OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 27th October 2023

Odia Rashiphala

Odia Rashiphala

ଆଜି କୌଣସି ଅସୁବିଧା ନ ଥିଲେ ମଧ୍ଯ ପରିବାରର କିଛି ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିବେ। ପରସ୍ପର ପଡ଼ୁ ନ ଥିବା ଭାଇଙ୍କ କଥା ମନକୁ ଆନ୍ଦୋଳିତ କରିପାରେ। ପରକୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି ସମସ୍ୟା ଦେଖାଦେଇପାରେ। ଅପରାହ୍ନେ ବନ୍ଧୁଙ୍କ ଆଗମନରେ କିଛି ସମୟ ଅତିବାହିତ କରି ଖୁସି ରହିବେ ।
ବିଭିନ୍ନ ପ୍ରକାରର ଘରୋଇ ସମସ୍ୟା ମଧ୍ଯରେ ଅଣନିଃଶ୍ବାସୀ ହୋଇ ବ୍ୟତିବ୍ୟସ୍ତ ହୋଇପାରନ୍ତି। ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ବନ୍ଦ୍ବ ଦୂର ହେବ। ପୂର୍ବ ଯୋଜନା ଅନୁଯାୟୀ କାମ କରି କିଛିଟା ସଫଳତା ମଧ୍ଯ ପାଇବେ। ମଧୁର କଥା ଦ୍ବାରା ଅନ୍ୟକୁ ଆପ୍ୟାୟିତ କରି କାମ ହାସଲ କରିବେ।
ଅସୁବିଧାବଶତଃ କେତେକ କାମ ଅଟକିରହିଥିବା କାରଣରୁ ସେହିକଥା ଭାବି ଭାବି ଅନ୍ୟମନସ୍କ ରହିପାରନ୍ତି। ପରିବାରରେ ମତାନ୍ତରରୁ ବିତର୍କ ସୃଷ୍ଟି ଜନିତ ଅଶାନ୍ତ ରହିପାରନ୍ତି। ଅର୍ଥଭାବ ହେତୁ କେତେକ କାମ ପୂର୍ଣ୍ବାଙ୍ଗ ହେବା କଷ୍ଟକର ହୋଇପଡିବ। ଆମତ୍ମୀୟମାନଙ୍କ ବେଖାତିର ମନୋଭାବ ହେତୁ କ୍ଷୁବ୍ଧ ହୋଇପାରନ୍ତି।
ଆଜିର ଯାତ୍ରା, ଆଲୋଚନା, ବନ୍ଧୁ ସମ୍ପର୍କ ଦିଗରୁ ଦିନଟି ଭଲ ରହିବ। କର୍ମକ୍ଷେତ୍ରରେ ଅସୁବିଧା ଭୋଗିବେ ଏବଂ କାରଣ ନ ଥାଇ ମଧ୍ଯ ଦୋଷୀ ସାବ୍ୟସ୍ତ ହେବେ। ମନ ଏ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପୁର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। କଳା, ସାହିତ୍ୟରେ ଉନ୍ନତି କରିବେ ଏବଂ ବାଣିଜ୍ୟ, ବ୍ୟବସାୟରେ ଲାଭବାନ ହେବେ।
ଆଜି ଅଫିସରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ସୁଯୋଗ ପାଇଲେ ମଧ୍ଯ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ। ଅନେକାଂଶରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ବନ୍ଦ୍ରର ସମ୍ମୁଖୀନ ହୋଇପାରନ୍ତି। ସାହିତ୍ୟ, କଳା ଓ ରଚନାମ୍ବକ କାମରେ ଉଚ୍ଚ ପ୍ରଶଂସା ମିଳିବ।
ଅନ୍ୟମାନଙ୍କଠାରୁ ଶୁଣାକଥାକୁ ବିଶ୍ବାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ। ଆପଣଙ୍କ ଅନୁରୋଧ ରକ୍ଷାକରି ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ। ବନ୍ଧୁଙ୍କ ସହ ଆଲୋଚନା ପରେ କର୍ମକ୍ଷେତ୍ରରେ ରହିବା ଟେନସନ୍‌ ଦୂର ହେବ।
ଆଜି ପରିବାରରେ ଅଶାନ୍ତି, ପରିବହନରେ ଝଗଡ଼ା, ବ୍ୟବସାୟରେ କ୍ଷତି, ଯାନବାହନରୁ ଆଘାତର ଆଶଙ୍କା ଦେଖାଦେଇପାରେ । କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ବିଶୃଙ୍ଖଳିତ ସନ୍ତାନଙ୍କ ସ୍ଵାସ୍ଥ୍ୟ ଓ ସ୍ଵଭାବ ଯୋଗୁ ବିଚଳିତ ହୋଇପାରନ୍ତି। ଅଫିସରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ।
ବହୁତ ଚେଷ୍ଟା କଲେ ମଧ୍ଯ ଅଭିଳାଷ ପୂରଣ ନ ହୋଇପାରିବାରୁ ମନ ଭଲ ରହିବ ନାହିଁ।ଈର୍ଷାଳୁ ବ୍ୟକ୍ତିଙ୍କ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ । ଆଜି ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ ଜିନିଷ ଆଣି ପାରନ୍ତି । ବନ୍ଧୁମାନଙ୍କଠାରୁ ମିଥ୍ୟା ଗୁଜବ ଶୁଣି ଆତଙ୍କିତ ହୁଅନ୍ତୁ ନାହିଁ।
ବିବାଦୀୟ ଘଟଣା ପରିପ୍ରେକ୍ଷୀରେ ଘର ଅପେକ୍ଷା ‌ ବାହାର ଲୋକମାନେ ଆପଣଙ୍କ ପକ୍ଷ ସମର୍ଥନ କରିବେ। ବ୍ୟବସାୟରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ଅଫିସରେ କୌଣସି ବ୍ୟକ୍ତିଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ |
ସମ୍ପର୍କୀୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁମାନଙ୍କର ଅସହଯୋଗଜନିତ କେତେକ କାମ ବିଶୃଙ୍ଖଳିତ ହୋଇପାରେ । ବ୍ୟବସାୟରେ ଅନ୍ୟମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରନ୍ତୁ ନାହିଁ। ପରସ୍ପର ମତପାର୍ଥକ୍ୟ କାରଣରୁ ପାରିବାରିକ ଶାନ୍ତି ପାଇବେ ନାହିଁ।
ଆଜି ଯାହା ଚିନ୍ତା କରୁଛନ୍ତି ତାହା ସହଜରେ କରିବାରେ କୌଣସି ଅସୁବିଧା ହେବନାହିଁ। ଅନ୍ୟମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ଦୁତି ଦେବେ। ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୂଭବ କରିପାରନ୍ତି। ମାନସିକ ଯନ୍ତ୍ରଣା କେତେକାଂଶରେ ବନ୍ଧୁଙ୍କ ଆଶ୍ବାସନାରୁ ଉପଶମ ହେବ ।
ଆଜି କର୍ମ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ। ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପିଲାଙ୍କ ପଢ଼ାକୁ ନେଇ ଚିନ୍ତା ବଢ଼ିଯାଇପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments