![]() | ଆଜି ଗଜକେଶରୀ ଯୋଗ ପ୍ରଭାବରୁ ଅନୁକୂଳ ପରିବେଶ କାମ ହାସଲ କରିବାରେ ସାହାଯ୍ୟ କରିବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ। ସହକର୍ମୀଙ୍କ ଜରିଆରେ କୌଣସି ଶୁଭଖବର ମନକୁ ଆହ୍ଲାଦିତ କରିବ। ପ୍ରତୀକ୍ଷିତ କରିଥିବା ବନ୍ଧୁଟି ପ୍ରତିଶ୍ରୁତି ରକ୍ଷାକରି ଠିକ୍ ସମୟରେ ଆସିବେ। |
ଆଜି ଆର୍ଥିକ ଉନ୍ନତି, ସାମାଜିକ ସମ୍ମାନ ହେତୁକ ଦିନଟି ଉପଭୋଗ୍ୟ ରହିବ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବନ୍ଧୁଙ୍କ ପରାମର୍ଶ ଗ୍ରହଣ କରି ଉପକୃତ ହେବେ । ତୃତୀୟ ଭାବକୁ ଶୁକ୍ରଙ୍କ ଦୃଷ୍ଟି କଳା, କ୍ରୀଡ଼ା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ପ୍ରଦାନ କରିପାରେ ।କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହୋଇପାରନ୍ତି। | |
ରାଶିକୁ ରବି ଓ ବୁଧ ଅବଲୋକନ କରୁଥିବାରୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ଭଲ ରହିବ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ କେତେକ କାମରେ ଅନିଚ୍ଛା ପ୍ରକାଶ କରିପାରନ୍ତି। ସହକର୍ମୀ ଭର୍ଷାନ୍ଦିତ ହୋଇ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇପାରନ୍ତି। ରଣଭାର, କଚେରି ମାମଲା, ପରିବହନ ଓ ନିର୍ମାଣ ସମ୍ପର୍କୀୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । | |
ଚନ୍ଦ୍ର ଉପଚୟ ସ୍ଥାନରେ ଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କଷ୍ଟକର ହୋଇପାରେ । ଅର୍ଥ ସମ୍ପର୍କକୁ ନେଇ କିମ୍ବା ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ବିବାଦ ଆଶଙ୍କା ରହିଛି। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆତ୍ମୀୟଙ୍କ ସହ ଆଲୋଚନା କରିପାରନ୍ତି। ବ୍ୟବସାୟ, ନିର୍ମାଣ ଓ ପରିବହନରେ ସମସ୍ୟା ଦୂର ହେବ। | |
ଦ୍ବିତୀୟା ଚନ୍ଦ୍ର ପ୍ରଭାବରେ ନିଜେ ହସିବେ ଏବଂ ଅନ୍ୟକୁ ହସାଇପାରନ୍ତି। କିନ୍ତୁ ଆଜି ଯାହା ଚାହୁଁଛନ୍ତି, ତାହା ପାଇବା ସକାଶେ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। କୌଣସି ଅନାକାଂକ୍ଷିତ ସୂଚନା କ୍ରମେ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯିବାର ସୂଚନା ରହିଛି। ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ଆଜି ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। | |
କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ବ ବହନ କରିବାକୁ ପଡ଼ିବାରୁ ବିଚଳିତ ଅନୁଭବ କରିବେ। କେତୁ ପ୍ରଭାବରୁ ଅର୍ଥଭାବ କାରଣରୁ ଆବଶ୍ୟକତା ପୂରଣ ସକାଶେ କରଜ କରିପାରନ୍ତି। ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ସମସ୍ୟାକୁ ଦ୍ବିଗୁଣିତ କରିବ। ପ୍ରତିବନ୍ଧକଜନିତ ଯାତ୍ରା, ବ୍ୟବସାୟ ଓ ପରିବହନରେ ସାମାନ୍ୟ ସମସ୍ୟା ଦେଖାଦେବ। | |
କର୍ମାଧିପତି ଗୁରୁଦୃଷ୍ଟି ହେତୁ ଆପଣ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ହେତୁ ବିବାଦର ସମ୍ମୁଖୀନ ହେବେ । ପାରିବାରିକ ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଯେତେ ଭଲ କାମ କଲେ ମଧ୍ଯ ଖଳପ୍ରକୃତିର ଲୋକମାନେ ବିରୋଧାଚରଣ କରିପାରନ୍ତି। ହିତୈଷୀଙ୍କଂ ପ୍ରେରଣାରେ ଧର୍ମକାର୍ଯ୍ୟ ସ୍ରତି ଆଗ୍ରହୀ ହେବେ। | |
ଅନୁକୁଳ ଗ୍ରହସ୍ଥିତି ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ। ସଭାସମିତିରେ ନେତ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ବାରା ଉପକୃତ ହୋଇପାରନ୍ତି।ପାରସ୍ପରିକ ମତାନ୍ତରଜନିତ ପାରିବାରିକ କ୍ଷେତ୍ରରେ ଅଶାନ୍ତି ଆସିବାର ଆଶଙ୍କା ରହିଛି। କଳା, ସାହିତ୍ଯ,ସାମ୍ବାଦିକତା, ପର୍ଲୁକେଶନ, କ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ିଚାଲିବ | |
ମୁଖଭାବସ୍ଥ ବଳବାନ୍ ଶନି ହେତୁ ଅପ୍ରିୟ ସତ୍ୟ ଭାଷଣ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟିର କାରଣ ହୋଇପାର। ବନ୍ଧୁମାନଙ୍କ ସାହାଯ୍ୟରେ ଧାତବଜନିତ ଦ୍ରବ୍ୟ ଲାଭର ଯୋଗ ରହିଛି। ପାରିବାରିକ ସମସ୍ୟା ଥିଲେ ମଧ୍ଯ ବିଶେଷ କିଛି ଗୁରୁତର ହେବନାହିଁ ।କର୍ମଜଞ୍ଜାଳ ବୃଦ୍ଧିଜନିତ ଆଜି ଜମା ଫୁରୁସତ୍ ପାଇବେ ନାହିଁ। | |
କେତୁ ପ୍ରଭାବରୁ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବାରେ ଅସମର୍ଥ ହୋଇପାରନ୍ତି। ଅବଶ୍ୟ ସମ୍ପର୍କୀୟ ମାନଙ୍କ ସାହାଯ୍ୟରେ ପାରିବାରିକ ସମସ୍ୟାର ସରଳା ସମାଧାନ କରିବେ। ଅପରାହ୍ନେ ଆଶା କରୁଥିବା ଜିନିଷଟି ପାଇ ଖୁସି ହୋଇଯିବେ। ଦୀର୍ଘଦିନରୁ ଲାଗି ରହିଥିବା କ୍ରନିକ୍ ସ୍ବାସ୍ଥ୍ୟ ସମସ୍ୟାରେ ଚିନ୍ତିତ ରହିପାରନ୍ତି । | |
ଦେବଗୁରୁ ପ୍ରଭାବରୁ ଅଭାବ ନ ଥାଇ ମଧ୍ଯ ଘରୋଇ କଳହଜନିତ ମନ ଭଲ ରହିବ ନାହିଁ। ପୂର୍ବ ଶତୁତାକୁ କେନ୍ଦ୍ର କରି ଠିକ୍ ସମୟରେ ନିଜ ଲୋକମାନେ ମଧ୍ଯ ଦାଉ ସାଧିବେ। ଆଜିର ଯାତ୍ରା, ବାଣିଜ୍ୟ, ରାଜନୀତି, ଚଳଚ୍ଚିତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।ପିଲାମାନଙ୍କର କୃତୀ ଓ କୃତିତ୍ବ ହେତୁ ଗର୍ବ ଅନୁଭବ କରିବେ | | |
ଯେଉଁ ଜିନିଷର ଅଭାବ ଥିଲା, ଆଜି ତାହା ପୂରଣ ହୋଇଯିବ। ମଙ୍ଗଳଙ୍କ ଶୁଭତ୍ଵ କାରଣରୁ ନିଜ ପରିସରରେ ରହିଥିବା ବନ୍ଧୁଙ୍କ ସହାନୁଭୁତି ଲାଭ କରି କାମ ହାସଲ କରିବେ। କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ପ୍ରାୟତଃ ପାରିବାରିକ ପରିସ୍ଥିତି ଭଲ ରହିବ। ଲେଖାପଢ଼ା, ଯାତ୍ରା, ବାଣିଜ୍ୟ, କ୍ରୟବିକ୍ରୟ ତଥା ବାଦବିବାଦ ଓ ଆଲୋଚନା ଫଳପ୍ରଦ ହୋଇପାରେ। |
Odia Calender 2023
Comments
comments