ୍ରଭାବିତ ହୋଇ ସମସ୍ୟାକୁ ଡାକି ଆଣିଲା ଭଳି କାମ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ନିଜ ଗୃହ ସମସ୍ୟାକୁ ସଜାଡିବାକୁ ଯାଇ ବହୁତ ହଇରାଣ ହେବାକୁ ପଡ଼ିପାରେ ।
କୌଣସି ଗୁରୁଦ୍ଵପୂର୍ଣ୍ଣ କାର୍ଯ୍ୟ ହାସଲ କରିବା ସକାଶେ ଅର୍ଥ ଲାଭର ଯୋଜନା କରିପାରନ୍ତି। ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ସାମୟିକ ବ୍ୟସ୍ତତା ପ୍ରକାଶ କରିବାକୁ ପଡ଼ିବ। କଚେରି ମାମଲାର ଆଶୁ ଶୁଣାଣି ହେବାରୁ ଆଶ୍ଵସ୍ତି ଲାଭ କରିବେ ।
ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ। ଆଜିର ଯାତ୍ରାରେ ସଫଳତା ମିଳିବା ସକାଶେ ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କୁହନ୍ତୁ। କାମର ଚାପ ବହୂତ ବଢ଼ିଯିବା କାରଣରୁ କୌଣସି କଥା ଭଲ ଲାଗିବ ନାହିଁ। ନିର୍ମାଣ, ଯୋଗାଯୋଗ, ପୁଟିଂ କାରବାର ପାଇଁ ଦିନଟି ମନ୍ଦ ହେବନି।
ମତପାର୍ଥକ୍ୟ ଘଟିବା କାରଣରୁ ପରିବାରରେ କିଛିଟା ଗଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବ। ପିଲାଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ । ନିଜ ପରିସରରେ ଛୋଟ ଘଟଣା ପ୍ରତି ଗୁରୁତ୍ବ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟିରେ ସହାୟକ ହେବ। ବନ୍ଧୁ ମିଳନ ଓ ଆମୋଦ ପ୍ରମୋଦ ସକାଶେ ନୂତନ ଯୋଜନା କରିବେ।
ଆଜିର କର୍ମକ୍ଷେତ୍ରରେ ଆପଣ ଅନେକ କାମ ହାତକୁ ନେଇ ବ୍ୟଥିତ ହେବେ। ବନ୍ଧୁ ଗହଣରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ବାରା ତିକ୍ତତା ବୃଦ୍ଧି ପାଇବ। ଆଜିର ଯାତ୍ରାରେ ସଫଳତା ପାଇବେ ଏବଂ ଲକ୍ଷ୍ୟ ହାସଲ କରିବାରେ କୌଣସି ଅସୁବିଧା ରହିବ ନାହିଁ। ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି ।
ଭୁଲ୍‌ ବୁଝମଣା ହେତୁ ଦୂରେଇ ଯାଇଥିବା ଲୋକ ପାଖେଇ ଆସିବ। ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ଅନ୍ୟକୁ ଆପଣେଇ ନେବେ। ସାହିତ୍ୟ, ସାମ୍ବାଦିକତା, ରାଜନୀତି କର୍ମାରମ୍ଭ, କଳା ଓ ସାହିତ୍ୟ, ଏଜେନ୍‌ଶିପ୍‌ ପ୍ରଭୃତିରୁ ସୁଫଳ ପାଇବେ। ଜମିଜମା କାରବାର, ସାଂସ୍କୃତିକ କାର୍ଯ୍ୟ ଓ ନୂତନ ଯୋଜନା କ୍ଷେତ୍ରରେ ସମସ୍ୟା ଆସିପାରେ ।
ଆଜିର କର୍ମକ୍ଷେତ୍ରରେ ସହକର୍ମୀ, ପରିବାରରେ ଭାଇ ଭଉଣୀ କିମ୍ବା ପଡ଼ୋଶୀଙ୍କ ଦ୍ବାରା କାର୍ଯ୍ୟ ସାଧନା କରିବେ। କିନ୍ତୁ କଥାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ସାୟାହ୍ନେ ସତ୍‌ସଙ୍ଗ ପ୍ରତି ମନ ବଳିବ ଓ ଶାନ୍ତି ପାଇବେ। କର୍ମ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
ଅପରାହ୍ନରେ ଜଗିରଖି ନ ଚଳିଲେ ଅସୁବିଧାରେ ପଡ଼ିବେ। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସଂଭାବନା ପୂର୍ଣ୍ଣମାତ୍ରାରେ ରହିଛି। ବିବାଦୀୟ ଘଟଣାରେ ପ୍ରତିଦ୍ବନ୍ଦିତା କ୍ରମଶଃ ବୃଦ୍ଧି ପାଇବ। ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିବେ।
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା କାରଣରୁ ମାନସିକ ସ୍ଥିରତା ଆସିବ। ସାଙ୍ଗଠନିକ କାମ, ପରିବହନ, ରାଜନୀତି, ଆଇନ ଓ ଆନୁଷ୍ପାନିକ କାମରେ ଶୁଭ ଫଳ ମିଳିବ। ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ଯ ହେବେ । କର୍ମକ୍ଷେତ୍ରରେ ଅସ୍ଥୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।
ଆଜି ସକାଳୁ ସକାଳୁ ଶୁଭ ଖବର ପାଇ ଖୁସି ହୋଇଯିବେ। ଆଲୋଚନା ଭିତରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବ ନାହିଁ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ରାଜନୀତି, ସାଙ୍ଗଠନିକ କ୍ଷେତ୍ରରେ ସତକଥା କହି ପ୍ରଶଂସିତ ହୋଇପାରନ୍ତି । ଆର୍ଥିକ ଦିଗ ଭଲ ରହିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments