OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 8th July 2023

Odia Rashiphala

Odia Rashiphala

କୃର୍ତ୍ତିକା ନକ୍ଷତ୍ର ଖାଲି ଭାବୁଥିବେ ସିନା ମୁହଁଖୋଲି କିଛି କହିପାରିବେ ନାହିଁ। କୃତିତ୍ବସମ୍ପନ୍ନ ପିଲାମାନଙ୍କ ଗୌରବରେ ଗୌରବାନ୍ଵିତ ହୋଇପାରନ୍ତି। ବହୁତ ଦିନରୁ ସାଇତିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ଅବହେଳାରେ ଅଟକି ଯାଇଥିବା କାମ ପାଇଁ ଅନ୍ୟମାନଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ ।
ଆବଶ୍ୟକ ସମୟରେ ପରୋକ୍ଷ ଶତ୍ରୁତା କଲେ ବନ୍ଧୁମାନେ ସାହାଯ୍ୟ ଦେବା ସକାଶେ ଆଗେଇ ଆସିବେ। ରୋହିଣୀ ନକ୍ଷତ୍ର ସକାଶେ ଦୀର୍ଘଦୀନରୁ ପ୍ରତୀକ୍ଷା କରିଥିବା ଖବରଟି ଆଜି ପାଇପାରନ୍ତି ଶିଳ୍ପ, ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି। ପୁରାତନ ରୋଗ
ଉପଶମ ହେବା କାରଣରୁ ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ଆଜି କାର୍ଯ୍ୟସାଧନ ପାଇଁ ପ୍ରତିକୂଳ ସମୟ ହେଲେ ମଧ୍ଯ ଅନ୍ୟାନ୍ୟ ଦିଗ ସମସ୍ୟାମୁକ୍ତ ରହିବ। ପୁନର୍ବସୁନକ୍ଷତ୍ର ପାରିବାରିକ କ୍ଷେତ୍ରରେ ଥିବା ସମସ୍ୟା ଗୁଡ଼ିକର ଆଶୁ ସମାଧାନ ହୋଇଯିବ। ବିତର୍କୀୟ ପରିସ୍ଥିତିରେ ବନ୍ଧୁଙ୍କ ପ୍ରତିଦ୍ବନ୍ଦି ପାଇ ଆଶ୍ଵସ୍ତି ଅନୁଭବ
କରିପାରନ୍ତି। କର୍ମକ୍ଷେତ୍ରରେ ଜଣେ ବ୍ୟକ୍ତିଙ୍କ ସହାନୁଭୂତି ଲାଭ କରିବେ।
ସାଧାରଣ ଛୋଟବଡ଼ ସମସ୍ୟା ରହିଲେ ମଧ୍ଯ ବିଶେଷ କିଛି ଅସୁବିଧା ରହିବ ନାହିଁ। ପାରିବାରିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ। ସହକର୍ମୀ, ପଡ଼ୋଶୀ ସହାନୁଭୂତି ଦେଖାଇବେ | ଆର୍ଥିକ ଅନଟନ କର୍ମକ୍ଷେତ୍ରକୁ ମନ୍ଥର କରିପାରେ କିନ୍ତୁ କାମ ଅଟକିବ ନାହିଁ। ଅଶ୍ଳେଷା ନକ୍ଷତ୍ରର ମାଲି ମକଦ୍ଦମା ଜନିତ ସମସ୍ୟା ସମାଧାନ ହେବାର ଅନୁକୂଳ ସୂଚନା ପାଇବେ।
ନିଜ ଦାୟିତ୍ବରେ ରହିଥିବା କାମ ସମ୍ପୂର୍ଣ୍ଣ କରିବା କାରଣରୁ ମନ ହାଲୁକା ରହିବ। ପୂର୍ବାଫାଲଗୁନୀ ଘରୋଇ କଥାରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି। ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ ଓ ସମସ୍ୟା ସମାଧାନ ହେବ। ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିବ।
ପ୍ରତ୍ୟେକ ପ୍ରକାରର ପ୍ରତିବନ୍ଧକକୁ ପ୍ରତିହତା କରିବାରେ ସମର୍ଥ ହେବେ। କିନ୍ତୁ ଉତ୍ତରାଫାଲଗୁନୀ ନକ୍ଷତ୍ରର ମାନସିକ ଓ ଶାରୀରିକ ସୁସ୍ଥତା ପୂର୍ଣ୍ଣତଃ ରହିବ ନାହିଁ। ବ୍ୟବସାୟ, ବାଣିଜ୍ୟ, ପ୍ରଶାସନ, ପ୍ରକାଶନ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ
ଫଳ ପାଇବେ। ପାରିବାରିକ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ ।
ଚିତ୍ରା ନକ୍ଷତ୍ର ସକାଶେ ଶତ୍ରୁତା ଓ ଶାରୀରିକ : ଅସୁସ୍ଥତା ମଧ୍ଯ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିବ। ବନ୍ଧୁଙ୍କ ଆଚରଣରେ କିଛିଟା ପରିବର୍ଭନ ମନକୁ ବିଭ୍ରାନ୍ତିକର ପରିସ୍ଥିତିରେ ପକାଇପାରେ। ବନ୍ଧୁଙ୍କ ଆସିବା ବାଟକୁ ଚାହିଁ ଚାହିଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ଅବଶ୍ୟ ବାଣିଜ୍ୟ ଓ ବ୍ୟବସାୟିକ ସଫଳତାରୁ ଆନନ୍ଦିତ ହେବେ ।
କୌଣସି ବିଷୟରେ ବିଶେଷ ଭାବପ୍ରବଣ ହେବା ଦ୍ବାରା ଓଲଟା ଫଳ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଅନାବଶ୍ୟକ କଥା କିମ୍ବା ବାଚାଳତା ପରିହାର କରିବା ଠିକ୍‌ ହେବ। ଅନୁରାଧା ନକ୍ଷତ୍ର କେତେକ କ୍ଷେତ୍ରରେ ଫାଇଦା ହାସଲ ପାଇଁ ମିଥ୍ୟାର ଆଶ୍ରୟ ନେଇପାରନ୍ତି।ଏକାଧିକ କାମରେ ମନଦେଇ ଥିବା ହେତୁ ଟେନସନ୍‌ ବଢ଼ିପାରେ ।
ପ୍ରତିକୂଳ ସମୟ ଅତିକ୍ରାନ୍ତ ନ ହେବା କାରଣରୁ ମାନସିକ ସ୍ତରରେ ଉଦ୍‌ବେଗର ଅନ୍ତ ଘଟିବ ନାହିଁ। ଯେଉଁ ବିଷୟ ସକାଶେ ଆଶଙ୍କା ରହିଛି ତାହା ଦୀର୍ଘଦିନ ରହିପାରେ। ମୂଳା ନକ୍ଷତ୍ର ହିସାବୀବୁଦ୍ଧି ହେତୁ ବନ୍ଧୁ ଗହଣରେ ସମାଲୋଚିତ ହେବାକୁ ପଡ଼ିପାରେ। ନିର୍ମାଣ, ସଭାସମିତି, ଶିଳ୍ପ, ବାଣିଜ୍ୟ ଓ ପରିବହନରେ ପ୍ରତିଦ୍ଧନ୍ଦ୍ରିତା ଲାଗି ରହିବ।
କର୍ମକ୍ଷେତ୍ର ବ୍ୟସ୍ତବହୁଳ ରହିବା ହେତୁ ମନରେ ସ୍ଥିରତା ରହିବ ନାହିଁ। ଶ୍ରବଣା ନକ୍ଷତ୍ର ପରିସ୍ଥିତିକୁ ସୁଧାରିବାକୁ ଯାଇ ଧାର କରଜ କରି କାମ ତୁଲାଇ ନେବେ। ସମ୍ପର୍କୀୟମାନେ ଆଗରେ ଭଲକଥା କହି ପଛରେ କୁତ୍ସାରଟନା କରିପାରନ୍ତି ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି
ଘଟିବା କାରଣରୁ ସାମୟିକ ଆଶ୍ଵସ୍ତି ଅନୁଭବ କରିବେ।
ଆଜିର ଯାତ୍ରାରେ କାର୍ଯ୍ୟସିଦ୍ଧି ହେବ, କିନ୍ତୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ବନ୍ଧୁଙ୍କ ମନଧରି କାମଟି କରାଇନେବେ, ମାତ୍ର ସହଜରେ ସାଧିତ ହେବ ନାହିଁ। ପରିବାରରେ ପୂର୍ବାବସ୍ଥା ଲାଗି ରହିଲେ ମଧ୍ଯ ବିଶେଷ ଚିନ୍ତାର କାରଣ ନାହିଁ। ପୂର୍ବଭାଦ୍ରବ ନକ୍ଷତ୍ର ସନ୍ତାନଙ୍କ କାମରେ ସନ୍ଧୁଷ୍ଟ ହୋଇପାରିବେ ନାହିଁ ।
କୌଣସି କାମରେ ଠିକ୍‌ ନିଷ୍ପତ୍ତି ମଧ୍ଯ ନେଇ ପାରିବେ ନାହିଁ। ନିଜ ପରିବାରରେ ଉପୁଜିଥିବା ସମସ୍ୟାକୁ ସମାଧାନ କରିବାରେ ବନ୍ଧୁଙ୍କ ଦ୍ବାରସ୍ଥ ହେବାକୁ ପଡ଼ିବ। ଅଫିସରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ରେବତୀ ନକ୍ଷତ୍ରର ବିବାଦୀୟ
ଘଟଣା ଟିକିଏ ଜଟିଳ ଆଡ଼କୁ ଗତିକରିପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments