![]() | ଆଜି ଆତ୍ମୀୟଙ୍କ ଉପରେ ଭୁଲ୍ ବୁଝାମଣା ହେତୁ ପାରିବାରିକ ସମସ୍ୟା ବଢ଼ିପାରେ । ପିଲାଙ୍କ କଥାକୁ କେନ୍ଦ୍ରକରି ମଧ୍ଯାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। ସମୟ ସୁବିଧା ନେଇ ବନ୍ଧୁଙ୍କ ପାଖରେ ଦୁଃଖ ଜଣାନ୍ତୁ ; ଅବଶ୍ୟ ଉପକୃତ ହେବେ | ପରକଥାରେ ପଡ଼ି ଭୁଲ୍ ମାର୍ଗର ଅନୁସରଣ କରିବେ । |
ସ୍ଥଗିତ ଥିବା କାମଟି ବନ୍ଧୁଙ୍କ ସାହାଯ୍ୟରୁ ପୁନଃ ଆରମ୍ଭ କରିବାକୁ ମନସ୍ଥ କରିବେ । ବନ୍ଧୁ ପରିଜନମାନଙ୍କ ସମ୍ବନ୍ଧରେ କୌଣସି ଶୁଭ ସମ୍ବାଦ ଶୁଣି ଖୁସି ହେବେ। ଦିନସାରା କଠୋର ପରିଶ୍ରମ ଜନିତ ରାତ୍ରିରେ ଅନିଦ୍ରାଜନିତ ପୀଡ଼ା ଅନୁଭବ କରିପାରନ୍ତି। ଯାତ୍ରାରେ କୌଣସି ଜିନିଷ ନେବାକୁ ଭୁଲି ଯାଇପାରନ୍ତି । | |
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବୁଝାମଣା ଭିତ୍ତିରେ କିମ୍ବା ସହମତିରେ କାମ କଲେ ଉପକୃତ ହେବେ। ପୁନଶ୍ଚ ଏହା ସାଙ୍ଗକୁ ପରିବାରରେ ମଧ୍ଯ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି ବିଶିଷ୍ଟ ବ୍ୟକ୍ତିଙ୍କ ସାନିଧ୍ଯରୁ ଲାଭବାନ୍ ହେବେ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସୁବିଧାରେ କାମ ହାସଲ କଷ୍ଟକର ହୋଇପଡ଼ିବ। | |
ଅତୀତର ସମସ୍ୟାଗୁଡ଼ିକର ସମୀକ୍ଷା କରି କାର୍ଯ୍ୟପନ୍ଥା ସ୍ଥିର କରିପାରନ୍ତି। ନିର୍ମାଣାଧୀନ ଗୃହ କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ଆଶଙ୍କା ରହିଛି। ବନ୍ଧୁଙ୍କ ମନରେ ବିଶ୍ବାସ ହେଲା ଭଳି କାମ କରି ନିଜର ଲକ୍ଷ୍ୟ ହାସଲରେ ସମର୍ଥ ହେବେ। ଯାନବାହନରେ ସତର୍କତା ବିଧେୟ | ଅନ୍ୟଥା ଯାନ୍ତ୍ରିକ ତୁଟି ସାମୟିକ ଯାତ୍ରାରେ ପ୍ରତିବନ୍ଧକ ସାଜିବ। | |
ଆଜି ଯେମିତି ଚାହୁଁଛନ୍ତି ସେହିଭଳି କାମ ସମ୍ପନ୍ନ ହେବାରେ ଅସୁବିଧା ହେବନାହିଁ। ଶୃମଜୀବୀମାନେ କଠିନ ପରିଶ୍ରମ କରି ଉଚିତ ପାରିଶ୍ରମିକ ପାଇବେ। ସାମାନ୍ୟ ବଚସାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ପିଲାମାନଙ୍କର କନ୍ଦଳକୁ କେନ୍ଦ୍ରକରି ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । | |
ସମସ୍ୟା ମଧ୍ଯରେ ଗତି କରୁଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଆନୁସଙ୍ଗିକ ସୁବିଧା ସୁଯୋଗ ପାଇ ପଡ଼ୋଶୀଙ୍କଠାରୁ କାମ ହାସଲ କରିବେ। ପାରସ୍ପରିକ ମତଭେଦ କାରଣରୁ ଅପରାହ୍ନେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଘଟିପାରେ। ସାହିତ୍ୟ, କଳା ଓ ରଚନାମ୍ବକ କାମରେ ସମସ୍ୟା ସମାଧାନ ହେବା ସାଙ୍ଗକୂ ଉଚ୍ଚ ପ୍ରଶଂସା ମଧ୍ଯ ପାଇବେ। | |
ମନକୁ ପାଇଲା ଭଳି ଜିନିଷମାନ କିଣିବାର ସୁଯୋଗ ପାଇବେ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ମନ ବ୍ରୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ, କିନ୍ତୁ ବିଶେଷ କ୍ଷତି ହେବ ନାହିଁ। ମାଲିମକଦ୍ଦମାରେ ନିଜ ପକ୍ଷ ସବଳ ରହିବା ହେତୁ ସାମୟିକ ଆଶ୍ଵସ୍ତି ଲାଭ କରିବେ । | |
ଆଜିର କର୍ମକ୍ଷେତ୍ର ଓ ପାରିବାରିକ ପରିସ୍ଥିତି ପ୍ରାୟତଃ ସ୍ବାଭାବିକ ରହିବ। ପ୍ରତ୍ୟେକ କଥାରେ ପଡ଼ୋଶୀଙ୍କ କଥାକୁ ବିଶ୍ବାସ କରି ହଇରାଣରେ ପଡ଼ିପାରନ୍ତି। ନୂଆ ଯୋଜନାକୁ ବାସ୍ତବ ରୂପ ଦେବାର ଯୋଜନା କଲେ ଅବଶ୍ୟ ସଫଳ ହେବେ। ସମସ୍ୟାର ସରଳ ସମାଧାନ କରି ପରୋକ୍ଷ ଭାବରେ ପ୍ରଶଂସିତ ହେବେ। | |
ସହକର୍ମୀଙ୍କ ସାମ୍ନାରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। କିନ୍ତୁ ପାରିବାରିକ କ୍ଷେତ୍ରରେ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାର ମଉକା ପାଇପାରିବେ । | |
ଆଜି ସକାଳୁ ଇଚ୍ଛା କରିଥିବା ଜିନିଷଟି ନ ପାଇବାରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ବନ୍ଧୁଙ୍କ ଅନାଦର ଭାବ ଯୋଗୁଁ ସାମୟିକ ମନ ଦୁଃଖ ଘଟିବ। କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ମଉଳି ଯାଇଥିବା ଆଶା ପୂଣି କଅଁଳି ଉଠିବାର ସୂଚନା ମିଳିପାରେ। ଯାତ୍ରା ସମୟରେ ସତର୍କତା ଅଭାବରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ । | |
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। କର୍ମକ୍ଷେତ୍ରରେ ନୀଚବ୍ୟକ୍ତି ଦ୍ବାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ନିଜ ଚତୁଃପାର୍ଶ୍ଵରେ ବିରୋଧ ମନୋଭାବ ପୋଷଣ କରୁଥିବା ଲୋକମାନେ ଶତ୍ରୁତା ଆଚରଣ କରିବେ। ତଥାପି ସ୍ତ୍ରୀଙ୍କ ସାହାଯ୍ୟ ଓ ଦୂରଦଶିତା ଗୁଣରୁ ମନୋବଳ ବୁଦ୍ଧି ପାଇବ । | |
କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ବ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ | ବିବାଦୀୟ ଘଟଣାରେ ଟେନ୍ସନ ଲାଗି ରହିଥିଲେ ମଧ୍ଯ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ। କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହି ନ ପାରେ । |
Odia Calendar 2023
Comments
comments