![]() | ସଫଳତାର ଆନନ୍ଦରେ ଆତ୍ମବିଭୋର ହେବେ,ଦିନଟି ଖୁସିବାସିରେ କଟିଯିବ। ଜଣାଶୁଣା ବ୍ୟକ୍ତିଙ୍କ ନିକଟରୁ ସମ୍ମାନ ଓ ସଦିଚ୍ଛା ସାଙ୍ଗକୁ ହିତୈଷୀଙ୍କ ସ୍ନେହ ଆଦରରେ ସବୁ ଦୁଃଖ ଭୁଲିଯିବେ। ଅକୁହା କଥାକୁ ସହକର୍ମୀଙ୍କ ଆଗରେ ବଖାଣି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ଆନୁଷ୍ଠାନିକ କାମରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବ | |
ବଡ଼ପଣିଆ ମନରେ ରହିବ ସିନା, ହାତ ଖାଲି ହେତୁ କାମରେ ରଖିପାରିବେ ନାହିଁ। ଅଯଥା ଗୁଡ଼ାଏ ଭାବନାକୁ ନେଇ ବ୍ୟସ୍ତ ସିନା ହେଉଛନ୍ତି, କିନ୍ତୁ ସେପରି କିଛି ଅସୁବିଧା ହେବ ନାହିଁ। ବାଣିଜ୍ୟ, ବ୍ୟବସାୟ, ଗମନାଗମନ କ୍ଷେତ୍ରରେ ସମସ୍ୟା ଦୂର ହେବ।କଳହରୁ ଦୂରେଇ ନ ରହିଲେ ବନ୍ଧୁ ସମ୍ପର୍କକୁ କ୍ଷୁର୍ଣ୍ଣ କରିପାରନ୍ତି | | |
ସମସ୍ତଙ୍କୁ ଏକା ସମୟରେ ସନ୍ତୁଷ୍ଟ କରିବାକୁ ଯାଇ ପ୍ରତିବନ୍ଧକର ସାମ୍ନା କରିବେ। କର୍ମକ୍ଷେତ୍ର ବିଫଳତା ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ ସକାଶେ ମନ ବଳାଇବେ। ଜମିଜମା, ଯାନବାହନ, ଲେଖାପଢ଼ା କ୍ଷେତ୍ରରୁ ଉପକୃତ ହେବେ | | |
ଦୀର୍ଘ ଦିନରୁ ପ୍ରତୀକ୍ଷିତ କୌଣସି ଗୁରୁତ୍ବପୂର୍ଣ୍ଣ ଖବର ପାଇ ଭାବ ବିଭୋର ହେବେ। ଆଜି ଏକାଧାରରେ ଅର୍ଥ, ସମ୍ମାନ, କାର୍ଯ୍ୟସିଦ୍ଧିର ବାର୍ତା ବହନ କରି ପାଖେଇ ଆସିବ। ଗତକାଲିର ଆଲୋଚନା ଅନୁସାରେ ସହମତି ନେଇ କୃତକାର୍ଯ୍ୟ ହେବେ ।ସାହିତ୍ୟ, ସଂସ୍କୃତି, କଳା, କାରିଗରି କାମରେ ଉତ୍ସାହିତ ହେବେ । | |
ଆଜି ଖର୍ଚ୍ଚାନ୍ତ ହୋଇ ଚେଷ୍ଟା କରୁଥିବା କାର୍ଯ୍ୟ ସାଧନ କରିବେ। ନିକଟ ସମ୍ପର୍କୀୟମାନଙ୍କ ଅସହଯୋଗ ସତ୍ତ୍ବେ ଏ ଆପଣ ପ୍ରତିକୂଳ ପରିଯ୍ଥିତିରେ ମଧ୍ଯ ନିଜକୁ ନିୟନ୍ତ୍ରଣ ମଧ୍ଯରେ ରଖିବା ପାଇଁ ସମର୍ଥ ହେବେ। ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ନଷ୍ଟ ହୋଇପାରେ। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ । | |
କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ମଧ୍ଯାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। ବନ୍ଧୁମାନଙ୍କର ପକ୍ଷପାତିତା କାମକୁ ଅପସନ୍ଦ କରିପାରନ୍ତି ଗୃହ ନିର୍ମାଣ, ପରିବହନ କ୍ଷେତ୍ରରେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। | |
ସ୍ବାସ୍ଥ୍ୟ ଅପରିବର୍ତ୍ତିତ ରହିବ ଓ କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇପାରିବ । ଅଭାବ ନ ଥାଇ ମଧ୍ଯ ଭୁଲ୍ ବୁଝାମଣାରୁ ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ। ଅନ୍ୟମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ଯ ସଫଳ ହେବେ ନାହିଁ। ଅଫିସ୍ କାମରେ ନିଜର ଅବହେଳାଜନିତ ମୃଦୁ ଗୁଞ୍ଜରଣ ଶୁଣିବାକୁ ପାଇବେ। | |
ପ୍ରତ୍ୟେକ କାମରେ ସଫଳତା ପାଇଲେ ମଧ୍ଯ ନିର୍ଦ୍ଦିଷ୍ଟ ସମୟ ମଧ୍ଯରେ ସମ୍ପନ୍ନ ନ ହେବାରୁ ଅସନ୍ତୁଷ୍ଟ ରହିବେ। ଅଯଥା ରାଗି ସମ୍ପର୍କ ଖରାପ କଲା ଭଳି କିଛି କାମ କରନ୍ତୁ ନାହିଁ। ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣ ଦ୍ରବ୍ୟ ନଷ୍ଟ କିମ୍ବା ହାନୀ ଘଟିପାରେ। ସାହିତ୍ୟ ଓ ସଙ୍ଗୀତ, ନୃତ୍ୟ, କଳା ଓ ବକ୍ତୃତା କ୍ଷେତ୍ରରେ ସୁନାମ ଅର୍ଜନ କରିବେ। | |
ଅଧିକାଂଶ କ୍ଷେତ୍ରରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସମ୍ଭାବନା ରହିଛି। ରାଜନୈତିକ କ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ। ସଭାସମିତିରେ ବନ୍ଧୁଙ୍କୁ ଆପ୍ୟାୟିତ କରିପାରନ୍ତି। | |
ଅନ୍ୟମାନଙ୍କ ପ୍ରରୋଚନାରେ ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଚେଷ୍ଟା କରୁଥିବା କାମ ପ୍ରତିବନ୍ଧକ ମଧ୍ଯରେ ଅଟକି ରହିପାରେ। ପ୍ରତିଦ୍ବନ୍ଦିତା କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ କଚେରି ମାମଲା ସପକ୍ଷରେ ଯିବ। ପରିବହନ,ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ, ଶିକ୍ଷାରେ ସଫଳତା ଲାଭ କରିବେ। | |
ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍ ଦୂର ଯାତ୍ରା କରିବା ପାଇଁ ମନ ବଳାଇବେ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ, ଯାହାକି ମାନସିକ ସ୍ଥିତିକୁ ଦୋହଲାଇ ଦେବ |ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କଲେ ମଧ୍ଯ ନୀରବ ରହିବାକୁ ବାଧ୍ଯ ହେବେ। ବ୍ୟବସାୟ ଦିଗଟି ମନ୍ଦ ହେବନି, ତଥାପି ମନରେ ଅସନ୍ତୋଷ ଭରି ରହିବ। | |
ଆଜି ଆପଣ ଯାହାକୁ ଯାହା କହିବେ ତାହାକୁ ଅନ୍ୟମାନେ ଖୁସି ମନରେ ଗ୍ରହଣ କରିବେ। ଶିଳ୍ପ ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଦୀର୍ଘଦିନର ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଅନ୍ୟ ଦ୍ବାରା ପ୍ରଭାବିତ ହୋଇ ପରକଥାରେ ପଡ଼ି ଭୁଲ ମାର୍ଗର ଅନୁସରଣ କରି ଅନୁତପ୍ତ ହୋଇପାରନ୍ତି। |
Odia Calender 2023
Comments
comments