OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 9th December 2023

Odia Rashiphala

Odia Rashiphala

ଆଜିର କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ଯ କେତେକ କାମ କରିବାକୁ ବାଧ୍ଯ ହେବେ। ଆକସ୍ମିକ ଭାବରେ ଅନ୍ୟ ଦ୍ବାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ସରକାରୀ ସ୍ତରରୁ ଅପେକ୍ଷା କରିଥିବା ଖବରଟି ମଧ୍ଯାହ୍ନପରେ ପାଇବେ। ସାମାଜିକ ସ୍ତରରେ ଆଦର ଅଭ୍ୟର୍ଥନା ମିଳିବ ଏବଂ ସବୂରି ସଦିଚ୍ଛା ମିଳିବ।
ପାରସ୍ପରିକ ଦୋଷଦର୍ଶିତା ହେତୁ ପାରିବାରିକ ପରିସ୍ଥିତି ଗୋଳମାଳିଆ ରହିବ। ବେପରୁଆ କାର୍ଯ୍ୟକଳାପ ସକାଶେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି । ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ । ଅଭାବ ପୂରଣ ଦିଗରେ ଚେଷ୍ଟିତ ହେବେ, ଅବଶ୍ୟ କିଛି ରିହାତି ମିଳିବ |
ବନ୍ଧୁଙ୍କ ଶ୍ଳେଷାତ୍ମକ କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ। ହାତକୁ ନେଇଥିବା କାମଟି ବିଳମ୍ବରେ ହେବାରୁ ମନରେ ଶାନ୍ତି କିମ୍ବା ସନ୍ତୋଷ ଆସିବ ନାହିଁ। ବ୍ୟବସାୟରେ ଶାଖା ପ୍ରଶାଖା ଖୋଲିବାର ପ୍ରଯନ୍‌ କରିବେ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି ।
ପାରିବାରିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଏବଂ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ, ମାତ୍ର ସମସ୍ୟା ଛାଡିବ ନାହିଁ | ରାଜନୀତିରେ ନେତୃତ୍ବ ନେଇ ପ୍ରଶଂସିତ ହେବେ ।
ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ଏ ବାସ୍ତବରେ ସେପରି କିଛି ହେବନି। ପାରିବାରିକ କ୍ଷେତ୍ରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଧାର ସୂତ୍ରରେ ଅର୍ଥ ସଂଗ୍ରହ କରିବେ ଏବଂ ଆବଶ୍ୟକ ମନେକରୁଥିବା ଜିନିଷ ସମୂହକୁ କିଣିପାରିବେ |
ଆର୍ଥିକ ସମସ୍ୟାକୁ ସୁଧାରି ନେବେ ଏବଂ କର୍ମକ୍ଷେତ୍ର ସ୍ବାଭାବିକ ରହିବ। ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁ ଚିନ୍ତା କରିଥିବା କାମଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ ।
ଦ୍ବନ୍ଦରେ ପଡ଼ି ସହକର୍ମୀମାନଙ୍କ ଦୃନ୍ଦୁଯୁକ୍ତ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ। ବିଶେଷ କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ମଧ୍ଯ ଠିକ୍‌ ରହିବ ନାହିଁ। ଚିତ୍ରା ନକ୍ଷତ୍ର ସୁଯୋଗ ହରାଇ ମୁଣ୍ଡରେ ହାତ ଦେଇ ବସିବେ।
ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ନିନ୍ଦିତ ହେବେ। ଅଭାବ ସୁଧାରିବା ପରିପ୍ରେକ୍ଷୀରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ପାରିବାରିକ ସମସ୍ୟାର ସମାଧାନ କରିବା ସକାଶେ ବନ୍ଧୁମାନଙ୍କ ସହଯୋଗ ଆଶା କରିବେ।
ସମସ୍ତ ପ୍ରକାର ଅଭିଳାଷକୁ ପୂରଣ କରିବା ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହେବ। ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଦୀର୍ଘଦିନର ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରି ଶାନ୍ତିରେ ନିଃଶ୍ବାସ ମାରିବେ। ଖଳଲୋକମାନଙ୍କ ହାବୁଡ଼ରୁ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି |
ଆଜିହିଁ ସମ୍ପୂର୍ଣ କରିବାକୁ ଭାବୁଥିବା କାମଟି ପୁର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ଜମିଜମା ବିବାଦ କ୍ରମଶଃ ଜଟିଳ ଆକାର ଧାରଣ କରିବାର ଆଶା କରାଯାଇପାରେ। ପାରିବାରିକ କ୍ଷେତ୍ର କେତେକାଂଶରେ ଉନ୍ନତ ରହିବ। ପ୍ରତ୍ୟେକ କ୍ଷେତ୍ରରେ ନିଜର ସୀମା ଭିତରେ ଜଗି ରଖି ଚଳିବା ଭଲହେବ।
ପ୍ରତ୍ୟେକ କ୍ଷେତ୍ରରେ ସୁଯୋଗ ଛାଏଁ ଆସିବ। ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ହାସଲ କରିବେ। ବ୍ୟବସାୟିକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାର ଆଶଙ୍କା ରହିଛି। ପାରିବାରିକ ସ୍ତରରେ ଅଯଥା ମୂଲ୍ୟହୀନ କଥାକୁ ଗୁରୁତ୍ବ ଦେଇ ଶୋକାକୁଳ ରହିବେ ।
ହାତକୁ ନେଇଥିବା କାମଗୁଡ଼ିକ ଅବଶ୍ଯ ସମ୍ପନ୍ନ କରିବେ, କିନ୍ତୁ ଏଥିସକାଶେ କଠିନ ପରିଶ୍ରମ କରିବାକୁ ପଡ଼ିବ। ସାହିତ୍ୟ, ଗବେଷଣା, ଆଲୋଚନା, ସାମ୍ବାଦିକତାରେ ପ୍ରଶଂସିତ ହେବେ। ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିପାରେ। ଇର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନପାରି କଟୁ ମନ୍ତବ୍ୟ ଦେଇପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments