OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Sunday 10th November 2024

Odia-Rashiphala

Odia-Rashiphala

କଠିନଶ୍ରମ ଓ ବିଶେଷ ଭ୍ରମଣଜନିତ ଦୈହିକ ଅସୁସ୍ଥତା ସାଙ୍ଗକୁ କମକ୍ଷେତ୍ରରେ ମାନସିକ ଚାପ ବୃଦ୍ଧି ପାଇବ। କଥା କଟାକଟିଜନିତ ପାରିବାରିକ ଅଶାନ୍ତିର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ ଉପର ଅଧିକାରୀଙ୍କୁ କୈଫିୟତ୍ ଦେବାକୁ ପଡ଼ିପାରେ। ବିଭିନ୍ନ ପ୍ରକାରର ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାମ ସ୍ଥଗିତ ରହିଯାଇପାରେ।
ସାମୂହିକ କଲ୍ୟାଣମୂଳକ କାମରେନିଜଲୋକମାନଙ୍କ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ସନ୍ଦେହି ମନ ହେତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖି ଅଶାନ୍ତ ରହିବେ । ଖାଦ୍ୟପେୟ ଠିକ୍ ନ ରହିବା କାରଣରୁ ସ୍ବାସ୍ଥ୍ୟହାନିର ଆଶଙ୍କା ରହିଛି। ବନ୍ଧୁଙ୍କ ପ୍ରରୋଚନାରେ ତୀର୍ଥାଟନ କଥା ଚିନ୍ତା କରିପାରନ୍ତି।
ପୁନର୍ବସୁ ନକ୍ଷତ୍ରର ଦୀର୍ଘଦିନପରେ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଖୁସି ହୋଇଯାଇପାରେ। ଅତୀତର ଅପୂର୍ଣ୍ଣ କାମକୁ ଆଜି ଅନ୍ୟମାନଙ୍କ ସାହାଯ୍ୟ ନେଇ ସମ୍ପୂର୍ଣ୍ଣ କରିବେ । ବନ୍ଧୁଙ୍କ ସହାୟତାରେ ଖୋଜୁଥ‌ିବା ଜିନିଷର ସନ୍ଧାନ ଡେରିରେ ମିଳିବ। ପରୋକ୍ଷ ଶତ୍ରୁତା ସାମୟିକ ଭାବରେ ଟେନ୍ସନ ସୃଷ୍ଟି କରିପାରେ।
ଆତ୍ମୀୟମାନେ, କର୍ମକ୍ଷେତ୍ରରେ ସହକର୍ମୀ ବିରୁଦ୍ଧାଚରଣ କରିପାରନ୍ତି। ନିଜ ଚତୁଃପାର୍ଶ୍ୱସ୍ଥ ଭଲ ସମ୍ପର୍କ ଥ‌ିବା ବ୍ୟକ୍ତିଙ୍କ କାମକୁ ପ୍ରାଥମିକତା ଦେଇ ପ୍ରଶଂସିତ ହେବେ। ମାନସିକ ସ୍ଥିରତା ଅବ୍ୟାହତ ରଖିଲେ ଉପକାର ପାଇବେ | ବରାଦ ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ।
ଉତ୍ତରାଫାଲଗୁନୀ ନକ୍ଷତ୍ରର ପଡ଼ୋଶୀ, ଅଧସ୍ତନ କର୍ମଚାରୀ ଓ ବନ୍ଧୁଙ୍କ ଦ୍ବାରା ସାହାଯ୍ୟ, ସହଯୋଗ ପ୍ରାପ୍ତ ହେବ। ଅତୀତ ଘଟଣାବଳୀର ସମୀକ୍ଷା କରିବା ସହ ନୂଆ ଯୋଜନା ଉପରେ ଗୁରୁତ୍ବ ଦେବେ । ଆବଶ୍ୟକତା ପରିପ୍ରେକ୍ଷୀରେ ଗୁଡ଼ାଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ। ବ୍ୟବସାୟିକ ଦିଗଟି ମନ୍ଦ ହେବନାହିଁ କିନ୍ତୁ ଋଣଗ୍ରସ୍ତ ହେବାକୁ ପଡ଼ିପାରେ।.
ଚିତ୍ରା ନକ୍ଷତ୍ରର ବିବାଦୀୟ ଚିନ୍ତା ଓ ବିଭିନ୍ନ ସମସ୍ୟା ମଧ୍ୟରେ ମୁଣ୍ଡ ଗରମ ରହିବ। ଟଙ୍କା, ପଇସାର ଅଭାବ ନ ଥିଲେ ମଧ୍ୟ କୌଣସି କାମ ମନଲାଖୁ ହେବନାହିଁ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କଲେ ସଫଳତା ପାଇବେ । ପୂର୍ବଶତ୍ରୁତାରୁ ମାନସିକ ବ୍ୟଥା ଅନୁଭବ କରିବେ ପୁନଶ୍ଚ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେବା ଠିକ୍ ହେବନାହିଁ।
ପାରିବାରିକ କ୍ଷେତ୍ରରେ ଅପ୍ରିୟ ସତ୍ୟ କହି ହଲ୍‌ଚଲ୍ ସୃଷ୍ଟି କରିବେ । ବିଶାଖା ନକ୍ଷତ୍ର ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା ପାଇଁ ପ୍ରସ୍ତୁତ ହେବେ। ବାଣିଜ୍ୟ, ପରିବହନ, ଗବେଷଣା, ଅନୁସନ୍ଧାନ, ଚୁକ୍ତିପତ୍ର, ଆନୁଷ୍ଠାନିକ ଆଲୋଚନା କାମ ସକାଶେ ଦିନଟି ସ୍ମରଣୀୟ ରହିବ। ଅର୍ଥନୈତିକ କ୍ଷେତ୍ରରେ କିଛିଟା ସମସ୍ୟା ଭିତରେ ଚଳିବାକୁ ବାଧ୍ୟ ହେବେ।
ଯାହା ହୋଇପାରିନାହିଁ ଆଜିହିଁ ତାହା ସମ୍ପନ୍ନ ହେବା ପାଇଁ ମାର୍ଗ ପ୍ରଶସ୍ତ ରହିବ। ବିଶ୍ୱସ୍ତ ସୂତ୍ରରୁ ଆଶା କରୁଥିବା ଖବର ପାଇ ସାମୟିକ ଆଶ୍ବସ୍ତି ଅନୁଭବ କରିପାରନ୍ତି। ସ୍ନାୟବିକ ଦୁର୍ବଳତା ଦେଖାଦେବା କାରଣରୁ ସାମାନ୍ୟ ଆଳସ୍ୟ ଅନୁଭବ କରିପାରନ୍ତି। ଅନୁରାଧା ନକ୍ଷତ୍ରର ସଭାସମିତିରେ ଆଲୋଚନା ଅସମାପ୍ତ ରହିପାରେ।
ଉତ୍ତରାଷାଢ଼ା ନକ୍ଷତ୍ର ଆଜି କାର୍ଯ୍ୟ ହାସଲ ଜନିତ ଆତ୍ମତୃପ୍ତି ଅନୁଭବ କରିବେ। ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗମୂଳକ ମନୋବୃତ୍ତି ଆପଣଙ୍କ ମନୋବଳ ବୃଦ୍ଧି କରିବ। ଆଜି ଆପଣ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ । ମଙ୍ଗଳଙ୍କ ଦୁର୍ବଳତା ପ୍ରଭାବରୁ ଜମିଜମା ସମସ୍ୟା କ୍ରମଶଃ ଜଟିଳ ହୋଇପାରେ।
ଶ୍ରବଣା ନକ୍ଷତ୍ର ଅଟକି ରହିଯାଇଥିବା କାମ ସକାଶେ ବେଶି ଚିନ୍ତା କରିବେ । ବନ୍ଧୁମାନଙ୍କ ପରାମର୍ଶରେ ନୂତନ ଯୋଜନା ପାଇଁ ନିଷ୍ପତ୍ତି ନେଇ ପାରନ୍ତି। ପାଖ ପଡ଼ୋଶୀଙ୍କ ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାକୁ ଭାବିଚିନ୍ତି କରିବା ଭଲ ହେବ । ସାମାନ୍ୟ କଥାରେ ସ୍ତ୍ରୀଙ୍କ ସହ ଯୁକ୍ତିତର୍କଜନିତ ମତ ପାର୍ଥକ୍ୟ ଦେଖାଦେଇପାରେ।
ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ସବୁ ସମୟରେ ପାଖରେ ରହୁଥ‌ିବା ବ୍ୟକ୍ତିଟିର ଅନୁପସ୍ଥିତି ମନକୁ ଚିନ୍ତାଶୀଳ କରିବ। ସ୍ୱାଧୀନ ଭାବେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ। ଅର୍ଥପ୍ରାପ୍ତି, ନିର୍ମାଣ, ଶେୟାର ବଜାର,ଜମିଜମା, ସାମ୍ବାଦିକତାରେ ପ୍ରଶସିତ ହେବେ। ପୂର୍ବଭାଦ୍ର ନକ୍ଷତ୍ର ପରିବାର ସଦସ୍ୟଙ୍କ ସହମତିରେ କାମ କରିବା ଭଲ।
ପୁରାତନ ରୋଗପୀଡ଼ା ଜନିତ ସମସ୍ୟା ସାଙ୍ଗକୁ ପାରିବାରିକ ଅବ୍ୟବସ୍ଥା ଜନିତ ମନ ଅଶାନ୍ତ ରହିବ। ରେବତୀ ମନ୍ଦ ଉଦ୍ଦେଶ୍ୟରେ କରିଥିବା ବନ୍ଧୁଙ୍କ ମିଥ୍ୟାଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ଅର୍ଥ ଲାଭ, ସଙ୍ଗୀତ ଚର୍ଚ୍ଚା, ଆନୁଷ୍ଠାନିକ କାମ, ବ୍ୟବସାୟ, ପରିବହନ ପାଇଁ ଅସୁବିଧା ହେବନାହିଁ। ନୂତନ ସ୍ଥାନ ପରିଦର୍ଶନ ସହ ଆତ୍ମୀୟଙ୍କ ମିଳନରୁ ଖୁସି ରହିବ।


For daily odia rashiphala visit our website daily in the morning. This is compiled from a trusted source.

Odia Calendar 2024

Comments

comments