OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Sunday 12 th March 2023

Odia Rashiphala

Odia Rashiphala

ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ବକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ଏହା ସାଙ୍ଗକୁ ଅର୍ଥ ଲାଭ,ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ ମଧ୍ଯ ମନ ଖୁସି ରହିବା। ଦ୍ବିଜା ନକ୍ଷତ୍ର ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ଉପକୃତ ହେବେ। ସାହିତ୍ୟ,କଳା,ସଙ୍ଗୀତ,ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ |
ରବିଯୁକ୍ତ ଶନି ହେତୁ ପାରିବାରିକ ଅସ୍ଥିରତା ମାନସିକ ସ୍ଥିତିକୁ ବିଗାଡ଼ି ଦେଇପାରେ ।ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ କାର୍ଯ୍ୟ କରିପାରନ୍ତି |ଆଲୋଚନା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଶିଳ୍ପ,ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ର ମନ୍ଦ ହେବ ନାହିଁ |।
କେତୁଯୁକ୍ତ ଚନ୍ଦ୍ରଜନିତ ପିଲାମାନଙ୍କ ସ୍ବାସ୍ଥ୍ୟହାନିର ଆଶଙ୍କା ରହିଛି। ଯାତ୍ରା ପାଇଁ ପ୍ରତିକୂଳ ନ ହେଲେ ମଧ୍ଯ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ବ୍ୟବସାୟରେ ଲକ୍ଷ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ। କେତେକ କାମ ସକାଶେ ପରିବାର ଭିତରୁ ସମାଲୋଚିତ ହେବାକୁ ପଡ଼ିପାରେ ।
ଉଚ୍ଚାରୋହୀ ରବିଙ୍କ ଯୋଗୁ ଆର୍ଥିକ ସ୍ଥିତି ବହୁତ ଭଲ ରହିବ କିମ୍ବା ଅର୍ଥ ସମ୍ପର୍କୀୟ ସମସ୍ୟା ସୁଧୁରି ଯିବ। ତଥାପି କର୍ମ କ୍ଷେତ୍ରରେ ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ, ଯଦ୍ଦ୍ବରା ସଠିକ୍‌ ନିଷ୍ପତି ନେଇ ପାରିବେ ନାହିଁ। ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
ବୃହସ୍ପତିଙ୍କ ସୁପ୍ରଭାବରୁ ସମସ୍ୟା ଆସିଲେ ମଧ୍ଯ ଉପସ୍ଥିତ ବୁଦ୍ଧିରୁ କାର୍ଯ୍ୟ ସାଧନରେ ସମର୍ଥ ହେବେ।ବହୂତ ଅନୁସନ୍ଧାନ ପରେ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନ ଭଲ ରହିନପାରେ। ଅବଶ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ।
ସ୍ବଗୃହକୁ ମଙ୍ଗଳଙ୍କ ପୂର୍ଣ୍ଣଦୃଷ୍ଟି ହେତୁ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗରୁ ଉତ୍ସାହିତ । ଚିତ୍ରାର କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି। ପରକଥାରେ ପଡ଼ି ଭୁଲ ମାର୍ଗର ଅନୁସରଣ କରି ଅନୁତାପ କରିବାକୁ ପଡ଼ିପାରେ ।
କର୍ମାଧିପ ପାପଯୁକ୍ତ କାରଣରୁ ପ୍ରତ୍ୟେକ କାମରେ ସଫଳତାଜନିତ ମାନସିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବ ପ୍ରକାଶ କରିବାରେ ପଛେଇ ଯାଇପାରନ୍ତି ବିଶାଖାର ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମା ଆଲୋଚନା ଦ୍ବାରା ସମାଧାନ ହୋଇଯିବ।
ଚତୁର୍ଥ ସ୍ଥାନ ପାପଯୁକ୍ତ କାରଣରୁ ପରିବାରର ବିଭିନ୍ନ ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। ନୀଚ ସଂସର୍ଗରୁ ଦୂରେଇ ନ ରହିଲେ କଳହର ସମ୍ଭାବନା ରହିଛି। କଳା, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ ଓ ସାମ୍ବାଦିକତା, ରାଜନୀତି, ସଙ୍ଗଠନ କ୍ଷେତ୍ରରେ ପ୍ରତିଷ୍ଠାବନ୍ତ ହେବେ।
ବୁଧଙ୍କ ସୁପ୍ରଭାବରୁ ଆଜିର କର୍ମକ୍ଷେତ୍ରରେ ଫଳପ୍ରଦ ଆଲୋଚନା କରିବେ। ପାରିବାରିକ, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବା କାରଣରୁ ପରିବାରରେ ସାମୟିକ କଳହ ଦେଖାଦେଇପାରେ । ନିକଟ ସମ୍ପର୍କୀୟଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
ଆଜି ସାଧାରଣ କଥାକୁ କେନ୍ଦ୍ର କରି କଳହର ସମ୍ମୁଖୀନ ହୋଇପାରନ୍ତି। ଇଚ୍ଛା ନଥିଲେ ମଧ୍ଯ ଘରର କେତେକ ଅତ୍ୟାବଶ୍ୟକ ଜିନିଷଗୁଡ଼ିକୁ ଆଣିବାକୁ ବାଧ୍ଯ ହେବେ। କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖାଦେଇଥିବା କାରଣରୁ ମନ ବିଚଳିତ ଅବଶ୍ୟ ରହିବ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।
ମଙ୍ଗଳଙ୍କ ସୁପ୍ରଭାବରୁ ଆଜିର ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କିନ୍ତୁ ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି।
ଗତକାଲିଠାରୁ ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ପାରନ୍ତି। କର୍ମକ୍ଷେତ୍ରରେ ଈର୍ଷାପର ବନ୍ଧୁମାନେ ସମ୍ମୁଖରେ ନୀରବ ରହି ପଛରେ ବହୁତ କଥା କହିବେ।ଧନାଧିପଙ୍କ ଶୁଭତ୍ଵ କାରଣରୁ ଅର୍ଥାଭାବ କେତେକାଂଶରେ ଦୂରୀଭୂତ ହୋଇଯିବ। ଆତ୍ମୀୟ ସ୍ବଜନ କିମ୍ବା ଗୁରୁଜନଙ୍କ ସ୍ଵାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calender 2023

Comments

comments