OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 29th July 2023

Odia Rashiphala

Odia Rashiphala

ଆଜି ସକାଳୁ ବନ୍ଧୁଙ୍କ ସହାନୁଭୂତିସୂଚକ କଥାରେ ହୃଦୟ ବିଗଳିତ ହୋଇଯିବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରୁଥିବା ଦିଗରୁ ଅଧିକ ଅର୍ଥ ପାଇ ଖୁସି ହେବେ। କୃତ୍ତିକା ନକ୍ଷତ୍ର ନୂତନ ଯୋଜନା କ୍ଷେତ୍ରରେ ଉଚ୍ଚ ଆଶା ଧରି ଆଗେଇବେ। କଳା, କ୍ରୀଡ଼ା, ସାହିତ୍ୟ, ଚଳଚ୍ଚିତ୍ର ତଥା ସାମାଜିକ ସ୍ତରରେ ସାହାଯ୍ୟ, ସହଯୋଗ, ସମ୍ମାନ ପାଇ ଖୁସି ହେବେ |
ଆଜି ଯାହା କରିବା ପାଇଁ ଭାବୁଥିବେ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ପରିସ୍ଥିତି ବଦଳି ଯାଇପାରେ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କରି ଅନୂତପ୍ତ ହେବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ଯ ଅସୁବିଧା ହେବନାହିଁ। ମୃଗଶିରା ନକ୍ଷତ୍ର ସମ୍ପର୍କ ହାନି କାରଣରୁ ମାନସିକ ଅସ୍ଥିରତା ଅନୁଭବ କରିବେ।
ଆଜି ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ସଫଳତା ପାଇବେ ନାହିଁ। ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନର ଆଶା କ୍ଷୀଣ ହୋଇପାରେ। ଆରଦ୍ରା ନକ୍ଷତ୍ର ସମସ୍ତ ସୁବିଧା ଓ ସୁଯୋଗ ଲାଭ କରି କାମ ହାସଲ କରିବେ।
ଭାବପ୍ରବଣତାର ବଶବର୍ତ୍ତୀ ହୋଇ କୌଣସି କାମ କରି ପରେ ଅନୂତାପ କରିବାକୁ ପଡ଼ିବ। କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ନିଜ ଲୋକଙ୍କଠାରୁ ମଧ୍ଯ ସହଯୋଗ ପାଇବେନି। ଆଜି ପୁନର୍ବସୁ ନକ୍ଷତ୍ର ସାହିତ୍ୟ, ସାମ୍ବାଦିକତା, ଅନୁସନ୍ଧାନ, ପ୍ରଶାସନିକ ସତି ଭଲ ରହିବ। ବ୍ୟବସାୟ ଅଧିକ ନ ହେଲେ ମଧ୍ଯ ମନ୍ଦ ହେବନାହିଁ।
କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା କୌଣସି ସୂତ୍ରରୁ ଅର୍ଥାଗମ ସମ୍ଭାବନା ରହିଛି। ମାନସିକ ସ୍ତରରେ କିଛି ଦୁଃଖ ରହିଥିଲେ ମଧ୍ଯ ଆବଶ୍ୟକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ପାଇଁ ଦିନଟି ବହୁତ ଭଲ ପୂର୍ବାଫାଲଗୁନୀ ନକ୍ଷତ୍ର ପାରିବାରିକ ସମସ୍ୟାର ସମାଧାନ ଦିଗରେ ଚେଷ୍ଟିତ ହେବେ ।
ଆଜି ହସ୍ଥା ନକ୍ଷତ୍ର ବନ୍ଧୁମାନଙ୍କ ସହାୟତାରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ। ଫେରିବା ବାଟରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦ ମୁକ୍ତ ହେବେ। କଥା କଟାକଟି ପରିପ୍ରେକ୍ଷୀରେ କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ପାରିବାରିକ ଦିଗରୁ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିବେ।
ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ଯ ଲାଭକରି ଉଚ୍ଚସ୍ତରରୁ କିମ୍ବା ସଭାସମିତିରୁ ସମ୍ମାନିତ ହେବେ। ପରିବାରରେ ଦାୟିତ୍ବ କ୍ରମେ ବୃଦ୍ଧି ପାଇବ ଏବଂ ଅଯଥା ବିଭିନ୍ନ କଥାରେ ମନ ବିଚଳିତ ରହିପାରେ। ବିଶାଖା ନକ୍ଷତ୍ର ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ଭୁଲ୍‌ ବୁଝାମଣାରେ ପାଖ ପଡ଼ୋଶୀମାନେ ହତାଦର ମନୋଭାବ ପୋଷଣ କରିବେ।
ସମସ୍ୟା ଆସିଲେ ମଧ୍ଯ ତାହାର ସମାଧାନର ଉପାୟ ବାହାର କରିବାରେ ସଫଳ ହେବେ। ବ୍ୟବସାୟ ବୃଦ୍ଧି ପାଇବା ସାଙ୍ଗକୁ ଆର୍ଥିକ ସ୍ଵଚ୍ଛଳତା ଫେରିପାଇବେ। ଅନୁରାଧା ନକ୍ଷତ୍ର ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ ଏବଂ କୌଣସି ପ୍ରୋଗାମ କରିବାର ମସୁଧା କରିପାରନ୍ତି ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ଯ କାର୍ଯ୍ୟ ସାଧନ କରିବେ।
କର୍ମବ୍ୟସ୍ତତା ମଧ୍ଯରେ ସ୍ବାସ୍ଥ୍ୟ ପ୍ରତି ଅବହେଳା କରି ଅନୁତାପ କରିବାକୁ ପଡ଼ିପାରେ । ରାଜନୀତି, ସଂଗଠନ, କର୍ମଶାଳା, ସଙ୍ଗୀତ ସମାରୋହ, ମନୋରନ କାର୍ଯ୍ୟକ୍ରମ କ୍ଷେତ୍ରରେ ଶୁଭଫଳ ପାଇବେ। ପରିବାର ଭିତରେ ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ ।
ବିଭିନ୍ନ ଦିଗରୁ ସାହାଯ୍ୟ ଓ ସହଯୋଗ ଲାଭକରି ଉପକୃତ ହେବେ। କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧ ହେତୁ ଈର୍ଷାପରାୟଣ ବ୍ୟକ୍ତିଙ୍କ ଟେନ୍‌ସନ ବଢ଼ିଯିବ । ସଭାସମିତି, ଲେଖାପଢ଼ା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଚୁକ୍ତିପତ୍ରରୁ ଶୁଭଫଳ ପାଇବେ। ଶ୍ରବଣା ନକ୍ଷତ୍ର ବନ୍ଧୁଙ୍କଠାରୁ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ ।
ଅନ୍ୟମାନଙ୍କ ସାହାଯ୍ୟ ନେଇ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତି ନେବେ। ଶତଭିଷା ନକ୍ଷତ୍ର ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। କୌଣସି ଆଲୋଚନାରେ ସାଧାରଣ କଥାକୁ ନେଇ ବନ୍ଧୁ କ୍ଷୁବ୍ଧ ହୋଇପାରନ୍ତି।
ଆଜି ପାରିବାରିକ ଜୀବନରେ ମଧ୍ଯ ଆନନ୍ଦର ଲହରି ସୃଷ୍ଟି କରିପାରେ। ଉତ୍ତରଭାଦ୍ର ନକ୍ଷତ୍ରର ପ୍ରତ୍ୟୁଷ ଯାତ୍ରା ଓ ବାଣିଜ୍ୟ ଏବଂ ପରିବହନ ସକାଶେ ଦିନଟି ବହୁତ ଭଲ। ମାଲିମକଦ୍ଦମା ତଥା ବିବାଦୀୟ ଓ ଅମୀମାଂସିତ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments